Odisha news

ବୁଗୁଡା : ରାସ୍ତା ପରିଣତ ହୋଇଛି ନାଳରେ

0

ବୁଗୁଡା – ୨୯/୦୮/ଗାଁ ର ବିକାଶ ପାଇଁ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା ।  ଏହା କେତେ ସଫଳ ହେଉଛି ତାହା ଗୌଡ଼ିଆ ବୋରଦା ପଞ୍ଚାୟତର କୁଞ୍ଜବନକୁ ସଂଯୋଗ କରୁଥିବା ଏହି କେନାଲ ସଦୃଶ୍ୟ ରାସ୍ତାକୁ ଦେଖିଲେ ଜଣା ପଡେ । ରାସ୍ତାର ଉଭୟ ପାର୍ଶ୍ୱରେ ଲଟା ବୁଦା ମାଡିଯିବା ସହ ଟିକେ ବର୍ଷା ହେଲେ ରାସ୍ତାରେ ପାଣି ବଢି ଆଣ୍ଠୁଏ ।

କାଦୁଅ ପଚ ପଚ ସାଙ୍ଗକୁ ଖାଲଖମାରେ ପରିପୂର୍ଣ୍ଣ । ଏହି ରାସ୍ତା ଦେଇ ଗାଡି ସାଇକେଲ ତ ଦୂରର କଥା ପାଦରେ ଚାଲିଯବା ବି କଷ୍ଟ ସାଧ୍ୟ ଅଟେ। କୁଞ୍ଜବନକୁ ବାହ୍ୟ ଜଗତ ସହ ସଂଯୋଗ କରୁଥିବା ଏ ହେଉଛି ଏକମାତ୍ର ରାସ୍ତା । ଦୀର୍ଘ ଦିନ ଧରି ଗ୍ରାମବାସୀ ଦାବି କରୁଥିବା ବେଳେ ଏଥି ପାଇଁ କାହାର ଯେମିତି ନିଘା ନଥିବା ମନେ ହେଉଛି।

Leave A Reply