Odisha news

ବୁଗୁଡ଼ା ବ୍ଲକ୍ ରେ ଧାନ ରୁଆ ଆରମ୍ଭ କଲେ ଚାଷୀ

0

ବୁଗୁଡ଼ା :-୮/୭ ପାଗ ଅନୁକୂଳ ଓ ବର୍ଷାର ପରିମାଣ ସନ୍ତୋଷ ଜନକ ଥିବାରୁ ବୁଗୁଡ଼ା ବ୍ଲକ୍ ର ଚାଷୀ ମାନେ ଧାନ ରୁଆ ଆରମ୍ଭ କରି ଦେଇଛନ୍ତି। ଖରିଫ୍ ଋତୁରେ ଧାନ ଚାଷ ପାଇଁ ବୁଗୁଡ଼ା ବ୍ଲକ୍ ର ୮୭୮୦ ହେକ୍ଟର ଉପଯୋଗୀ ହୋଇଥିବା ବେଳେ ସେଥିରୁ ଜଳସେଚିତ ଜମି ୬୪୩୨ ହେକ୍ଟର ଓ ଅଣ ଜଳସେଚିତ ଜମି ୨୩୪୮ ହେକ୍ଟର। ଏବେ ଉଭୟ କିସମର ଜମିରେ ଚାଷୀମାନେ ତଳି ରୋଇବା ଆରମ୍ଭ କରି ଦେଇଛନ୍ତି।

ପାଗ ଯଦି ଏହିଭଳି ଅନୁକୂଳ ରହେ ତାହାଲେ ଅଣ ଜଳସେଚିତ ଜମିର ଧାନ ଚାଷ ବହୁତ ଭଲ ହେବ ବୋଲି ଚାଷୀମାନେ ଆଶା ବାନ୍ଧିଛନ୍ତି। ଜଳସେଚିତ ଜମିଗୁଡିକୁ ମୁଖ୍ୟତଃ ବାଘୁଆ ମଧ୍ଯମ ସେଚ ପ୍ରକଳ୍ପରୁ ଜଳ ଯୋଗାଣ ହେଉଥିବା ବେଳେ କେତେକ ପଞ୍ଚାୟ ର କିଛି ଅଂଶକୁ ଧନେଇ ସେଚ ପ୍ରକଳ୍ପ ଓ ଚାଷୀକୂଲ୍ୟାରୁ ମଧ୍ଯ ଜଳ ମିଳିଥାଏ। ଚଳିତ ବର୍ଷ ବର୍ଷାର ପରିମାଣ ସନ୍ତୋଷ ଜନକ ଥିବାରୁ ଉପରୋକ୍ତ ସମସ୍ତ ପ୍ରକଳ୍ପରେ ଭରପୁର ଜଳ ଗଛିତ ଅଛି।

ଏଣୁ ଜଳ ସେଚିତ ଜମିର ଚାଷିମାନେ ଭଲ ଫସଲ ପାଇଁ ଆଶା ବଳେଇଛନ୍ତି। ଯଦି କୌଣସି ପ୍ରାକୃତିକ ବିପର୍ଯ୍ୟୟ ବା ପଙ୍ଗପାଳ ଆକ୍ରମଣ ନହୁଏ ତାହାଲେ ଚାଷୀର ସ୍ଵପ୍ନ ସଫଳ ହେବା ଆଶା ଦେଖାଯାଉଛି ବୋଲି କୃଷକ ନେତା ମାନେ କହିଛନ୍ତି। ଏବେ କରୋନା ଭୟରେ ସମସ୍ତେ ଜଡସଡ ହେଉଥିଲେ ମଧ୍ୟ ଚାଷୀମାନେ କୃଷିକର୍ମରୁ ବିରତି ହେବା ଦେଖାଯାଇନାହିଁ। କରୋନା ଚାଷୀଙ୍କ ଉତ୍ସାହକୁ ଚହଲେଇ ପାରିନଥିବାରୁ ସବୁ ମହଲରେ ଖୁସିବ୍ୟକ୍ତ କରାଯାଉଛି।

Leave A Reply