ବୁଗୁଡ଼ା : ତା ୨୭/୦୯/୨୨ : ଚଳିତ ବର୍ଷ ଅତି ଆଡମ୍ବର ସହକାରେ ମା’ ଦୁର୍ଗା ଦେବୀଙ୍କ ପୂଜା ଅନୁଷ୍ଠିତ ହେବ । ଏଣୁ ଶିଳ୍ପୀ ମୂର୍ତ୍ତି ନିର୍ମାଣରେ ନିଜକୁ ନିୟୋଜିତ କରିଛି । ବୈଶ୍ବିକ ମହାମାରୀ କରୋନା କାଳରେ ପ୍ରଶାସନିକ କଟକଣା କାରଣରୁ ଗତ ଦୁଇ ବର୍ଷ କେବଳ ବିଧିରକ୍ଷା ଉଦ୍ଦେଶ୍ଯରେ ମା’ଙ୍କ ପୂଜା କରାଯାଇଥିଲା । ପ୍ରଶାସନର ନିୟମ ଅନୁଯାୟୀ ଶିଳ୍ପୀ ମୂର୍ତ୍ତି ଗଢିଥିଲେ ହେଁ ତା’ର ମନରେ ଉତ୍ସାହ ଦେଖିବାକୁ ମିଳି ନ ଥିଲା । ଚଳିତ ବର୍ଷ କରୋନା କଟକଣା ହ୍ରାସ ପାଇ ଥିବାରୁ ବିଭିନ୍ନ ମଣ୍ଡପରେ ବଡ ଜାକଜମକରେ ଦୁର୍ଗା ପୂଜା ଅନୁଷ୍ଠିତ ହେବ ବୋଲି ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ଏଣୁ ଶିଳ୍ପୀ ଆକର୍ଷଣୀୟ ମୂର୍ତ୍ତି କିପରି ଗଢ଼ିବ ସେଥି ପ୍ରତି ଗୁରୁତ୍ବ ଦେଉଛି । ଅନ୍ୟପକ୍ଷରେ ବିଭିନ୍ନ ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ତୋରଣ ପ୍ରସ୍ତୁତ କାର୍ଯ୍ୟମାନ ମଧ୍ୟ ଜୋରସୋରରେ ଚାଲିଛି । ଏ ବର୍ଷ ବୁଗୁଡ଼ା ସହରର ମଦନ ମୋହନ ଛକ ଓ ନୂଆଁ ବସଷ୍ଟାଣ୍ଡ ସମେତ ବାଦୁଆ ,ବି.କରଡ଼ାବାଡ଼ି ,ବାଲିପଦର ଆଦି ଗ୍ରାମରେ ମା’ ଦୁର୍ଗାଙ୍କ ପୂଜା ଉତ୍ସବ ଧୂମଧାମରେ ଅନୁଷ୍ଠିତ ହେବାନେଇ ଜଣାଯାଇଛି ।