Odisha news

ପେଟ କର୍କଟରେ ବାଳକ ଅର୍ଜୁନ , ଦିନ ମଜୁରିଆ ବାପା ହତାଶ : ସାହାଯ୍ୟ ପାଇଁ ଆକୁଳ ନିବେଦନ

0
ବୁଗୁଡ଼ା :-୧୨/୯ ବୟସ ୧୩, କିନ୍ତୁ ଭୀଷଣ ପେଟ କର୍କଟ ରୋଗରେ ଛଟପଟ ହେଉଛି ତା ଶୈଶବ ଜୀବନ। ଅର୍ଥ ଓ ରୋଜଗାର ଶୂନ୍ୟ ବାପା ହତାଶ ହୋଇ ଖୋଜୁଛି ସହାୟତା, ଏକମାତ୍ର ପୁତ୍ରର ଜୀବନରକ୍ଷା ତା’ ପାଇଁ ଆଣିଦେଇଛି ଜୀବନ ମରଣ ସମସ୍ୟା। ଏମିତି ଏକ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ବେତାରସିଂ ଗ୍ରାମ ଚିତ୍ରସେନ ଦଲେଇଙ୍କ ପରିବାରରେ, ପିତା ଚିତ୍ରସେନ ଜଣେ ଦାଦନ ଶ୍ରମିକ ଭାବେ କିଛି ଦିନ ରାଜ୍ୟ ବାହାରେ ଖଟି ଯଥା କଥା ୫ ପ୍ରାଣୀ କୁଟୁମ୍ବକୁ ବଞ୍ଚେଇ ଆସୁଥିଲେ। କିନ୍ତୁ ଭାଗ୍ୟର ବିଡ଼ମ୍ବନା ଆଜକୁ ମାସ ତଳେ ଏକମାତ୍ର ପୁତ୍ର ଅର୍ଜୁନର ପେଟ କର୍କଟ ରୋଗ ଧରାପଡ଼ିଥିଲା। ସେହିଦିନ ଠାରୁ ଚିତ୍ରସେନ ପରିବାରର ଦୁଃଖ ଓ ଅଭାବର ସୀମା ବଢିବଢି ଚାଲିଛି। କିଛି କାଳ ବ୍ରହ୍ମପୁରରେ ଚିକିତ୍ସା କରି ସମ୍ପ୍ରତି କଟକ ଏସ୍ ସି ବି ରେ କେମୋ ପୁଅକୁ ବଞ୍ଚାଇ ରଖିଛନ୍ତି।
ଅର୍ଜୁନ ବେତାରସିଂ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲା ବେଳେ ତାହାଙ୍କ ଦୁଇ ଭଉଣୀ ମଧ୍ଯ ଅଛନ୍ତି। ଚିତ୍ରସେନ ଏଥିପୁର୍ବରୁ କେରଳର ଏକ କ୍ରସର୍ ମିଲ୍ ରେ ନିଜ ପୁତୁରା ସହ ମଜୁରୀ ଖଟି ଗୁଜୁରାଣ ମେଣ୍ଟାଇ ଆସୁଥିଲେ ହେଁ, ପୁତୁରାଙ୍କ ଏକ ଦୁର୍ଘଟଣା ପରେ ତାହାଙ୍କ ଚିକିତ୍ସା ପାଇଁ କର୍ମ ଶୂନ୍ୟ ହୋଇ ସର୍ବସ୍ୱାନ୍ତ ହୋଇପଡିଥିଲେ। ସମ୍ପ୍ରତି ଚିତ୍ରସେନ ତାହାଙ୍କ ପୈତୃକ ଟାଇଲି ଛପର ଘରେ ବାସ କରିଆସୁଛନ୍ତି। ବାରମ୍ବାର କଟକ ଯାଇ ଏହି ଦୁର୍ଦ୍ଦିନରେ ପୁଅକୁ ଚିକିତ୍ସା କରିବା ତାଙ୍କ ପାଇଁ ବଡ଼ ସମସ୍ୟା ରୁପେ ପ୍ରତିଭାତ ହୋଇଛି। ଇତି ମଧ୍ୟରେ ରେଡକ୍ରସ ପକ୍ଷରୁ ୫୦୦୦  ଟଙ୍କା କେବଳ ପାଇଥିବା ବେଳେ କୌଣସି ସରକାରୀ ସାହାଯ୍ଯ ପାଇଁ ସେ ଓ ତାଙ୍କ ପୁତ୍ର ଆକୁଳ ନିବେଦନ କରିଛନ୍ତି।
Leave A Reply