Odisha news

ବୁଗୁଡ଼ା ଏନଏସି ନିର୍ବାଚନ : ଅନ୍ତିମ ଦିବସରେ ୪ ପ୍ରାର୍ଥୀପତ୍ର ପ୍ରତ୍ୟାହାର

0

ବୁଗୁଡ଼ା : ତା ୧୪/୦୩/୨୨ : ଚଳିତ ପୌର ନିର୍ବାଚନ ପରିପ୍ରେକ୍ଷୀରେ ଆଜି ପ୍ରାର୍ଥୀପତ୍ର ପ୍ରତ୍ଯାହାରର ଅନ୍ତିମ ଦିବସ ଅବସରରେ ବୁଗୁଡ଼ା ଏନଏସି ଅଧ୍ୟକ୍ଷ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ୭ ଜଣଙ୍କ ମଧ୍ୟରୁ ଭାବଗ୍ରାହୀ ମହାନ୍ତି , ସୂର୍ଯ୍ୟ ନାରାୟଣ ମହାନ୍ତି , ଜଗନ୍ନାଥ ପ୍ରଧାନ ଆଦି ୩ ଜଣ ପ୍ରାର୍ଥୀ ଏବଂ ୭ ନମ୍ବର ଓ୍ବାର୍ଡର ସ୍ବାଧୀନ କାଉନସିଲର ପ୍ରାର୍ଥୀ ସୁନିଲ କୁମାର ନାୟକ ସେମାନଙ୍କ ପ୍ରାର୍ଥୀପତ୍ର ପ୍ରତ୍ଯାହାର କରିନେଇଥିବା ନେଇ ନିର୍ବାଚନ ଅଧିକାରୀ ସଂଗ୍ରାମ କେଶରୀ ଜେନା ସୂଚନା ଦେଇଛନ୍ତି ।

ଏହା ଫଳରେ ୧୩ଟି ଓ୍ବାର୍ଡକୁ ନେଇ ଗଠିତ ବୁଗୁଡ଼ା ଏନଏସିର ନିର୍ବାଚନରେ ୧୩ ନମ୍ବର ଓ୍ବାର୍ଡର କାଉନସିଲର ପ୍ରାର୍ଥୀ ଅପ୍ରତିଦ୍ବନ୍ଦୀ ରହିଥିବା ବେଳେ ଅନ୍ଯ ୧୨ଟି ଓ୍ବାର୍ଡରେ ଦ୍ବିମୁଖୀ ଏବଂ ଅଧ୍ଯକ୍ଷ ପଦବୀ ପାଇଁ ବିଜେଡିର ଚିତ୍ରସେନ ପ୍ରଧାନ , ବିଜେପିର ପ୍ରତାପ ଚନ୍ଦ୍ର ନାୟକ , କଂଗ୍ରେସର ସିମାଞ୍ଚଳ ଖଟେଇ ଏବଂ ସ୍ବାଧୀନ ପ୍ରାର୍ଥିନୀ ଡି.ରେଶମା ରାଣୀ ପାତ୍ରଙ୍କ ମଧ୍ଯରେ ପ୍ରତିଦ୍ବନ୍ଦିତା ହେବା ସ୍ପଷ୍ଟ ହୋଇଯାଇଛି ।

Leave A Reply