Odisha news

ବୁଗୁଡା ବ୍ଳକ ସ୍ତରୀୟ ଧାନମଣ୍ଡି ଉଦଘାଟିତ 

0
ବୁଗୁଡା : ତା ୨୪/୧୨/୨୩ : ବୁଗୁଡା ବ୍ଳକ ଅନ୍ତର୍ଗତ ପାଙ୍ଗିଡ଼ି ସେବା ସମବାୟ ସମିତିରେ ବ୍ଳକ ସ୍ତରୀୟ ଧାନମଣ୍ଡିର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେବା ସମବାୟ ସମିତିର ଅଞ୍ଚଳ ନିର୍ଦ୍ଦେଶିକା ନନ୍ଦିନୀ ଭୁୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉଦ୍ଘାଟନ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ  ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇ ଧାନମଣ୍ଡିର ଶୁଭାରମ୍ଭ କରିଥିଲା ବେଳେ ଏଥିରେ ସମ୍ମାନିତ ଅତିଥି ଭାବେ ନୋଡାଲ ଅଧିକାରୀ ତଥା ତହସିଲଦାର ତାପସ କୁମାର ରାଉତ ,ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ,ଯୋଗାଣ ଅଧିକାରୀ ହେମନ୍ତ କୁମାର ପ୍ରଧାନ, ପୂର୍ବତନ ସରପଞ୍ଚ ସୁଶାନ୍ତ କୁମାର ଆପଟ , ପୂର୍ବତନ ସମିତି ସଭ୍ଯ କୃଷ୍ଣ ଚନ୍ଦ୍ର ରା , ମଦନ ଗୋପାଳ ଦୋରା ପ୍ରମୁଖ ଉପସ୍ଥିତ ରହିଥିଲେ। ପାଙ୍ଗିଡ଼ି ସେବା ସମବାୟ ସମିତିର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବିଷୋୟୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଅନ୍ୟତମ ସମ୍ପାଦକ ପ୍ରତାପ ଚନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
Leave A Reply