ବୋରିଗୁମ୍ମା (କେ.ସାକିଲି ଦୋରା)—-ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ,ଭୁବନେଶ୍ୱର ଦ୍ୱାରା ଭୁବନେଶ୍ୱର ର ରବୀନ୍ଦ୍ର ମଣ୍ଡପ ଠାରେ ୨୦୧୯ ଓ ୨୦୨୦ ର ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଓଡିଶା ବିଭିନ୍ନ କଳା, ସାହିତ୍ୟ, ନାଟକ, ସଙ୍ଗୀତ ,ଲୋକନାଟ୍ୟ ପ୍ରଭୁତି ରେ ୩୨ ଜଣ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି। ଏଥି ମଧ୍ୟରୁ ଅବିଭକ୍ତ କୋରାପୁଟ ଜିଲ୍ଲାର ଜଣେ ମାତ୍ର କଳାକାର ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାରେ ସୁଯୋଗ ପାଇଛନ୍ତି। ସେ ହେଲେ ବୋରିଗୁମ୍ମା ବ୍ଳକ ଅନ୍ତର୍ଗତ ଅଂଚଳା ପଞ୍ଚାୟତ ଅଧିନ ବାମୁଣି ଗାଁ ର କର୍ଣ୍ଣ ଗୌଡ଼। ଆଜି ରାଜ୍ୟ ସଂସ୍କୃତି ବିଭାଗ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଲୋକନାଟ୍ୟ ର ବିଶେଷ ଅବଦାନ ପାଇଁ କର୍ଣ୍ଣ ଗୌଡ଼ ଙ୍କୁ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରିଛନ୍ତି।ପୁରସ୍କାର ବାବଦ କୁ ଔପଡୋକନ ସାଙ୍ଗ କୁ ନଗଦ ଦୁଇ ଲକ୍ଷ ଟଙ୍କା ପୁରସ୍କାର ରାଶି ସ୍ୱରୂପ ପ୍ରଦାନ କରାଯାଇଛି। ବୋରିଗୁମ୍ମା ବ୍ଳକ ର ଜନ୍ମିତ ନାଟ୍ୟଗୁରୁ କର୍ଣ୍ଣ ଗୌଡ଼ ଙ୍କ ବୟସ ୬୧ବର୍ଷ। କେବଳ କୋରାପୁଟ ଜିଲ୍ଲା ନୁହେଁ ବରଂ ଅବିଭକ୍ତ କୋରାପୁଟ ଜିଲ୍ଲାର ଜଣେ ନାଟ୍ୟଗୁରୁ ଭାବେ ବେଶ ପରିଚିତ ହେଉଛନ୍ତି କର୍ଣ୍ଣ ଗୌଡ଼।ସେ ୧୬ ବର୍ଷ ବୟସ ରୁ ଲୋକନାଟ୍ୟ ଉପରେ ବେଶ ଧ୍ୟାନ ଦେଇଥିଲେ। ଦୀର୍ଘ ୪୫ ବର୍ଷ ଧରି ସେ ଆଦିବାସୀ କଳା, ସଂସ୍କୃତି ଓ ପରମ୍ପରା କୁ ନାଟ୍ୟ ମାଧ୍ୟମରେ ଜୀବିତ ରଖିଛନ୍ତି।ବୋରିଗୁମ୍ମା ବ୍ଳକ ର ବହୁ ନାଟ୍ୟ ସଂଗଠନ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କର୍ଣ୍ଣ ଗୌଡ଼ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
Comments are closed.