ଚର୍ଚ୍ଚାରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ଋଷି ସୁନକଙ୍କ ପତ୍ନୀ : ପୋଷାକ ପରିଧାନରେ ଭାରତୀୟ ପରମ୍ପରାକୁ ଆପଣାଇବାରେ ତିଳେମାତ୍ରା ହେଳା କରି ନଥଲେ
ନୂଆଦିଲ୍ଲୀ: ଜି୨୦ ଶିଖର ସମ୍ମିଳନୀ ପାଇଁ ଭାରତ ଗସ୍ତ ଅବସରରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପତ୍ନୀ ତଥା ଇନଫୋସିସର ସହ-ପ୍ରତିଷ୍ଠାତା ଏନ୍ଆର୍ ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି।
ଭାରତ ଯାତ୍ରା ସମୟରେ ଅକ୍ଷତା ନିଜ ପୋଷାକ ପରିଧାନରେ ଭାରତୀୟ ପରମ୍ପରାକୁ ଆପଣାଇବାରେ ତିଳେମାତ୍ରା ହେଳା କରି ନଥଲେ। ଅକ୍ଷୟ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ଠାରୁ ଆରମ୍ଭ କରି ଜି୨୦ ଶିଖର ସମ୍ମିଳନୀ ଶେଷ ପର୍ଯ୍ୟନ୍ତ ଯାହାବି ପୋଷାକ ପରିଧାନ କରିଥିଲେ ସେଥିରୁ ସେ ଭାରତୀୟ ପରମ୍ପରାକୁ ନେଇ କେତେ ଯତ୍ନଶୀଳ ତାହା ବାରି ହୋଇ ପଡ଼ୁଥିଲା। ଏଥିସହିତ ତାଙ୍କୁ ହାତରେ ଚୁଡ଼ି ଓ ମଥାରେ ବିନ୍ଦି ଲଗାଇଥିବାର ବି ଦେଖିବାକୁ ମିଳିଥିଲା।
ସେପ୍ଟେମ୍ବର ୯ ତାରିଖରେ ନୂଆଦିଲ୍ଲୀରେ ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାରେ ଏକ କୃଷି ପ୍ରଦର୍ଶନରେ ଅକ୍ଷତା ସଙ୍ଗମରମର ପ୍ରିଣ୍ଟର ପୋଷାକ ପିନ୍ଧିଥିଲେ। ଯାହାକୁ ଅକ୍ଷତା ୟୁକେର ଡିଜାଇନର ମଣିମେକଲା ଫୁଲଙ୍କ କଲେକସନରୁ ନେଇଥିଲେ। ମଣିମେକଲାଙ୍କ ଅଫିସିଆଲ ୱେବସାଇଟରେ ଏହାର ମୂଲ୍ୟ ପାଖାପାଖି ୩୦, ୫୭୬ଟଙ୍କା ରହିଛି।
ସେହିପର ଅକ୍ଷତା ପିନ୍ଧିଥିବା ଲାଲ ରଙ୍ଗର ପୋଷାକ ମୂଲ୍ୟ ଏକ ୱେବସାଇଟରେ ୭,୪୯୯୯ଟଙ୍କା ଥିବା ଜଣାପଡ଼ିଛି। ଏଥିସହିତ ଏକ ହାଲୁକା ଗୋଲାପୀ ରଙ୍ଗର ଶାଢ଼ିରେ ମଧ୍ୟ ଅକ୍ଷତାଙ୍କୁ ଦେଖିବାକୁ ମିଳିଥିଲା। ଅଫିସିଆଲ ୱେବସାଇଟରେ ଉକ୍ତ ଶାଢ଼ିର ମୂଲ୍ୟ ୨୪,୮୦୦ଟଙ୍କା ରହିଛି।
ଏଥିସହିତ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ପତ୍ନୀ ଅକ୍ଷତାଙ୍କ ବିଭିନ୍ନ ଯୁଗଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବିମାନରେ ଅକ୍ଷତା ମୂର୍ତ୍ତି ସ୍ବାମୀ ସୁନକଙ୍କ ଟାଇ ବାନ୍ଧିବାଠାରୁ ଆରମ୍ଭ କରି ବର୍ଷାରେ ମନ୍ଦିରକୁ ଯିବା ସମୟରେ ଏକ ଲାଲ୍ ଛତା ତଳେ ଏକାଠି ଯିବା ପର୍ଯ୍ୟନ୍ତ ଜି-୨୦ ଶିଖର ସମ୍ମିଳନୀ ପାଇଁ ଭାରତ ଗସ୍ତ ଅବସରରେ ବ୍ରିଟିସ ପ୍ରଧାନମନ୍ତ୍ରୀ ଦମ୍ପତିଙ୍କ ଫଟୋ ବେଶ୍ ଆବର୍ଷଣୀୟ ଓ ଭାଇରାଲ ହୋଇଛି।