ବୋରିଗୁମ୍ମା (କେ.ସାକିଲି ଦୋରା) : ବୋରିଗୁମ୍ମା ବ୍ଲକର ବିଭିନ୍ନ ପ୍ରକଳ୍ପ ର ଉଦଘାଟନ କରିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ପ୍ରଥମ ଦିନରେ ନୂଆଗାଁ କୁ ଯାଇ ପାର୍କ ର ଉଦଘାଟନ କରିଥିଲେ। ପରେ ନୂତନ ଭାବେ ଖୋଲାଯାଇଥିବା ଗ୍ରାମୀଣ ଲାଇବ୍ରେରୀ କୁ ଉଦଘାଟନ କରିଥିଲେ। ପରେ ଗୁମୁଡା, ମୁଣ୍ଡାଗୁଡା ଓ ବେଣାସୁର ଠାରେ ଥିବା ପାର୍କ ଗୁଡିକ ର ଉଦଘାଟନ କରିଥିଲେ।
ଆଜି ବିଧାୟକ ଶ୍ରୀ ବାହିନୀପତି ମେରିଆମାର୍ଗ ରେ ନୂତନ ଅଙ୍ଗନବାଡି ଗୃହ କୁ ଉଦଘାଟନ କରିଥିଲେ। ସେହିଭଳି ନୁଆ ବସଷ୍ଟାଣ୍ଡ କୁ ଯାଇ ସ୍ଥାୟୀ ଦୁର୍ଗା ମଣ୍ଡପ ର ଭିତିପ୍ରସ୍ତର କରିଥିଲେ।।ବିଭିନ୍ନ ପ୍ରକଳ୍ପ ର ଉଦଘାଟନ ସମୟରେ ବ୍ଲକ ବିଡ଼ିଓ ପ୍ରଣୟ ରଞ୍ଜନ ବେହେରା, ଏ ଇ ସତ୍ୟନାରାୟଣ ସେଠୀ, ବ୍ଲକ ଅଧ୍ୟକ୍ଷା ବିମଳା ଚାଲାଣ,ବିଧାୟକ ଙ୍କ ପ୍ରତିନିଧି ଅଶୋକ ଗନ୍ତାୟତ, ସରପଞ୍ଚ ଚନ୍ଦ୍ରିକା ଯାନୀ, ବୋରିଗୁମ୍ମା ବ୍ଲକ ଯୋନ ସଭାପତି ବୁଲୁ ପ୍ରଧାନ, କେ.ନାଗରାଜ ଦୋରା, ରାମଚନ୍ଦ୍ର ପାଢୀ, ଅଙ୍ଗନବାଡି କର୍ମୀ ଶାରଦା ପାଣିଗ୍ରାହୀ, ଗୀତା ନାୟକ, ସାବିତ୍ରୀ ନାୟକ, ମୁକ୍ତା ସୁନା,ସୁପ୍ରଭାଇଜର ରୋଜାଳିନ କାଟିଆ, ଏ ଏନ ଏମ ରାଧାରାଣୀ ମହାଙ୍କୁଡ ଓ ସ୍ଥାନୀୟ ଲୋକମାନେ ଉପସ୍ଥିତ ଥିଲେ।