Odisha news

ଆସିଗଲା ଉଚ୍ଚ ରକ୍ତଚାପ କୁ ସନ୍ତୁଳିତ କରିବାର ନୂଆ ଗାଇଡ଼ ଲାଇନ, ଯାହାକୁ ଜାଣିବା ନିହାତି ଜରୁରୀ

0
ଉଚ୍ଚ ରକ୍ତଚାପ ବା ହାଇ ବ୍ଲଡ଼ ପ୍ରେସର କୁ କୁହାଯାଇଥାଏ ସାଇଲେଣ୍ଟ କିଲର, ଏହା କୌଣସି ନିର୍ଦ୍ଧିଷ୍ଟ ଲକ୍ଷଣ ନଦେଇ ଶରୀରକୁ ଭିତରୁ କ୍ଷତି ଘଟାଇଥାଏ, ଯେପରିକି ହୃଦ ରୋଗ, ଷ୍ଟ୍ରୋକ ଡ଼ାଈମେନ୍ସିଆ , କିଡ୍ନୀ ରୋଗ ଏବଂ ସମୟ ପୂର୍ବରୁ ମୃତ୍ୟୁ କୁ ଟାଣି ନେଇଥାଏ l ନିକଟରେ ଆମେରିକାନ ହାର୍ଟ ବିଶେଷଜ୍ଞ ଉଚ୍ଚ ରକ୍ତଚାପ କୁ ନେଇ ନିଜ ଗାଇଡ଼ ଲାଇନ ରେ ଅନେକ ପରିବର୍ତ୍ତନ କରିଛନ୍ତି l

ବ୍ଲଡ଼ ପ୍ରେସର ର ନୂଆ ପାରା ମିଟର କଣ ରହିଛି –
– ସିସ୍ତୋଲିକ – ଯେତେବେଳେ ହୃଦୟ ରକ୍ତ କୁ ପମ୍ପ କରିଥାଏ
– ଡାୟାଷ୍ଟଲିକ – ଯେତେବେଳେ ହାର୍ଟ ବିଟ ମଝିରେ ହାର୍ଟ ରେଷ୍ଟ କରିଥାଏ

ନୂଆ ପାରାମିଟର ଏହି ପ୍ରକାରର –
– ଏଲିବେଟେଡ଼ ବିପି : 120-129 mm Hg ଏବଂ 80mm Hg ମଧ୍ୟରେ ରହିଛି
– ଷ୍ଟେଜ 1 ହାଇପରଟେନ୍ସନ – 130-139 mm Hg କିମ୍ବା 80-89 mm Hg
– ଷ୍ଟେଜ 2 ହାଇପରଟେନ୍ସନ – 140 mm Hg କିମ୍ବା 90mm Hg

ଔଷଧ କେତେବେଳେ ଖାଇବା ଜରୁରୀ –
ଯଦି ରକ୍ତଚାପ 130-139 /80-89 mm Hg ଏପରି ମାମଲା ରେ ତୁରନ୍ତ ୨ଟି ଔଷଧ ଏକ ସାଙ୍ଗରେ ଦିଓଆଯାଇଥାଏ , ଅଲଗା ଅଲଗା ଉପାୟରେ ବିପି କୁ ଶୀଘ୍ର ଏବଂ ସ୍ଥାୟୀ ଭାବରେ ନିୟନ୍ତ୍ରିତ କରାଯାଇଥାଏ l

* କେଉଁ ସବୁ ଟେଷ୍ଟ ଜରୁରୀ –
– ଲିଭର ଫଙ୍କସନ ଟେଷ୍ଟ
– କିଡ୍ନୀ ଫଙ୍କସନ ଟେଷ୍ଟ
– ସୋଡିୟମ-ପୋଟାସିୟମ ବାଲାନ୍ସ
– ୟୁରିକ ଏସିଡ ଏବଂ ବ୍ଲଡ଼ ସୁଗାର ପ୍ରୋଫାଇଲ
– ପୋଟାସିୟମ ଏବଂ ଡାଏଟ ର ମହତ୍ୱ
– ପୋଟାସିୟମ ଯୁକ୍ତ ଭୋଜନ ଜରୁରୀ , ଯେପରିକି କଦଳୀ, ପଇଡ଼ ପାଣି, ସବୁଜ ପନିପରିବା ଇତ୍ୟାଦି l

– ରକ୍ତଚାପ ସନ୍ତୁଳିତ ରଖିବାର ଉପାୟ –
– କମ ଲୁଣ ଖାଇବା ଜରୁରୀ
– ସିଗାରେଟ ଏବଂ ମଦ୍ୟପାନ ଠାରୁ ଦୁରେଇ ରୁହନ୍ତୁ
– ଯୋଗ, ମେଡ଼ିଟେସନ , ନିୟମିତ କରିବା ଜରୁରୀ
– ଯେପରି ପ୍ରତ୍ୟେକ ମାସରେ କିଛି ମାତ୍ରାରେ ଓଜନ ହ୍ରାସ କରିବା ଜରୁରୀ

Leave A Reply