ତାଳଚେର ତା ୦୩/୦୬ ତାଳଚେର ବ୍ଲକ ସ୍ଥିତ ତୋଫାନି ଯୁବକସଂଘ ଘଂଟପଡ଼ା ଆନୁକୂଲ୍ୟରେ ନେହୁରୁ ଯୁବକେନ୍ଦ୍ର ଅନୁଗୋଳ ସହଯୋଗରେ ବିଶ୍ୱ ସାଇକେଲ ଦିବସ ପାଳିତ ହୋଇଯାଇଛି । ଏଥିରେ ଘଂଟପଡ଼ା ଗ୍ରାମ୍ୟକମିଟି ସମ୍ପାଦକ ପ୍ରମୋଦ ଚନ୍ଦ୍ର ପ୍ରଧାନ ଅତିଥିଗଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ସଂଘର ସଭାପତି ଧିରେନ୍ଦ୍ର ଦାସ ସଭାପତିତ୍ୱ କରିଥିଲେ । ସଂଘର ସଦସ୍ୟବୃନ୍ଦ ଘଂଟପଡ଼ା ଗ୍ରାମ ପରିକ୍ରମା କରି ସାଇକେଲ ଚଳାଇବା ଦ୍ୱାରା କ’ଣ ଉପକାର ହୁଏ ଜନସଚେତନତା ସୃଷ୍ଟି କରିଥିଲେ । ତୈଳ ସଂଚୟ, ନିରୋଗ ହେବା, ପ୍ରଦ୍ୟୁଷଣ କମ୍ ବାର୍ତା ମଧ୍ୟ ପ୍ରଦାନ କରିଥିଲେ । ଏଥିରେ ସଂଘର ସମ୍ପାଦକ ପ୍ରଫୁଲ୍ଳ କୁମାର ଦାସ, ଉପସଭାପତି କାହ୍ନୁଚରଣ ଦାସ, ଯୁବସମ୍ପାଦକ ସ୍ୱାଗତ ଦାସ, ସହସମ୍ପାଦକ ମନୋଜ କୁମାର ଦାସ, ସମୀକ୍ଷକ ମନୋଜ କୁମାର ଦାସ, କୋଷାଧ୍ୟକ୍ଷ କୃଷ୍ଣ ସାହୁ, ଆଦିତ୍ୟ ନାରାୟଣ ଦାସ, ଆଶିଷ ସାହୁ, ଅମୀୟ ରଞ୍ଜନ ଦାସ, ସୌଭାଗ୍ୟ ଚନ୍ଦ୍ର ମହାପାତ୍ର, ସତ୍ୟମ ସାହୁ, ପ୍ରଶାନ୍ତ ଦାସ, ପ୍ରଭଞ୍ଜ କୁମାର ସାହୁ, ,ଅନିକେତ ସାହୁ ଓ ଅନ୍ୟନ୍ୟ ସଦସ୍ୟ କାର୍ଯ୍ୟକ୍ରମ କରିଥିଲେ ।
