ଭାରତୀୟ ବାୟୁ ସେନା ବୁଧବାର ଦିନ ରାତିରେ ନିଜର ଏୟାର ଡିଫେନ୍ସ ସିଷ୍ଟମ ଏସ-400 କୁ ସକ୍ରିୟ କରି ପାକିସ୍ତାନ ର ମିସାଇଲ ଆକ୍ରମଣ କୁ ବିଫଳ କରିଦେଇଛି l ଏହି ଆକ୍ରମଣ ଅପରେସନ ସିନ୍ଦୁର ର ଜବାବ ରେ କରାଯାଇଥିଲା l ରକ୍ଷା ବିଭାଗରେ ଅଧିକାରୀ ଙ୍କ ମତରେ ପାକିସ୍ତାନ ର ଡ୍ରୋନ ଓ ମିସାଇଲ ଜରିଆରେ ଉତ୍ତର ଓ ପଶ୍ଚିମ ଭାରତରେ ବିଭିନ୍ନ ସ୍ଥାନ ଉପରେ ଆକ୍ରମଣ କୁ ବୟରତ କରିଛି ଏସ- 400 l
ବିଷ୍ଣୁ ପୁରାଣ ରେ ସୁଦର୍ଶନ ଚକ୍ର ବିଷୟରେ ଆମେ ପଡ଼ିଛୁ l ସୁଦର୍ଶନ ଚକ୍ର ବିଷ୍ଣୁଙ୍କ ର ପ୍ରିୟ ଅଟେ, ସୁଦର୍ଶନ ଚକ୍ରରେ ୧୨ ଟି ଅଖ ହେଉଛି ୧୨ଟି ସୂର୍ଯ୍ୟ, ୬ଟି ନାଭି ହେଉଛି ୬ଟି ଋତୁ, ଏବଂ ଦୁଇଟି ଯୁଗ ସମାହିତ ହୋଇଛି l ଏହା ଗୋଟିଏ ଦିବ୍ୟ ଅସ୍ତ୍ର, ଏହା କେବଳ ଗୋଟିଏ ଚକ୍ର ନୁହେଁ ବ୍ରହ୍ମାଣ୍ଡ ଶକ୍ତିର ପ୍ରତୀକ, ଏହା ଲକ୍ଷକୁ ଜାଣି ତାହାକୁ ଵିଧ୍ଵଂସ କରିଥାଏ l ଏହାକୁ କେବଳ ଭଗବାନ ବିଷ୍ଣୁ ନିୟନ୍ତ୍ରିତ କରି ଥାଆନ୍ତି l ଏହା ଶତ୍ରୁ ପକ୍ଷର ବିନାଶ କରି ନିଜ ସ୍ଥାନକୁ ଫେରିଆସି ଥାଏ l ଦ୍ୱାପର ଯୁଗରେ ଏହା ଭଗବାନ ଶ୍ରୀକୃଷ୍ନ ଙ୍କ ନିକଟରେ ରହିଥିଲା l
କିପରି ହେଲା ସୁଦର୍ଶନ ଚକ୍ରର ଉତ୍ପତି –
ପୁରାଣ ର ବର୍ଣନା ଅନୁସାରେ ସୁଦର୍ଶନ ଚକ୍ର କୁ ବିଶ୍ୱକର୍ମା ଙ୍କ ଦ୍ୱାରା ସୂର୍ଯ୍ୟଙ୍କ ତେଜ ଓ ସୃଷ୍ଟିକୁ ନିୟନ୍ତ୍ରଣ କରିବା ପାଇଁ ଭଗବାନ ବିଷ୍ଣୁ ଙ୍କ ପାଇଁ ନିର୍ମାଣ ହୋଇଥିଲା l ଗୋଟିଏ କଥା ଅନୁସାରେ ଭଗବାନ ଶିବ ଏହା ସେତେବେଳେ ବିଷ୍ଣୁ ଙ୍କୁ ପ୍ରଦାନ କରିଥିଲେ ଯେତେବେଳେ ସେ କଠୋର ତପସ୍ୟା କରିଥିଲେ l
କେଉଁ ସମୟ ରେ ହୋଇଥାଏ ସୁଦର୍ଶନ ଚକ୍ରର ପ୍ରୟୋଗ –
ଭଗବାନ ଶ୍ରୀକୃଷ୍ଣ ରାଜସୂୟ ଯଜ୍ଞ ସମୟ ରେ ୧୦୦ ରୁ ଅଧିକ ଥର ଅପମାନ କରିଥିବା ଶିଶୁପାଳ ଵଧ କରିବା ପାଇଁ ସୁଦର୍ଶନ ର ପ୍ରୟୋଗ କରିଥିଲେ l ଶ୍ରୀକୃଷ୍ଣ କେବଳ ମାନସିକ ଭାବରେ କୌରଵ ମାନଙ୍କୁ ସୁଦର୍ଶନ ଚକ୍ର କୁ ଦେଖାଇ ଚେତାବନୀ ଦେଇଥିଲେ l ସୁଦର୍ଶନ ଚକ୍ରର ପ୍ରୟୋଗ ରେ ଶ୍ରୀକୃଷ୍ଣ ନରକାସୁର ର ଵଧ କରିଥିଲେ l