Odisha news

ମା ଭୈରବୀ ରାଜମିସ୍ତ୍ରୀ ସଂଘ ଓ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ।

0
ବୋରିଗୁମ୍ମା (କେ.ସାକିଲି ଦୋରା)— ଆଜି ଦେଶର ଦଶ ଟି ପାଞ୍ଚ ଦଫା ଦାବୀ ରେ ଦେଶବ୍ୟାପୀ ଧର୍ମଘଟ କରିଛନ୍ତି। ଦେଶର ସମସ୍ତ ଗମନାଗମନ କୁ ଠପ କରିଛନ୍ତି। ଏହି କ୍ରମରେ ବୋରିଗୁମ୍ମା ଠାରେ ମା ଭୈରବୀ ରାଜମିସ୍ତ୍ରୀ ସଂଘ ରାଜରାସ୍ତା କୁ ଓଲ୍ଲାଇ ଧର୍ମଘଟ କରିଛନ୍ତି। ବୋରିଗୁମ୍ମା ଛକ ଠାରେ ରାଜମିସ୍ତ୍ରୀ ସଂଘ ର ସଭାପତି ଅଶୋକ କୁମାର ଗନ୍ତାୟତ ଙ୍କ ନେତୃତ୍ୱରେ ସମସ୍ତ ରାଜମିସ୍ତ୍ରୀ ମାନେ ଧର୍ମଘଟ ରେ ଯୋଗ ଦେଇଥିଲେ। ମୋଟ ପାଞ୍ଚୋଟି ଦଫା ରହିଥିଲା। ସେହି ଦାବୀ ଗୁଡ଼ିକ ହେଉଛି ,କୃଷକ ଓ ଶ୍ରମିକ ବିରୋଧୀ ଆଇନ କୁ ରଦ୍ଧ କରାଯାଉ,ବିକାଶ ନାମରେ ବିନାଶକାରୀ ଓ ପରିବେଶ ଧ୍ୱଂସ କାରୀ ପ୍ରକଳ୍ପ ବନ୍ଦ କରାଯାଉ। ମିଥ୍ୟା ମାମଲାରେ ଜେଲରେ ଅଟକ ଥିବା ବୁଦ୍ଧିଜୀବୀ, ସାମାଜିକ କର୍ମକର୍ତ୍ତା, ସାମ୍ବାଦିକ ଙ୍କୁ ଖଲାସ କରାଯାଉ, ଜାତୀୟ ଶିକ୍ଷାନୀତି ୨୦୨୦ ପ୍ରତ୍ୟାହାର କରାଯାଉ।ଅନ୍ୟ ମାନଙ୍କ ମଧ୍ୟରେ ରାଜମିସ୍ତ୍ରୀ ସଂଘର ସମ୍ପାଦକ ନାରାୟଣ ଯାନୀ, ଉପ ସଭାପତି ପତିରାମ ଗୌଡ଼, ସହ ସମ୍ପାଦକ କୁନା ସାହୁ, କୋଷାଧ୍ୟକ୍ଷ ଜଳନ୍ଧର ସମରଥ , ଚନ୍ଦ୍ର ସାହୁ, ତୁଳା ଭତ୍ରା, ରଙ୍କ ସାହୁ ଅନ୍ୟ ମାନେ ଧର୍ମଘଟ ରେ ସାମିଲ ହୋଇଥିଲେ। ସେହିପରି ଭାରତୀୟ ଜାତୀୟ କଂଗ୍ରେସ ଭାରତ ବନ୍ଦ କୁ ପୂର୍ଣ୍ଣ ସମର୍ଥନ କରିଛି। ଆଜି ବୋରିଗୁମ୍ମା କଂଗ୍ରେସ ଧର୍ମଘଟ ରେ ସାମିଲ ହୋଇଥିଲେ। ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ପାଢୀ, କେ.ସୁଧାକର, ତପନ ଦାସ,କୈଳାସ ରଥ ଓ ଅନ୍ୟ କଂଗ୍ରେସ କର୍ମୀମାନେ ଧର୍ମଘଟ ରେ ସାମିଲ ହୋଇଥିଲେ।
Leave A Reply