Odisha news

ଏହି ୭ ଟି ସଂକେତ ଦେଇଥାଏ ଅଶୁଭ ସୂଚନା

0

ଆମେ ସବୁବେଳେ ଘରର ବୟସ୍କ ମାନଙ୍କ ପାଖରୁ ଶୁଣି ଆସିଛୁ ଏମିତି କିଛି କାର୍ଯ୍ୟ କଲେ ଅଶୁଭ ହୋଇଥାଏ l ଅଶୁଭ ଶବ୍ଦକୁ ନେଇ ମନରେ ସବୁବେଳେ ଭୟ ଜାଗ୍ରତ ହେବl ସହିତ ପାପ ମଧ୍ୟ ମନକୁ ଛୁଇଁଥାଏ l ଅଶୁଭ ଶବ୍ଦକୁ ନେଇ ଅନେକ କାର୍ଯ୍ୟରୁ ଆମକୁ ବାରଣ କରାଯାଇଥାଏ l ଆମ ଘରର ଗୁରୁଜନ ମାନେ ଆମକୁ ଅନେକ କାହାଣୀ ମଧ୍ୟ ଏବିଷୟରେ ଶୁଣାଇ ଥାନ୍ତି l ଦେଖିବାକୁ ଗଲେ ଏହି କଥାଗୁଡ଼ିକର କୌଣସି ବୈଜ୍ଞାନିକ ମାନ୍ୟତା ନାହିଁ ,ତଥାପି ପୂର୍ବ ପୁରୁଷଙ୍କର କେତୋଟି ମହତ ଚିନ୍ତାଧାରାକୁ ନେଇ ଆଜିର ବିଜ୍ଞାନ ଯୁଗ ମଧ୍ୟ ଚାଲିଛି l

ଆସନ୍ତୁ ଆଜି ଜାଣିବା ଅଶୁଭ ସୂଚନା ଦେଉଥିବା ଏହି କଥାଗୁଡ଼ିକ କଣ ?

* କୁହାଯାଏ ଯେ ସକାଳୁ ଯଦି ଖାଲି ବାଲ୍ଟି ଦେଖିବା ତାହା ଅଶୁଭ ଅଟେ l ଏହା ଦେଖିଲେ ଭଲ କାର୍ଯ୍ୟରେ ବାଧା ଆସିଥାଏ l ତେଣୁ ଘର ବାହାରକୁ ଯେତେବେଳେବି ଆମେ ବାହାରିଥାଉ ବାମ ପଟରେ ଘର ଦୁଆର ମୁହଁରେ ପାଣି ଗଡୁ ରଖାଯାଇଥାଏ l କେହି କେହି କୁହନ୍ତି ଗାଧୁଆ ଘରେ ଖାଲି ବାଲ୍ଟି ରଖିବା ଅଶୁଭ ଅଟେ ତେଣୁ ଗାଧୁଆ ଘର ବାଲ୍ଟି ସବୁବେଳେ ଜଳପୂର୍ଣ୍ଣ କରି ରଖନ୍ତୁ l

* ସେମିତିରେ କୁହାଯାଏ ଯେ କ୍ଷୀର ଉତୁରି ଚୁଲିରେ ପଡିବା ଶୁଭ ହୋଇଥାଏ l କିନ୍ତୁ ସେହି କ୍ଷୀର ଯଦି ତଳେ ଢାଳି ହୋଇଯାଏ ତାହା ଅଶୁଭ ହୋଇଥାଏ l ମାନ୍ୟତା ରହିଛି ଯେ ଯଦି କ୍ଷୀର ତଳେ ଢାଳି ହେଉଛି ତେବେ ଏହା କୌଣସି ଦୁର୍ଘଟଣାକୁ ସୂଚନା ଦେଉଛି l

* କାଚ ଭାଙ୍ଗିବା ଅଶୁଭ ହୋଇଥାଏ l କୁହାଯାଏ ଯେ ଯଦି ଭଙ୍ଗା ଦର୍ପଣରେ ମୁହଁ ଦେଖନ୍ତି ତେବେ ଏହା ଅଶୁଭ ହୋଇଥାଏ l ଭଙ୍ଗା ଦର୍ପଣ ଘରେ ରଖିବା ଉଚିତ ନୁହେଁ l

* ଝାଡ଼ୁରେ ମା ଲକ୍ଷ୍ମୀ ବାସ କରନ୍ତି l ଝାଡ଼ୁରେ କଦାପି ପାଦ ରଖିବା ଉଚିତ ନୁହେଁ ଏବଂ ଝାଡ଼ୁକୁ ଡ଼େଇଁକି ଯିବା ମଧ୍ୟ ଠିକ ନୁହେଁ l କୁହାଯାଏ ଯେ ଏହାଦ୍ୱାରା ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ l

* କୁହାଯାଏ ଯେ ଯଦି କୌଣସି ଶୁଭ କାମରେ ଘରୁ ବାହାରୁଛନ୍ତି ,ସେହି ସମୟରେ ଯଦି କେହି ଛିଙ୍କି ଦେଲା ଏହା ଅଶୁଭ ସୂଚନା ଦେଇଥାଏ l ତେଣୁ ଯଦି ଆପଣ ଘରୁ ସେହି ସମୟରେ ଯିବାକୁ ଚାହୁଁଛନ୍ତି ତେବେ ପାଣି ପିଇକି ଯାଆନ୍ତୁ l

* ଘରେ ଅଳନ୍ଧୁ ହେବl ଠିକ ନୁହେଁ ,ଯଦି ଘରେ ଅଳନ୍ଧୁ ରୁହେ ତେବେ ଅର୍ଥହାନୀ ହୁଏ l ତେଣୁ ଘରୁ ସବୁବେଳେ ଅଳନ୍ଧୁ ଝାଡ଼ନ୍ତୁ l ଘରେ ଯଦି ଚିମିଡି ଚଢେଇ ବାସ କଲା ଏହା ଶୁଭ ସଂକେତ ଦେଇଥାଏ l

* ଏମିତିରେତ ଆପଣ ସମସ୍ତେ ଜାଣିଥିବେ ରାସ୍ତାରେ ଯିବା ସମୟରେ ଯଦି ବିଲେଇ ରାସ୍ତା କାଟିଲା ତେବେ ଏହା ଅଶୁଭ ସୂଚନା ଦେଇଥାଏ ,କିନ୍ତୁ ବିଲେଇ ଆମକୁ ଆସୁଥିବା ବିପଦ ବିଷୟରେ ସୂଚେଇ ଦେଇଥାଏ l

Leave A Reply