ଚୈତ୍ର ନବରାତ୍ରି ର ଆରମ୍ଭ ଚୈତ୍ର ମାସର ଶୁକ୍ଲପକ୍ଷ ର ପ୍ରତିପଦ ତିଥି ରେ ପାଳିତ ହୋଇଥାଏ, ଚଳିତ ବର୍ଷ ଚୈତ୍ର ନବରାତ୍ରି ମାର୍ଚ୍ଚ ମାସ ୩୦ ତାରିଖ ରୁ ଆରମ୍ଭ ହେବ l ଏବଂ ଅପ୍ରେଲ ୬ ତାରିଖ ରେ ସମାପ୍ତ ହେବ, ଚଳିତବର୍ଷ ମା ଦୁର୍ଗା ଙ୍କ ଆଗମନ ହାତୀ ଉପରେ ହେଉଛି l
* ଶାସ୍ତ୍ର ଅନୁସାରେ ମା ଙ୍କ ଏହି ରୂପ କୁ ଭକ୍ତ ମାନଙ୍କର ସମସ୍ତ ଇଛା ପୁର୍ଣ ହୋଇଥାଏ, ବିଶେଷ କଥାଟି ହେଲା ଚୈତ୍ର ନବରାତ୍ରି ର ପ୍ରଥମ ଦିନ ଅନେକ ଶୁଭ ଯୋଗ ସଂଗଠିତ ହେଉଛି, ଏହି ସମୟ ରେ ଘଟସ୍ଥାପନା ଆପଣଙ୍କ ପାଇଁ ଖୁବ ଶୁଭ ରହିବ l ଚୈତ୍ର ନବରାତ୍ରି ପ୍ରତିପଦ ତିଥି ରୁ ହିନ୍ଦୁ ନବବର୍ଷ ଆରମ୍ଭ ହେଉଛି l
* ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଚୈତ୍ର ମାସର ଶୁକ୍ଲପକ୍ଷ ପ୍ରତିପଦ ତିଥି ୨୯ ମାର୍ଚ୍ଚ ସନ୍ଧ୍ୟା ୪ ଟା୨୭ ରେ ହେବ, ଏବଂ ଏହି ତିଥିର ସମାପନ ମାର୍ଚ୍ଚ ୩୦ ତାରିଖ ରେ ସମାପ୍ତ ହେବ, ଉଦୟା ତିଥି ଅନୁସାରେ ଚଳିତ ବର୍ଷ ଚୈତ୍ର ନବରାତ୍ରି ମାର୍ଚ୍ଚ ୩୦ ତାରିଖ ରେ ଆରମ୍ଭ ହେବ, ଏବଂ ଏହାର ସମାପନ ଅପ୍ରେଲ ୬ ତାରିଖ ରେ ହେବ l ଏହି ତିଥି ୮ଡିନ ପାଳିତ ହେବ l ବିଶେଷ କଥାଟି ହେଲା ଏହି ମହାପର୍ବ ସମୟ ରେ ରବିଯୋଗ ଚାରିଦିନ ରହୁଛି l ଏବଂ ଏହି ସମୟ ରେ ତିନିଦିନ ସର୍ବାର୍ଥ ସିଦ୍ଧି ଯୋଗ ମଧ୍ୟ ରହୁଛି l
* ଚଳିତ ଥର ଚୈତ୍ର ନବରାତ୍ରି ର ଆରମ୍ଭ ରବିବାର ଠାରୁ ହେଉଛି, ଅର୍ଥାତ ଏହି ବର୍ଷ ମା ଦୁର୍ଗା ହାତୀ ଉପରେ ସବାର ହୋଇ ଆସିବେ, ଏହା ଗୋଟିଏ ଶୁଭ ସଂଯୋଗ ଅଟେ, ଧାର୍ମିକ ମାନ୍ୟତା ଅନୁସାରେ ଏହି ସମୟ ରେ ଧନ ଲାଭ ର ଯୋଗ ରହିଛି l
* ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚୈତ୍ର ନବରାତ୍ରି ସମୟ ରେ ମା ଦୁର୍ଗା ହାତୀ ଉପରେ ସବାର ହୋଇ ଆସିବେ ଏବଂ ହାତୀ ଉପରେ ପ୍ରସ୍ଥାନ କରିବେ, ହାତୀ କୁ ସୁଖ ସମୃଦ୍ଧି ଓ ଶାନ୍ତି ର ପ୍ରତୀକ ଭାବରେ ଗ୍ରହଣ କରାଯାଏ, ଆଶା ରହିଛି ଯେ ଚଳିତ ବର୍ଷ ଭଲ ଫସଲ ଉତ୍ପନ୍ନ ହେବ l ତିଥିର କ୍ଷୟ ହେଉ ଥିବାରୁ ଚଳିତ ବର୍ଷ ଚୈତ୍ର ନବରାତ୍ରି ୮ଡିନ ପାଳିତ ହେବ l