ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟକୁ ବିଧାନସଭାରେ ଉପସ୍ଥାପନ କରିଛନ୍ତି,ସଂକ୍ଷେପରେ ଜାଣନ୍ତୁ ଓଡ଼ିଶା ବଜେଟ-୨୦୨୦, କେଉଁ ବିଭାଗ ପାଇଁ କେତେ ଟଙ୍କା
ଭୁବନେଶ୍ୱର: ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟକୁ ବିଧାନସଭାରେ ଉପସ୍ଥାପନ କରିଛନ୍ତି। ରାଜ୍ୟ ସରକାର ଏଥର ମୋଟ ବଜେଟ ୧ ଲକ୍ଷ ୫୦ ହଜାର କୋଟି ଟଙ୍କା ରଖିଛନ୍ତି। ଏଥିରେ ୫୦,୬୫୫ କୋଟି ପ୍ରଶାସନିକ ବଜେଟ, ରାଜସ୍ୱ ବଳକା ବଜେଟ ୬,୧୭୫ କୋଟି, ବିତ୍ତୀୟ ନିଅଣ୍ଟ ଜିଡ଼ିପିର ୩.୪ ପ୍ରତିଶତ ରଖାଯାଇଛି। ରାଜସ୍ୱ ଆୟ ୧ ଲକ୍ଷ ୨୪ ହଜାର ୩୦୦ କୋଟି ହୋଇଥିଲା ବେଳେ ଋଣ ଓ ଅନ୍ୟାନ୍ୟ ବାବଦରୁ ୨୫,୭୦୦ କୋଟି ରାଜ୍ୟ ନିଜସ୍ୱ ଟିକସ ୩୮,୩୫୦ କୋଟି ଓ ନିଜସ୍ୱ ଅଣଟିକସ ୧୭,୬୫୦ କୋଟି ଟଙ୍କା। ସେହିପରି କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶ ୩୬,୩୦୦ କୋଟି ଓ କେନ୍ଦ୍ରରୁ ମିଳିବ ୩୨ହଜାର କୋଟି ଟଙ୍କା।
ସଂକ୍ଷେପରେ ଜାଣନ୍ତୁ କେଉଁ ବିଭାଗ ପାଇଁ କେତେ ଟଙ୍କା ବଜେଟ
ସ୍ୱାସ୍ଥ୍ୟ
-ଏ ବର୍ଷର ସ୍ୱାସ୍ଥ୍ୟ ବଜେଟ୍ ୭,୭୦୦ କୋଟି
-ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ପାଇଁ ବଜେଟ୍ ୧୧୦୮ କୋଟି
-ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ମିଶନ ଲାଗି ୫୭୮ କୋଟିର ପ୍ରସ୍ତାବ
-ନୂଆ ମେଡ଼ିକାଲ କଲେଜ ପ୍ରତିଷ୍ଠା ୫୬୨ କୋଟି
-ମମତା ଯୋଜନା ପାଇଁ ୩୦୫ କୋଟି ବ୍ୟୟ ବରାଦ
-ଏସ୍ସିବି ମେଡ଼ିକାଲ କଲେଜ ପାଇଁ ୨ ବର୍ଷରେ ଖର୍ଚ୍ଚ ହେବ ୧ହଜାର କୋଟି
-ଜାତୀୟ ସ୍ୱାସ୍ଥ୍ୟ ମିଶନର ସ୍ୱାସ୍ଥ୍ୟ ବିକାଶ ପାଇଁ ୧୬୫୨ କୋଟି
୧୧ଟି ନୂଆ ମେଡ଼ିକାଲ କଲେଜ ପ୍ରତିଷ୍ଠା ଲକ୍ଷ୍ୟ
ଶିକ୍ଷା
-ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ୧୫ କୋଟି
-ସମଗ୍ର ଶିକ୍ଷା ଅଭିଯାନ ପାଇଁ ୩୧୫୭ କୋଟି
-ମଧ୍ୟାହ୍ନ ଭୋଜନ ପାଇଁ ୮୦୦ କୋଟି
-ଆଦର୍ଶ ବିଦ୍ୟାଳୟ ପାଇଁ ୪୦୦ କୋଟି
ଉନ୍ନୟନ
-ନିର୍ମଳ ଯୋଜନା ପାଇଁ ୩୬୦ କୋଟି ବ୍ୟୟବରାଦ
-ପୁଷ୍ଟିକେନ୍ଦ୍ର ଯୋଜନାରେ ୫୨୧୦ କୋଟି
-ମିଶନ ଶକ୍ତି ଯୋଜନା ପାଇଁ ୩୧୬ କୋଟି
-ମେକ ଇନ ଓଡ଼ିଶା କନକ୍ଲେଭ ଆୟୋଜନ ପାଇଁ ଇପିକଲକୁ ୭୦ କୋଟି
-୫୦ କୋଟି ଟଙ୍କାରେ କିଣାଯିବ ଓଏସଆରଟି ବସ
-ମହାନଦୀ କୂଳର ୪୨୪ ଏକର ଜମି ବ୍ୟବହାର କରାଯିବ
-ଓଡ଼ିଶାରେ ପ୍ରତିଷ୍ଠା ହେବ ପତ୍ନତତ୍ତ୍ୱ ନିର୍ଦ୍ଦେଶାଳୟ
-ମାଳତି ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନା ପାଇଁ ୭୩ କୋଟି
-ଦୀନଦୟାଲ ଅନ୍ତୋଦୟ ଯୋଜନା ପାଇଁ ୮୫୨ କୋଟି
-ସରକାରୀ ବସଷ୍ଟାଣ୍ଡର ପୁନରୁଦ୍ଧାର ଓ ନିର୍ମାଣ ପାଇଁ ୭୭କୋଟି ଟଙ୍କା
-ଏସ୍ସି, ଏସ୍ଟି ଓ ପଛୁଆ ବର୍ଗ ବିଭାଗର ବଜେଟ୍ ୨୩,୮୦୦ କୋଟି
-ଅବଢ଼ା ଯୋଜନା ପାଇଁ ୩୨୦୮ କୋଟିର ବ୍ୟୟ ଅଟକଳ
-୨୦୨୦-୨୧ରେ ଏହି ଯୋଜନା ପାଇଁ ୬୯୫ କୋଟି ବ୍ୟୟ ବରାଦ
ସହର ପାଇଁ
-ସହରାଞ୍ଚଳ ପାନୀୟ ଜଳ ଯୋଗାଣ ପାଇଁ ୨୩୬ କୋଟି
-ସହରାଞ୍ଚଳ ଗୃହ ନିର୍ମାଣ ପାଇଁ ୫୧୮ କୋଟି
-କଟକ ସହର ପାଇଁ ପ୍ରସ୍ତୁତ ହୋଇଛି ଡିକଞ୍ଜେସନ ପ୍ଲାନ
-ଏକାମ୍ର କ୍ଷେତ୍ର ବିକାଶ ପାଇଁ ୧୫୦ କୋଟି ବ୍ୟୟ ବରାଦ
ଗ୍ରାମାଞ୍ଚଳ ପାଇଁ
-ମନରେଗା ମଜୁରୀ ପାଇଁ ୫୦୦ କୋଟିର କର୍ପସ ଫଣ୍ଡ
-ଗୋପବନ୍ଧୁ ଗ୍ରାମୀଣ ଯୋଜନା ପାଇଁ ୩୦୦ କୋଟି
-ଦୁର୍ଗମ ଅଞ୍ଚଳକୁ ସଂଯୋଗୀକରଣ ପାଇଁ ୭୧ କୋଟି