Odisha news

ଓଡ଼ିଶା ସାମ୍ବାଦିକ ସଙ୍ଘ ର କୋରାପୁଟ ଶାଖା ପକ୍ଷରୁ ପ୍ରସ୍ତୁତି ବୈଠକ ।

ବୋରିଗୁମ୍ମା (କେ.ସାକିଲି ଦୋରା)— ଆଜି କୋରାପୁଟ ଠାରେ ଓଡ଼ିଶା ସାମ୍ବାଦିକ ସଙ୍ଘ ର କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ବୈଠକରେ ସଙ୍ଘ ର କୋରାପୁଟ ଜିଲ୍ଲା ଶାଖା ର ଉପସଭାପତି ହରିଶ ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ରାଜ୍ୟ ଉପସଭାପତି ତଥା ଜିଲ୍ଲା ସଭାପତି କେ. ଶ୍ରୀନିବାସ ରାଓ, ଜିଲ୍ଲା ସମ୍ପାଦକ ରବି ଶଙ୍କର ମହାପାତ୍ର,ଜିଲ୍ଲା ଉପସଭାପତି ଜୟସିଂ ପଡାସେଠୀ,କୋଷାଧ୍ୟକ୍ଷ କେ. ସାକିଲ ଦୋରା, କାର୍ଯ୍ୟକାରୀ ସଦସ୍ୟ ସରୋଜ କୁମାର ଲେଙ୍କା, ରାଜେନ୍ଦ୍ର ଧଳ, ସୁଶାନ୍ତ ବାଙ୍କ, ରୂପ ଖରା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ ।ଉକ୍ତ ବୈଠକରେ ବିଭିନ୍ନ ବିଷୟ ତଥା ନିର୍ଭୀକ,ସତ୍ୟ ଉପରେ ପ୍ରମାଣ ଯୋଗାଡ଼ କରିବା କାହା ଚାପରେ ବିଚଳିତ ନ ହୋଇ ସଚୋଟ ଭାବରେ ଦୁର୍ନୀତି ଉପରେ ନିଃସ୍ୱାର୍ଥପର ଭାବରେ ଖବର ପରିବେଷଣ କରିବା ଏବଂ ନୂତନ ସଭ୍ୟ ସଂଗ୍ରହ କରିବା ଓ ନିର୍ବାଚନ ଅବଧି ଶେଷ ହୋଇଯାଇଥିବା ବେଳେ ଆଗାମୀ ଦିନରେ ନିର୍ବାଚନ ସମ୍ବନ୍ଧରେ ଆଲୋକପାତ ହୋଇଥିଲା ।
Ad2

Comments are closed.