ବୋରିଗୁମ୍ମା ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଛଅ କୁ ବୃଦ୍ଧି : ଦେଡ ବର୍ଷ ର ଶିଶୁ ଓ ଦୁଇ ଶିକ୍ଷକ ସଂକ୍ରମିତ ; ସଂକ୍ରମିତ ଅଞ୍ଚଳ କୁ କଣ୍ଟେନମେଣ୍ଟ ଘୋଷଣା।
ବୋରିଗୁମ୍ମା (K.sakil Dora)— କୋରାପୁଟ ଜିଲ୍ଲାର ବୋରିଗୁମ୍ମା ସହରରେ ହୁ ହୁ ହୋଇ ବୃଦ୍ଧି ପାଇଛି କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା। ବୋରିଗୁମ୍ମା ସହରରେ କରୋନା ଆକ୍ରାନ୍ତ ଙ୍କ ଛଅ କୁ ବୃଦ୍ଧି ପାଇଛି। ସଂକ୍ରମିତ ଙ୍କ ମଧ୍ୟରେ ଜଣେ ଦେଡ ବର୍ଷ ର ଶିଶୁ କନ୍ୟା, ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟତ୍ରୀ ରହିଛନ୍ତି। ସମସ୍ତ କରୋନା ଆକ୍ରାନ୍ତ ଜୟପୁର ସ୍ଥିତ କୋବିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛ। ବୋରିଗୁମ୍ମା ସହରର ଭେଙ୍କଟନଗର ରେ କେବଳ ପାଞ୍ଚ ଜଣ କରୋନା ଆକ୍ରାନ୍ତ ରହିଥିବା ବେଳେ ଦୁଲାଗୁଡା ରାସ୍ତାରେ ଜଣେ ଚିହ୍ନଟ ହୋଇଛନ୍ତି।
ସଂକ୍ରମିତ ବ୍ୟକ୍ତିଙ୍କ ଅଞ୍ଚଳ କୁ ପ୍ରଶାସନ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ସେହି ସାହି ର ଗଳି ମାନଙ୍କୁ ବାଉଁଶ ଦ୍ୱାରା2 ବେରିକେଡ କରାଯାଇଛି। ଥାନା ଆଇଆଇସି ସଞ୍ଜୟ କୁମାର ମଣ୍ଡଳ, ବିଡିଓ ପ୍ରଣୟ ରଂଜନ ବେହେରା ଙ୍କ ପ୍ରତକ୍ଷ ତତ୍ୱବାଧାନରେ ସ୍ୱାସ୍ଥ୍ୟ କର୍ମୀ ମାନେ କଣ୍ଟେନମେଣ୍ଟ ଅଂଚଳ ର ଘର ଘର ବୁଲି ସର୍ଭେ କରୁଛନ୍ତି। କେଉଁ ମାନଙ୍କୁ ଥଣ୍ଡା, କାଶ ଓ ଗଳାରେ ଯନ୍ତ୍ରଣା ହେଉଛି ବୁଲି ଦେଖୁଛନ୍ତି। କଣ୍ଟେନମେଣ୍ଟ ଅଞ୍ଚଳ କୁ ଓଡିଶା ଅଗ୍ନିଶମ ବାହିନୀ ସାନିଟାଇଜର କରିଛ। ପ୍ରକାଶ ଥାଉକି ବୋରିଗୁମ୍ମା ସ୍ୱାସ୍ଥ୍ୟ କେନ୍ଦ୍ର ର ଜଣେ କର୍ମଚାରୀ ବ୍ରହ୍ମପୁର ଯାଇ ଚକ୍ଷୁ ଅପେରେସନ କରି ବୋରିଗୁମ୍ମା ଫେରିଥିଲେ। ତାଙ୍କର ସ୍ୱାବ ଟେଷ୍ଟ ରେ ପୋଜିଟିଭ ହେବା ପରେ ଗତ ୨ ତାରିଖରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା। ପରେ ୩ ତାରିଖରେ ଦିନି ଜଣ ଓ ୪ ତାରିଖରେ ଦୁଇ ଜଣ ଚିହ୍ନଟ ହୋଇଛନ୍ତି।ପ୍ରଥମ ସଂକ୍ରମିତ ବ୍ୟକ୍ତି ସୁପର ସ୍ପେଡର ହୋଇଛନ୍ତି। ଜଣେ ସ୍ୱାସ୍ଥ୍ୟ କର୍ମୀ ହୋଇ ହୋମ କ୍ୱାରେନ ଟାଇନ ରେ ନ ରହି ବୁଲି ବୁଲି କରୋନା ବିହନ ବୁଣିଥିଲେ ବୋଲି ଚର୍ଚ୍ଚା ହେଉଛି। ଦିନ କୁ ଦିନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ଚାରିଆଡେ ଆତଙ୍କ ଖେଳିଯାଇଛି।
