ପୁରାତନ ଚିକିତ୍ସା ରେ ମଉନ ବ୍ରତ ରଖିବା କାହିଁକି ଶରୀର ପକ୍ଷରେ ହିତକର , ମଉନ ବ୍ରତ ରଖିବା ଦ୍ଵାରା ମିଳିଥାଏ ୬ ଟି ଚମତ୍କାର ଲାଭ
ମଉନ ବ୍ରତ ହେଉଛି ପୁରାତନ ଚିକିତ୍ସା ପଦ୍ଧତି ର ଗୋଟିଏ ଉତ୍କୃଷ୍ଟ ମାଧ୍ୟମ। ଯାହାକୁ ମୁନୀ ଋଷି ମାନେ ନିଜକୁ ସୁସ୍ଥ ରଖିବା ପାଇଁ ଆପଣାଇ ଥିଲେ । ଆଜିର ବ୍ୟସ୍ତ ବହୁଳ ଜୀବନ ରେ ମାନସିକ ଚାପ ଦ୍ଵାରା ମଣିଷ ବିଭିନ୍ନ ପ୍ରକାର ରୋଗ ର ଶିକାର ହେଉଛି । ତେଣୁ ଏପରି ସ୍ଥିତି ରେ ଯୋଗ ଓ ସାଧନା ନିଜକୁ ସୁସ୍ଥ ରଖିବାର ଗୋଟିଏ ଭଲ ବିକଳ୍ପ ବୋଲି ଆୟୁର୍ବେଦ ରେ କୁହାଯାଇଛି ।
କିନ୍ତୁ ନିଜକୁ ମାନସିକ ଭାବରେ ସୁସ୍ଥ ରଖିବା ପାଇଁ ମଣିଷ ଆଉ ଗୋଟିଏ ସୁନ୍ଦର ଉପାୟ ଆପଣାଇ ପାରିବ , ତାହା ହେଉଛି ମଉନ ବ୍ରତ । ହଁ ଆଜ୍ଞା ଆପଣ ଶୁଣିଥିବେ ମଉନ ବ୍ରତ ବିଷୟରେ , ଯାହାକି ମୁନୀ ଋଷି ମାନେ ଖୁବ୍ ପ୍ରଭାବଶାଳୀ ବୋଲି କହୁ ଥିଲେ ।
ବିଶେଷ ଭାବରେ ମଉନ ବ୍ରତ ଗୋଟିଏ ଅଭ୍ୟାସ ରେ ଆପଣ ପରିଣତ କରି ନିଜକୁ ଉର୍ଜବାନ୍ ଓ ସମୃଦ୍ଧ କରି ପାରିବେ । ମଉନ ବ୍ରତ ର ଅର୍ଥ ଗୋଟିଏ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଆପଣ କାହା ସହିତ କିଛି କଥା ନହେବା।
* ହାର୍ଟ ପାଇଁ ଲାଭ ଦାୟକ ମଉନ ବ୍ରତ:-
ଆପଣ ସାଧାରଣ ଭାବରେ ଦେଖିଥିବେ ଯେ କିଛି ଲୋକ ଉଚ୍ଚ ସ୍ଵରରେ ଚିଲେଇ କଥା ହେବା ଦ୍ଵାରା ଉଚ୍ଚ ରକ୍ତଚାପ ସମସ୍ୟା ଦେଖା ଯାଇଥାଏ । କେବେ କେବେ ଏଭଳି ସ୍ଥିତି ରେ ହାର୍ଟ ଷ୍ଟ୍ରୋକ ହେବାର ସମ୍ଭାବନା ମଧ୍ୟ ରହିଥାଏ । ତେଣୁ ଏଭଳି ସ୍ଥିତି ରେ ଯଦି ଆପଣ ସପ୍ତାହକୁ ଗୋଟିଏ ଦିନ ମଉନ ରହି ନିଜକୁ ସୁସ୍ଥ ରଖିପାରିବେ । ଏହାଦ୍ବାରା ଆପଣଙ୍କ ରକ୍ତ ସଞ୍ଚାଳନ ଭଲ ହେବା ସହିତ ରକ୍ତ ଚାପ ସମସ୍ୟା ଦୂର ହୋଇଥାଏ ।
* ଭାବନା କୁ ମଜବୁତ୍ କରିଥାଏ :-
କିଛି ଲୋକଙ୍କ ସ୍ଵଭାବ ରହିଥାଏ ଅଧିକ କ୍ରୋଧ ଆସିବା ଦ୍ବାରା ସେମାନେ କାନ୍ଦିବାକୁ ଲାଗି ଥାଆନ୍ତି ଓ ଚିତ୍କାର ଛାଡ଼ି ଥାଆନ୍ତି । ଯେଉଁ ଭାବନାକୁ ନେଇ ଆପଣଙ୍କୁ ପରେ ପଶ୍ଚାତାପ କରିବାକୁ ପଡ଼ିଥାଏ । ଯଦି ଆପଣ ମଉନ ବ୍ରତ ମାଧ୍ୟମ କୁ ଅପଣାଇବେ ତେବେ ଏହା ଆପଣଙ୍କ ଭାବନାକୁ ନିୟନ୍ତ୍ରଣ କରିବ ଓ ମନକୁ ଶାନ୍ତ ରଖିବ ।
* ଏକାଗ୍ରତା ବୃଦ୍ଧି ହୋଇଥାଏ –
ମଉନ ବ୍ରତ ରଖିବା ଦ୍ଵାରା ସବୁଠୁ ଅଧିକ ଲାଭ ଏକାଗ୍ରତା ବଢ଼ିବାରେ ସହଯୋଗ ମିଳି ଥାଏ । ମନ ଶାନ୍ତ ରହିଥାଏ । ଏହି ମଉନ ବ୍ରତ ଉପାୟ ଟି ବିଦ୍ୟାର୍ଥୀ ମାନଙ୍କ ପାଇଁ ଖୁବ୍ ଆବଶ୍ୟକ ହୋଇଥାଏ। ଯାହାଦ୍ଵାରା ସେମାନେ ବିଦ୍ୟା ଅର୍ଜନ କରିବାରେ ମନୋ ନିବେଶ କରି ଥାଆନ୍ତି ।
* ମସ୍ତିସ୍କ ଶକ୍ତି ଶାଳୀ ହୋଇଥାଏ -:
ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ର ୨୦୧୧ ର ରିପୋର୍ଟ ଅନୁସାରେ ଧ୍ଵନି ପ୍ରଦୂଷଣ ଗୋଟିଏ ଆଧୁନିକ ବିପତି ଅଟେ । ମଉନ ବ୍ରତ ଦ୍ଵାରା ମନେ ରଖିବାର ଶକ୍ତି ବୃଦ୍ଧି ହୋଇଥାଏ । ଡ୍ୟୁକ୍ ବିଶ୍ଵ ବିଦ୍ୟାଳୟ ର ଗୋଟିଏ ଅଧ୍ୟୟନ ଅନୁସାରେ ଜଣେ ବ୍ୟକ୍ତି ଯଦି ୨ଘଣ୍ଟା ମଉନ ରହିଥାଏ ତେବେ ତାର ମସ୍ତିସ୍କ ର ଶକ୍ତି ଖୁବ୍ ବୃଦ୍ଧି ହୋଇଥାଏ ଓ ମନେ ରଖିବା ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ । ଏହାଦ୍ବାରା ମନ ହାଲୁକା ହେବା ସହ ଶାନ୍ତ ମଧ୍ୟ ହୋଇଥାଏ ।
* ଚିନ୍ତାରୁ ମୁକ୍ତି ଦେଇଥାଏ ମଉନ ବ୍ରତ :-
ମଉନ ବ୍ରତ ଗୋଟିଏ ଏଭଳି ସାଧନା ଯାହା ମଣିଷ କୁ ଚିନ୍ତା ମୁକ୍ତ କରିଥାଏ । ଆଗ କାଳରେ ମୁନୀ ଋଷି ମାନେ ଦୀର୍ଘ ଦିନ ଧରି ମଉନ ବ୍ରତ ଧାରଣ କରି ରହୁଥିଲେ । ଅନେକ ଗବେଷଣା ରୁ ଏହା ମଧ୍ୟ ଜଣା ପଡ଼ିଛି ଯେ ମାତ୍ର ୨ମିନିଟ ମଉନ ରହିବା ଦ୍ଵାରା ମଣିଷ ର ମନ ଶାନ୍ତ ରହିଥାଏ । ଯେଉଁ ବ୍ୟକ୍ତି ମାନେ ବିଶେଷ ଭାବରେ ଡିପ୍ରେଶନ, ଏଙ୍ଗଜାଇଟି ଦ୍ଵାରା ଗତି କରୁଛନ୍ତି ତେବେ ସେମାନଙ୍କ ପାଇଁ ମଉନ ବ୍ରତ ଖୁବ୍ ହିତକର ବୋଲି ଗବେଷକ ମାନେ ମତ ଦେଇଛନ୍ତି ।
* ମଉନ ବ୍ରତ ଦୀର୍ଘାୟୁ କରାଇ ଥାଏ :-
ମଉନ ବ୍ରତ ଦ୍ଵାରା ଶାରିରୀକ ଉର୍ଯାର ସଞ୍ଚୟ ହୋଇଥାଏ । ଆଗ କାଳରେ ମୁନୀ ଋଷି ମାନଙ୍କର ଦୀର୍ଘାୟୁ ର ରହସ୍ୟ ଏହି ମଉନ ବ୍ରତ ରେ ଲୁଚି ରହିଛି ବୋଲି କୁହାଯାଇଛି । ଏହା ତାଙ୍କୁ ଶାରିରୀକ ଶକ୍ତି , ମାନସିକ ଶକ୍ତି ସଞ୍ଚୟ କରିବାରେ ସାହାଯ୍ୟ କରୁଥିଲା । ତେଣୁ ସେମାନଙ୍କ ର ମତ ରହିଥିଲା ଯେ ଅଧିକ କଥା ହେବା ଦ୍ଵାରା ଶକ୍ତି ନଷ୍ଟ ହୋଇଯାଏ। ତେଣୁ ମଉନ ରହି ନିଜକୁ ସେମାନେ ସୁସ୍ଥ ଓ ଦୀର୍ଘାୟୁ କରିଥିଲେ ।
