ସାକ୍ଷୀଗୋପାଳ : ଭାର୍ଗବୀ ନଦୀର ଡାହାଣ ପାର୍ଶ୍ୱ ବନ୍ଧର ରଥ ପୁରୁଷୋତ୍ତମପୁର ନିକଟରେ ଏକ ଘଳିଆ ଓ ଅଲାର ପୁର ନିକଟରେ ଏକ ଝର ପଡ଼ିଅଛି. ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ଆଜି ଉଭୟ ସ୍ଥାନ ପରିଦର୍ଶନ କରିଛନ୍ତି l ଏହି ସ୍ଥାନ ଦ୍ୱୟରେ ବାଲିବସ୍ତା ଗୋଲାକାରରେ ଦିଆଯାଇଛି l ଫଳରେ ଆଉ କୌଣସି ବିପଦ ନାହିଁ l
ଏ ସମ୍ପର୍କରେ ସାକ୍ଷୀଗୋପାଳ ଜଳ ସମ୍ପଦ ବିଭାଗ ଉପ ନିର୍ବାହୀ ଯନ୍ତ୍ରୀ ଇଂ ରଘୁନାଥ ସ୍ୱାଇଁଙ୍କ ସହିତ ଯୋଗାଯୋଗ କରାଯାଇଥିଲା l ସେ କହିଲେ, ମୁଣ୍ଡୁଳି ଠାରୁ 40 ପ୍ରତିଶତ ବନ୍ୟାଜଳ ଭାର୍ଗବୀ ନଦୀରେ ଆସୁଅଛି. ଏହି ବନ୍ୟାଜଳ ରାତି ୧୧ ଟା ପର୍ଯ୍ୟନ୍ତ ବୃଦ୍ଧି ପାଇବ l ରାତି 11 ଟା ଠାରୁ ରାତି 3 ଟା ପର୍ଯ୍ୟନ୍ତ ସ୍ଥିର ରହିବ l ରାତି ୩ ଟା ଠାରୁ ବନ୍ୟା ଜଳ କମିବା ଆରମ୍ଭ କରିବ l
ସମସ୍ତ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ନିମନ୍ତେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ 10 ହଜାର ବାଲିବସ୍ତା, 200 ବହଲା ଓ ଜେନେରେଟର ସହିତ ପ୍ରସ୍ତୁତ ରହିଛନ୍ତି l ଜିଲ୍ଲାପାଳ ଶ୍ରୀଯୁକ୍ତ ସିଂଙ୍କ ସହିତ କେନ୍ଦ୍ରୀୟ ଜଳ ସମ୍ପଦ ମଣ୍ଡଳ ଅଧିକ୍ଷଣ ଯନ୍ତ୍ରୀ ଚିନ୍ମୟ ରଞ୍ଜନ ରାଉତ ମୁଖ୍ୟ ଯନ୍ତ୍ରୀ ଲଡ଼ୁ କିଶୋର ସାବତ, ମହେନ୍ଦ୍ର ଭୂୟାଁ ଓ ସାକ୍ଷୀଗୋପାଳ ଜଳ ସମ୍ପଦ ବିଭାଗ ଉପ ନିର୍ବାହୀ ଯନ୍ତ୍ରୀ ରଘୁନାଥ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ.