ଆଜିର ବ୍ୟସ୍ତ ବହୁଳ ଜୀବନ ରେ ସମସ୍ତେ ଖୁବ୍ ଶୀଘ୍ର ନିଜର ସମସ୍ତ କାର୍ଯ୍ୟ କୁ ସମ୍ପାଦନ କରିବାକୁ ଚାହିଁ ଥାଆନ୍ତି । ତେଣୁ ଯେଉଁ ଖାଦ୍ୟ ଟି ଆମ ମାନଙ୍କ ପାଇଁ ସହଜ ରେ ଓ କମ ସମୟରେ ପ୍ରସ୍ତୁତ କରି ହୋଇଥାଏ ଆମ ତାହାକୁ ଜଳଖିଆ ରେ ଖାଇଥାଉ । ସେଥି ପାଇଁ ଆମ ମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ସକାଳ ଜଳଖିଆ ରେ ବ୍ରେଡ ଖାଇବାକୁ ପସନ୍ଦ କରି ଥାଉ । ଏହି ଖାଦ୍ୟ ଟିକୁ ପ୍ରାୟ ଛୋଟ ପିଲାଙ୍କ ଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଖାଇବାକୁ ପସନ୍ଦ କରି ଥାଆନ୍ତି ।
ନିକଟରେ ହୋଇଥିବା ଗବେଷଣା ଅନୁସାରେ ଗବେଷକ ମାନେ କହିଛନ୍ତି ଯେ ବ୍ରାଉନ ବ୍ରେଡ଼ ସକାଳ ଜଳଖିଆ ରେ ଗ୍ରହଣ କରିବା ସ୍ବାସ୍ଥ୍ୟ ପକ୍ଷରେ ଖୁବ୍ ହିତକର । ଏହାକୁ ସେବନ କରିବା ଦ୍ୱାରା ଆପଣ ଦିନସାରା ଏନର୍ଜେଟିକ୍ ରହିବେ ବୋଲି କୁହାଯାଇଛି ।
– ବ୍ରାଉନ ବ୍ରେଡ୍ ପୋଷାକ ତତ୍ତ୍ଵ ରେ ଭରପୁର ଅଟେ । ଏଥିରେ ଭିଟାମିନ, ମିନେରାଲ, ଓ ଫୋଲିକ୍ ଏସିଡ ପ୍ରଚୁର ପରିମାଣ ରେ ରହିଥାଏ । ଏହାକୁ ସେବନ କରିବା ଦ୍ୱାରା ଅନେକ ହେଲ୍ଥ ବେନିଫିଟ୍ ମିଳିଥାଏ ।
– ବ୍ରାଉନ ବ୍ରେଡ୍ ରେ ଗହମ ର ମାତ୍ରା ଅଧିକ ରହିଥାଏ । ଯେଉଁ କାରଣରୁ ପେଟ ଦୀର୍ଘ ସମୟ ଧରି ଭରି ହୋଇ ରହିଥାଏ । ବ୍ରାଉନ ବ୍ରେଡ୍ ସେବନ ଦ୍ଵାରା ଓଜନ ହ୍ରାସ ହୋଇଥାଏ ।
– ବ୍ରାଉନ ବ୍ରେଡ୍ ରେ ଗ୍ଲାଇସେମିକ ଇଣ୍ଡେକ୍ସ ଅଧିକ ମାତ୍ରା ରେ ରହିଥାଏ । ଏହା ଶରୀରରେ
ଗ୍ଲୁକୋଜ ସ୍ତର କୁ ବଢ଼ିବାକୁ ଦେଇ ନଥାଏ । ତେଣୁ ମଧୁମେହ ରୋଗୀ ମାନେ ବ୍ରାଉନ ବ୍ରେଡ୍ ସେବନ କରି ପାରିବେ ।
– ବ୍ରାଉନ ବ୍ରେଡ୍ ହାର୍ଟ କୁ ସୁସ୍ଥ ରଖିଥାଏ ଓ ଏହାକୁ କୋଲେଷ୍ଟ୍ରାଳ ନିୟନ୍ତ୍ରିତ ହୋଇଥାଏ ଏବଂ କାର୍ଡିଓ ବେସ୍କୁଲାର ରୋଗ ଗୁଡ଼ିକ ଠାରୁ ଆପଣ ଦୂରେଇ ରହିବେ ।
– ବ୍ରାଉନ ବ୍ରେଡ୍ ଦାନ୍ତ ଓ ଦାନ୍ତ ମାଢ଼ିକୁ ଶକ୍ତ କରିଥାଏ । ତେଣୁ ଏଥିପାଇଁ ବ୍ରାଉନ ବ୍ରେଡ୍ ସେବନ କରିବା ସ୍ବାସ୍ଥ୍ୟ ପକ୍ଷରେ ହିତକର ।