Odisha news

ବ୍ରୁନେଇର ଇତିହାସ : କେବେ ଏଠି ଥିଲା ହିନ୍ଦୁ ଓ ବୌଦ୍ଧ ଧର୍ମ , କିଭଳି ଏହି ଦେଶ ହେଲା ଇସ୍ଲାମିକ ରାଷ୍ଟ୍ର ?

0

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତମାନ ବ୍ରୁନେଇ ଗସ୍ତରେ ଅଛନ୍ତି, ଏହି ଦେଶର ବର୍ତମାନ ଖୁବ ଚର୍ଚା ଚାଲିଛି l  ବର୍ତମାନ ସାରା ବିଶ୍ୱର ଚର୍ଚା ରହିଛି ବ୍ରୁନେଇ କୁ ନେଇ , ବିଶେଷ କଥାଟି ହେଲା ଏହି ଦେଶରେ କେହି ଇନକମ ଟ୍ୟାକ୍ସ ଦେଇ ନଥାଆନ୍ତି l ତଥାପି ଏହି ଦେଶର ଅର୍ଥ ବ୍ୟବସ୍ଥା ଚାଲିଛି l ଏଠାକାର ସୁଲତାନ ହସନାଲ ବୋଲକିୟl ନିଜ ଚୁଟି କାଟିବା ପାଇଁ ୧୬ ଲକ୍ଷ ଟଙ୍କା ଖର୍ଚ୍ଚ କରି  ଥାଆନ୍ତି l

କଣ ଆପଣ ଜାଣିଛନ୍ତି କି ଏହି ଦେଶ କେବେ ବୌଦ୍ଧ ଧର୍ମର ଲୋକେ ରହୁଥିଲେ , କିନ୍ତୁ ଏହା ବର୍ତମାନ ଗୋଟିଏ ଇସ୍ଲାମିକ ଦେଶ ଅଟେ l

କିପରି ବ୍ରୁନେଇ ହେଲା ଇସ୍ଲାମିକ ରାଷ୍ଟ୍ର –
ବ୍ରୁନେଇ ର ଜନସଂଖ୍ୟା ୪ଲକ୍ଷ ପାଖାପାଖି ଅଟେ l କିନ୍ତୁ ବର୍ତମାନ ଏଠାରେ ଲଗାତାର ଜନସଂଖ୍ୟା ହ୍ରାସ ହେବାରେ ଲାଗିଛି l ପୂର୍ବରୁ ଏହି ଦେଶ ବୌଦ୍ଧ ଧର୍ମର ଦେଶ ଥିଲା, ପ୍ରାୟ ୫୦୦ ବର୍ଷ ତଳେ ଏହି ଦେଶ ଇସ୍ଲାମ ରାଷ୍ଟ୍ର ହେଲା l  ଇସ୍ଲାମିକ ରାଷ୍ଟ୍ର ହେବା ପୂର୍ବରୁ ଏଠାରେ ହିନ୍ଦୁ ଓ ବୌଦ୍ଧ ଧର୍ମାବଲମ୍ବୀ ଲୋକେ ବାସ କରୁଥିଲେ l ଏହା ଦକ୍ଷିଣ ପୂର୍ବ ଏସିଆରେ ଗୋଟିଏ ପ୍ରମୁଖ ବୌଦ୍ଧ ରାଜ୍ୟ ଥିଲା l ପୁରାତନ ଇତିହାସ ଏହା ଦର୍ଶାଉଛି ଯେ ଏଠାରେ ବିଭିନ୍ନ ଜାତି ସମୂହ ବାସ କରୁଥିଲେ l କୁହାଯାଏ ଯେ ବ୍ରୁନେଇ ଶବ୍ଦ ସଂସ୍କୃତ ଶବ୍ଦ ବରୁଣ ରୁ ଆସିଛି l ଯାହାର ଅର୍ଥ ନାବିକ l

ବ୍ରୁନେଇ ରେ ଇସ୍ଲାମ ର ଆଗମନ ୧୪ ସହ ଶତାବ୍ଦୀ ରେ ଆରମ୍ଭ ହୋଇଥଲା l ଯେତେବେଳେ ଏଠାରେ ଆରବ ଦ୍ବୀପ ଓ ଭାରତର ମୁସଲମାନ ବ୍ୟବସାୟୀ ବ୍ୟବସାୟ କରିବା ଆରମ୍ଭ କରିଥିଲେ l ୧୫୧୫ ରେ ବୌଦ୍ଧ ରାଜା ଅବଂଗ ଅଲକ ବେଟାତର ଇସ୍ଲାମ ଧର୍ମ ଗ୍ରହଣ କଲେ l ସେ ନିଜ ନାମ ସୁଲତାନ ମହମ୍ମଦ ରଖିଥିଲେ l ଧୀରେ ଧୀରେ ଏହା ଗୋଟିଏ ମୁସଲିମ ରାଷ୍ଟ୍ର ହୋଇଗଲା l ୧୯୫୯ ରେ ବ୍ରୁନେଇ ସମ୍ବିଧାନ ରେ ଧର୍ମ ଭାବରେ ଇସ୍ଲାମ ଘୋଷଣା କରାଗଲା l

Leave A Reply