Odisha news

କୋରାପୁଟ ଜିଲ୍ଲାରେ କରୋନା ର ବ୍ରେକ ନାହିଁ : ଆଜି ୮୭ ନୂଆ ଆକ୍ରାନ୍ତ। , ତଥାପି ୩୧୪୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି

0
ବୋରିଗୁମ୍ମା (କେ.ସାକିଲି ଦୋରା) : ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ କରୋନା ସଂକ୍ରମଣ ର ବ୍ରେକ ନାହିଁ। ପ୍ରତିଦିନ ଜିଲ୍ଲାରେ ୮୦ କିମ୍ବା ୯୦ ଜଣ ନୂଆ ସଂକ୍ରମିତ ହେଉଛନ୍ତି। ନୂଆ କରୋନା ଆକ୍ରାନ୍ତ ଙ୍କ ମଧ୍ୟରେ ପୋଲିସ, ଶିକ୍ଷକ, ମେଡ଼ିକାଲ ଷ୍ଟାଫ ରହିଛନ୍ତି। ଏଥିସହିତ ଦିନ କୁ ଦିନ ସାଧାରଣ ଲୋକ ବହୁ ପରିମାଣରେ ସଂକ୍ରମଣ ହେଉଥିବା ନଜର କୁ ଆସିଛି। କୋରାପୁଟ ଜିଲ୍ଲାରେ କେବଳ ଜୟପୁର ଠାରେ କୋବିଡ଼ ହସ୍ପିଟାଲ ରହିଛି। ସେଥିରେ ବି ବେଡ଼ ସଂଖ୍ୟା ବହୁତ କମ।
ଏଣୁ ବହୁ ବ୍ୟକ୍ତି ବିଶେଷ ଯେଉଁମାନେ କରୋନା ରେ ଆକ୍ରାନ୍ତ ହେଉଛନ୍ତି ସେମାନଙ୍କୁ ହୋମ ଆଇସଲେସନ ରେ ରହି ଚିକିତ୍ସିତ ହେବାକୁ ପ୍ରଶାସନ ପରାମର୍ଶ ଦେଇଛନ୍ତି।ଆଜି ଶନିବାର ଦିନ ଜିଲ୍ଲାରେ ୮୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୩୯୬୦ ରେ ପହଁଚିଥିବା ବେଳେ ସେଥିମଧ୍ୟରୁ ୩୧୪୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜି ସଂକ୍ରମିତ ଙ୍କ ମଧ୍ୟରୁ ଦୁଇ ଜଣ ବୈପାରିଗୁଡା ବ୍ଲକ ର ହୋଇଥିବା ବେଳେ ବୋରିଗୁମ୍ମା ବ୍ଲକର ୩ ଜଣ, ଜୟପୁର ପୌରପାଳିକା ର ୧୩ ଜଣ, କୋରାପୁଟ ବ୍ଲକର ୨୨ଜଣ, କୋରାପୁଟ ପୌରପାଳିକା ର ୧୩ ଜଣ, କୋଟପାଡ଼ ବ୍ଲକର ୯ ଜଣ, ସୁନାବେଡା ପୌରପାଳିକା ର ୧୫ ଜଣ ରହିଛନ୍ତି। ଦିନ କୁ ଦିନ କରୋନା  ଆକ୍ରାନ୍ତ ଙ୍କ ସଂଖ୍ୟା ଆଶାତୀତ ଭାବେ ଵୃଦ୍ଧି ପାଇବା ପରେ ପ୍ରଶାସନ ର ମୁଣ୍ଡ ବ୍ୟଥା ହୋଇଛି। ଏଣୁ କିଭଳି ଭାବେ ସଂକ୍ରମଣ କୁ ରୋକି ହେବ ସେଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉଥିବା ପ୍ରଶାସନିକ ସ୍ତର ରୁ ସୂଚନା ମିଳିଛି।
Nalco
Leave A Reply