Odisha news

ବ୍ରେଷ୍ଟ ଇମ୍ପ୍ଲାଣ୍ଟ କଣ ? ଏବଂ ଏହା ଶରୀର ପାଇଁ କେତେ କ୍ଷତିକାରକ

0

ଆଜିକାଲି ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବିଭିନ୍ନ ପ୍ରକାର ସର୍ଜରୀ କରାଯାଉଛି l କିଏ ନାକ ର କରୁଛି ତ କିଏ ଆଖିର ଆଉ କେହି କେହି ପେଟର ମଧ୍ୟ ସର୍ଜରୀ କରି ଓଜନ ହ୍ରାସ କରୁଛନ୍ତି l ବର୍ତମାନ ମହିଳା ମାନେ ଓ ଝିଅମାନେ ନିଜର ସୌନ୍ଦର୍ଯ୍ୟ ବୃଦ୍ଧି ନିମିତ୍ତ ବ୍ରେଷ୍ଟ ଇମ୍ପ୍ଲାଣ୍ଟ କରିବା ଆରମ୍ଭ କରିଛନ୍ତି l କିନ୍ତୁ ଏହି ବ୍ରେଷ୍ଟ ଇମ୍ପ୍ଲାଣ୍ଟ କଣ ପ୍ରଥମେ ଜାଣିବା ଜରୁରୀ ଅଟେ l ବ୍ରେଷ୍ଟ ଇମ୍ପ୍ଲାଣ୍ଟ ଗୋଟିଏ ପ୍ରକାରର ପ୍ଲାଷ୍ଟିକ ସର୍ଜରୀ ଅଟେ ଯାହାର ଆଜିକାଲି ଖୁବ ଅଧିକ କ୍ରେଜ ରହିଛି l ବ୍ରେଷ୍ଟ ଇମ୍ପ୍ଲାଣ୍ଟ କରିବା ଦ୍ୱାରା ସ୍ତନ ର ଆକୃତି ବୃଦ୍ଧି ହୋଇଥାଏ l କିନ୍ତୁ ଏହି ସମୟ ରେ ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖିବା ଜରୁରୀ ହୋଇଥାଏ l

ବ୍ରେଷ୍ଟ ଇମ୍ପ୍ଲାଣ୍ଟ କଣ ?
ବ୍ରେଷ୍ଟ ଇମ୍ପ୍ଲାଣ୍ଟ କୃତ୍ରିମ ଉପକରଣ ହୋଇଥାଏ , ଯାହାକୁ ଶଲ୍ୟ ଚିକିତ୍ସା ଦ୍ୱାରା ଆପଣଙ୍କ ସ୍ତନ ରେ ଦିଆଯାଇ ଥାଏ l ବ୍ରେଷ୍ଟ ଇମ୍ପ୍ଲାଣ୍ଟ ସିଲିକନ ର ଖୋଳ ହୋଇଥାଏ, ଯାହାକି ସିଲିକନ ଜେଲ୍ କିମ୍ବା ସାଲାଇନ ରେ ପୁର୍ଣ ହୋଇଥାଏ l ପ୍ଲାଷ୍ଟିକ ସର୍ଜନ ମାନେ ଏହି କାର୍ଯ୍ୟ କରି ଥାଆନ୍ତି l ଯେଉଁମାନେ କ୍ୟାନ୍ସର ଦ୍ୱାରା ନିଜର ସ୍ତନ ହରାଇ ଥାଆନ୍ତି ବ୍ରେଷ୍ଟ ଇମ୍ପ୍ଲାଣ୍ଟ କରାଇ ଥାଆନ୍ତି l ବ୍ରେଷ୍ଟ ଇମ୍ପ୍ଲାଣ୍ଟ ବିଶେଷ ଭାବରେ ଦୁଇ ପ୍ରକାରର ଅଟେ l ଗୋଟିଏ ହେଲା ଯେଉଁମାନେ ସ୍ତନ ହରାଇ ଥାଆନ୍ତି ଏବଂ ଆଉ ଜଣେ ସ୍ତନର ଆକୃତି ବୃଦ୍ଧି କରାଇ ଥାଆନ୍ତି , ଯାହାକୁ ବ୍ରେଷ୍ଟ ରୀ-କନଷ୍ଟ୍ରକସନ କୁହାଯାଇ ଥାଏ l

ବ୍ରେଷ୍ଟ ଇମ୍ପ୍ଲାଣ୍ଟ କରାଇବା ଦ୍ୱାରା କେଉଁ ସବୁ କ୍ଷତି ହୋଇଥାଏ –
– ସ୍ତନ ପ୍ରତ୍ୟାରୋପଣ ର ଦୀର୍ଘଦିନ ପରେ ସ୍ତନରୁ ରକ୍ତସ୍ରାବ ହେବାର ସମ୍ଭାବନା ରହିଥାଏ l
– ବ୍ରେଷ୍ଟ ଇମ୍ପ୍ଲାଣ୍ଟ ଦ୍ୱାରା ସ୍ତନର ଆକୃତି ବୃଧିତ ହୋଇଥାଏ କିନ୍ତୁ ଖୁବ ଶୀଘ୍ର ଲୁଜ ମଧ୍ୟ ହେବାର ସମ୍ଭାବନା ରହିଥାଏ l
– ବ୍ରେଷ୍ଟ ଇମ୍ପ୍ଲାଣ୍ଟ ଗୋଟିଏ ଏଭଳି ସମସ୍ୟା ଦେଖାଇଥାଏ ଯାହାକି ଦୀର୍ଘଦିନ ଯିବା ପରେ ପୁନଶ୍ଚ ସର୍ଜରୀ କରିବାକୁ ପଡିଥାଏ l
– ସବୁ କ୍ଷେତ୍ରରେ ନୁହେଁ କିଛିଟା କ୍ଷେତ୍ରରେ ଏହା ବ୍ୟବିଷ୍ୟତ ରେ ଶିଶୁଙ୍କୁ ସ୍ତନ୍ୟ ପାନ କରାଇବାରେ ମଧ୍ୟ ବାଧା ଆଣିଥାଏ l
– ଏବଂ ଛାତିର ମାଂସପେଶୀ ରେ ଯନ୍ତ୍ରଣା ମଧ୍ୟ ଦେଖାଯାଇ ଥାଏ l
– ବ୍ରେଷ୍ଟ ଇମ୍ପ୍ଲାଣ୍ଟ ପରେ ଯଦି ଆପଣ ମେଡ଼ିସିନ ସେବନ କରୁଛନ୍ତି ତେବେ ତାର ମଧ୍ୟ ସାଇଡ ଇଫେକ୍ଟ ଦେଖିବାକୁ ମିଳେ, ଯେପରିକି ପିରିଅଡ୍ସ ସମୟ ଏପଟ ସେପଟ ହେବାର ଦେଖାଯାଇ ଥାଏ l

Leave A Reply