Odisha news

ଆକ୍ରମଣକାରୀ ନାବାଳକକୁ କୋର୍ଟ ଚାଲାଣ

0

ବୁଗୁଡ଼ା : ତା ୦୫/୦୬/୨୩ :  ବୁଗୁଡ଼ା ଥାନା ଅନ୍ତର୍ଗତ ପୁରୁଣା ପାଣିକେଶ୍ୱର ଗ୍ରାମର ଜନୈକ ଆକ୍ରମଣକାରୀ ନାବାଳକକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଏ ନେଇ ବୁଗୁଡା ଥାନାରେ କେସ୍ ନଂ ୩୮୧/୨୩ ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ଠାରୁ ପ୍ରକାଶ ପାଇଛି  । ପ୍ରକାଶ ଯେ , ଗତକାଲି ରାତିରେ ପାଣିକେଶର ଗାଁର ପ୍ରସନ୍ନ ନାଇକ(୭୦)ଙ୍କୁ ମଦ୍ଯପ ନାବାଳକ ଜଣକ ଏକ ବାଉଁଶ ଠେଙ୍ଗାରେ ଆକ୍ରମଣ କରି ଲହୁ ଲୁହାଣ କରିପକାଇଥିଲା । ଘଟଣା ସ୍ଥଳରୁ ଉଦ୍ଧାର କରାଯାଇ ଆହତଙ୍କୁ ବୁଗୁଡ଼ା ମେଡିକାଲକୁ ଅଣାଯାଇଥିଲା  । ମରଣାନ୍ତକ ଆକ୍ରମଣରେ ତାଙ୍କର ବାମ ହାତ ଭାଙ୍ଗି ଯାଇଥିବା ସହ ଦେହ ସାରା ଜଖମ ହୋଇଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା  । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ନେଇ ପୋଲିସ ସୂତ୍ରରୁ ଜଣାଯାଇଛି ।

Leave A Reply