ବୋରିଗୁମ୍ମା (କେ.ସାକିଲି ଦୋରା)—ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ର ପ୍ରମୁଖ ସଚିବ ଵିଷ୍ଣୁପଦ ସେଠୀ ବୋରିଗୁମ୍ମା ବ୍ଲକ ରେ ଆଜି ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ। ପ୍ରଥମେ ବ୍ଳକ ର କୁମୁଲି ସରକାରୀ ଉଚ୍ଚ ବିଦ୍ୟାଳୟ ରେ ହେଉଥିବା ସ୍ମାର୍ଟ କ୍ଲାସ ରୁମ କୁ ବୁଲି ଦେଖିବା ସହ ମିଶନ ଶକ୍ତି ଦ୍ୱାରା ହୋଇଥିବା ପ୍ରକଳ୍ପ କୁ ବୁଲି ଦେଖିଥିଲେ।ପରେ ନାରୀଗାଁ ପଞ୍ଚାୟତ ର ବିଭିନ୍ନ ପ୍ରକଳ୍ପ ଦେଖି ସଚିବ ଶ୍ରୀ ସେଠୀ ଖୁସି ପ୍ରକଟ କରିଥିଲେ। ପରେ ବ୍ଲକ ପରିସର ରେ ମା ମହଲଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ କେଣ୍ଟିନ ପରିଦର୍ଶନ କରି ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କ ସହ ଆଲୋଚନା କରିଥିଲେ। ପରେ କେନ୍ଦ୍ରୀୟ ପାଠାଗାର ବୁଲି ଦେଖିଥିଲେ। ସଚିବ ସହ କୋରାପୁଟ ଜିଲ୍ଲାପାଳ ଅବଦୁଲ ମହମ୍ମଦ ଅଖତର ,ବ୍ଲକ ବିଡ଼ିଓ ପ୍ରଣୟ ରଞ୍ଜନ ବେହେରା, ଏ ଇ ସତ୍ୟନାରାୟଣ ସେଠୀ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ।
Comments are closed.