Odisha news

ବ୍ୟବସାୟ ଓ ଚାକିରୀରେ ଯଦି ହେଉଛି ଅସୁବିଧା, ତେବେ ଶନିବାର ଦିନ କରନ୍ତୁ ଏହି ମନ୍ତ୍ରକୁ ଜପ

0

ଶନିବାର ଦିନଟି ଶନି ଦେବଙ୍କୁ ଅର୍ପଣ ହୋଇଛି l ମାନ୍ୟତା ରହିଛି ଯେ ମନୁଷ୍ୟ ର ଶୁଭ ଅଶୁଭ କର୍ମର ଫଳ ଶନି ଦେବ ପ୍ରଦାନ କରି ଥାଆନ୍ତି l ଖରାପ କାମ କରିଥିବା ଲୋକଙ୍କୁ ଶନି ଦେବଙ୍କ କ୍ରୋଧର ଶିକାର ହେବାକୁ ପଡିଥାଏ l ଯେଉଁ ବ୍ୟକ୍ତିମାନେ ପର ଉପକାରୀ ହୋଇଥାଆନ୍ତି ଶନି ଦେବ ସେମାନଙ୍କୁ ଆଶୀର୍ବାଦ ପ୍ରଦାନ କରି ଥାଆନ୍ତି l ବ୍ୟବସାୟ ଓ ଚାକିରୀରେ ଚାଲିଥିବା  କରିବା ପାଇଁ ଶନି ଦେବଙ୍କ ମନ୍ତ୍ର ଶନିବାର ଦିନ ପାଠ କରନ୍ତୁ l

* ଶନି ମହାମନ୍ତ୍ରର ପାଠ କରନ୍ତୁ –
” ଓଂ ନିଲଂଜ୍ଞ ସମାଭାସଂ ରବୀପୁତ୍ର ଯମାଗ୍ର ଜମ, ଛାୟା ମାର୍ତଣ୍ଡ ସମ୍ଭୁତ ତଂ ନମାମି ଶନିଶ୍ଚରମ୍ l ”

* ଶନି ଦୋଷ ନିବାରଣ ମନ୍ତ୍ର –
” ଓଂ ତ୍ରୟମ୍ବକଂ ୟଯାମହେ ସୁଗନ୍ଧିମ ପୁଷ୍ଟି ଵର୍ଧନଂ, ଉର୍ବରୁକ ମିମ ବଂଧାନାନ ମୃତ୍ୟୁର୍ମୁକ୍ଷୀୟ ମା ମୃତାତ l ”

* ଚାକିରୀ ଓ ବ୍ୟବସାୟ ପାଇଁ –
” ଓଂ ସଂ ଶନିଶ୍ଚରାୟ ନମଃ l ”

* ଚାକିରୀ କ୍ଷେତ୍ରରେ ସଫଳତା ପାଇବା ପାଇଁ ଶନିବାର ଦିନ କିଛି କଳା ବିରି କିଣିକି ଆଣନ୍ତୁ ଓ ଏହାକୁ କଳା ଲୁଣ ମିଶାଇ କଳା ରଙ୍ଗର ଗାଈକୁ ଖାଇବାକୁ ଦିଅନ୍ତୁ , ଦେଖିବେ ଶୁଭ ଫଳ ପାଇବେ l

* ଯଦି ଆପଣ ବ୍ୟବସାୟ ରେ ବାଧା ଉପୁଜୁଥିବାର ଦେଖୁଛନ୍ତି ତେବେ ଶନିବାର ସନ୍ଧ୍ୟାରେ ପିପାଳ କିମ୍ବା ଓସ୍ତ ଗଛ ମୂଳରେ ରାଶିତେଲ ଦୀପ ଜଳାଇ ଉପୋରକ୍ତ ମନ୍ତ୍ରକୁ ପାଠକରନ୍ତୁ l

* ଶନିବାର ଦିନ କୌଣସି ଦରିଦ୍ରକୁ ଭୋଜନ କରାନ୍ତୁ l ଭୋଜନରେ ରୁଟି ପରଟା ଓ ଭାତ ଖାଇବାକୁ ଦିଅନ୍ତୁ l ଜୀବନରେ ଅସୁବିଧା ଦୂର ହେବ l

Leave A Reply