Odisha news

କାହିଁକି ଭାରତୀୟ ଙ୍କ ନିକଟରେ ବୃଦ୍ଧି ପାଉଛି ଅଧିକ ବ୍ରେନ ଷ୍ଟ୍ରୋକ ସମସ୍ୟା ? କିଭଳି ରଖିବେ ନିଜକୁ ସୁରକ୍ଷିତ

0

ଭାରତରେ ପ୍ରତ୍ୟେକ ବର୍ଷ ଅନେକ ଲୋକଙ୍କ ଜୀବନ ବ୍ରେନ ଷ୍ଟ୍ରୋକ ରେ ଚାଲି ଯାଉଛି l ଯେବେକି ଟ୍ୟୁମର ଓ ମାଇଗ୍ରେନ ଭଳି ନ୍ୟୁରୋଲୋଜିକାଲ ସମସ୍ୟା ଗୋଟିଏ ସାଧାରଣ ସମସ୍ୟା ହୋଇଥାଏ l କିନ୍ତୁ ବ୍ରେନ ଷ୍ଟ୍ରୋକ ଏଭଳି ଗୋଟିଏ ସମସ୍ୟା ଅଟେ ଯାହାକି ବ୍ୟକ୍ତିର ଜୀବନ କୁ ଅନେକ ମାତ୍ରାରେ ପ୍ରଭାବିତ କରିଥାଏ l ଅଧୟନ ଅନୁସରେ ଭାରତରେ ପ୍ରତିବର୍ଷ ୧ଲକ୍ଷ ୮୫ ହଜାର ପାଖାପାଖି ବ୍ରେନ ଷ୍ଟ୍ରୋକ କେଶ ଆସିଥାଏ l ଏହାର ଅର୍ଥ ପ୍ରତି ୪୦ ସେକେଣ୍ଡ ରେ ଜଣେ ବ୍ୟକ୍ତି ବ୍ରେନ ଷ୍ଟ୍ରୋକ ରେ ପୀଡିତ ହୋଇଥାଏ l ଏବଂ ପ୍ରତି ୪ ମିନିଟ ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥାଏ l

ଭାରତୀୟ ଙ୍କ ନିକଟରେ କାହିଁକି ବୃଦ୍ଧି ପାଉଛି ବ୍ରେନ ଷ୍ଟ୍ରୋକ ସମସ୍ୟା –
– ଏଥିପାଇଁ ବିଶେଷ ଭାବରେ ଭାରତୀୟଙ୍କ ଲାଇଫଷ୍ଟାଇଲ ଦାୟୀ l
– ଭାରତୀୟ ଙ୍କ ଖାଦ୍ୟ ଶୈଳୀ ମଧ୍ୟ ବ୍ରେନ ଷ୍ଟ୍ରୋକ ପାଇଁ ଦାୟୀ ଅଟେ ବୋଲି ଅଧୟନ ରେ କୁହାଯାଇଛି l
– ଭାରତୀୟ ମାନଙ୍କ କାର୍ଯ୍ୟ ଦକ୍ଷତା ମଧ୍ୟ କିଛି ମାତ୍ରାରେ ଦାୟୀ ହୋଇଥାଏ l
– ବିଶେଷ ଭାବରେ ଦେଖିବାକୁ ଗଲେ ଭାରତୀୟ ମାନେ ଅଧିକ ମାନସିକ ଚାପର ଶିକାର ହୋଇ ଥାଆନ୍ତି, ଯାହାକି ବ୍ରେନ ଷ୍ଟ୍ରୋକ ର କାରଣ l
– ନିଦ୍ରା ହୀନତା ଓ ମାନସିକ ଚାପ ବୃଦ୍ଧି କୁ ମଧ୍ୟ ଗୋଟିଏ କରଣ ଭାବରେ ଦର୍ଶ ଯାଇଛି l

କିଭଳି ରଖିବେ ନିଜକୁ ସୁରକ୍ଷିତ –
– ଯଦି ଆପଣ ଜଣେ ଉଚ୍ଚ ରକ୍ତଚାପ ରୋଗୀ ତେବେ ରକ୍ତଚାପ ଯାଞ୍ଚ କରି ଔଷଧ ସେବନ କରନ୍ତୁ l
– ନିୟମିତ ଭାବରେ ପୁଷ୍ଟିକର ଭୋଜନ ଗ୍ରହଣ କରନ୍ତୁ l
– ତୈଳଯୁକ୍ତ ଓ ଚର୍ବିଯୁକ୍ତ ଭୋଜନ ଠାରୁ ଦୁରେଇ ରୁହନ୍ତୁ l
– ଅଧିକ ମାତ୍ରାରେ ପନିପରିବା ଓ ଫଳମୂଳ ସେବନ କରନ୍ତୁ l

Leave A Reply