ନୂଆଦିଲ୍ଲୀ : ବ୍ରାଜିଲ ରେ ଭାରତୀୟ କମ୍ପାନୀ ଭାରତ ବାୟୋଟେକ ର କୋ ଭ୍ୟାକସିନ କିଣିବାକୁ ନେଇ ହଂଗାମା ହୋଇ ଯାଇଛି l ବ୍ରାଜିଲ ର ସରକାର ଉଚା ଦରରେ ଟୀକା କିଣିବାକୁ ନେଇ ଅସୁବିଧାର ସମୁଖୀନ ହୋଇଛନ୍ତି l ଏହି ଟୀକା କିଣା କୁ ନେଇ ଯେତେବେଳେ ବ୍ରାଜିଲ ରାଷ୍ଟ୍ରପତି ଅସୁବିଧାର ସମୁଖୀନ ହେଲେ ସେତେବେଳେ ତାଙ୍କୁ ସଫେଇ ଦେବାକୁ ପଡିଥିଲା l କିନ୍ତୁ ତାଙ୍କର ଉତ୍ତର ସନ୍ତୋଷ ଜଣକ ନଥିଲା l
ବର୍ତମାନ ବ୍ରାଜିଲର ଜଣେ ସିନେଟର ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ସୁପ୍ରିମ କୋର୍ଟ ରେ କେଶ କରିଛନ୍ତି ଓ ତାଙ୍କ ଉପରେ ଭ୍ରଷ୍ଟାଚାରର ଆରୋପ ଲାଗିଛି l ବ୍ରାଜିଲ ର ସଂଘୀୟ ଅଭିଯୋଜକ ଭାରତ ବାୟୋଟେକ ର କୋ-ଭ୍ୟାକସିନ ଦୁଇ କୋଟି ଡୋଜ ୩୨ କୋଟି ଡଲାର ରେ କିଣିଥିଲେ l ଏହି ତଥ୍ୟ ବ୍ରାଜିଲ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିକଟରୁ ମିଳିଥିଲା , ସେ କହିଥିଲେ ତାଙ୍କ ଉପରେ ଉଚା ଦରରେ କୋ-ଭ୍ୟାକସିନ କିଣିବା ପାଇଁ ଚାପ ପଡିଥିଲା l ସେ ଏହି କଥା ରାଷ୍ଟ୍ରପତିଙ୍କୁ ମଧ୍ୟ ଜଣାଇ ଥିଲେ l
ସାଂସଦଂକ ପକ୍ଷରୁ ଆରୋପ ଲାଗିଛି ଯେ ରାଷ୍ଟ୍ରପତି ଏହି ସମସ୍ତ ବିଷୟରେ ଅବଗତ ଥିଲେ ମଧ୍ୟ ଏତେ ଉଚା ଦରରେ ଟୀକା କୀଣାକୁ ଅଟକାଇ ନଥିଲେ l କିନ୍ତୁ ବ୍ରାଜିଲ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଘଟଣାକୁ ନେଇ କୌଣସି ପ୍ରତିକ୍ରିୟା ଆସିନାହିଁ l ଯଦି ଏହି ଆରୋପ ସତ୍ୟ ପ୍ରମାଣିତ ହେଲା ତେବେ ଜାୟର ବୋଲସୋନରୋ ଙ୍କୁ ରାଷ୍ଟ୍ରପତି ପଦରୁ ହଟାଯିବ l କୁହା ଯାଉଛି ଯେ ଫାଇଜର ବ୍ରାଜିଲ କୁ ଗତ ବର୍ଷ ଭାରତୀୟ ଟୀକା ମୂଲ୍ୟରେ ଟୀକା ଉପଲବ୍ଧ କରାଇବ ବୋଲି ପ୍ରସ୍ତାବ ଦେଇଥିଲା l ବ୍ରାଜିଲ ରାଷ୍ଟ୍ରପତି କହିଛନ୍ତି ନା ଭାରତୀୟ ଟୀକା ବ୍ରାଜିଲ୍କୁ ଆସିଛି ନା ଉପଲବ୍ଧ ଅଛି ,ତେବେ ଏଥିରେ ଭ୍ରଷ୍ଟାଚାର ରହିଲା କେଉଁଠି l

Comments are closed.