Odisha news

କରୋନା ରେ ଆଖି ବୁଜିଲେ ବରିଷ୍ଠ କଂଗ୍ରେସ କର୍ମୀ ପ୍ରମୋଦ ମାଝୀ

ବୋରିଗୁମ୍ମ (କେ.ସାକିଲି ଦୋରା)—କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ବିସିଂହପୁର ପଞ୍ଚାୟତ ର ସମାଜ ସେବୀ ତଥା  ବରିଷ୍ଟ କଂଗ୍ରେସ କର୍ମୀ ପ୍ରମୋଦ ମାଝୀ ଙ୍କ କରୋନା ରେ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି। ଗତ କିଛି ଦିନ ତଳେ ସ୍ବର୍ଗତ ପ୍ରମୋଦ ମାଝୀ କରୋନା ରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ଅକ୍ସିଜନ ସ୍ତର କମିବା ଯୋଗୁଁ ପରିବାର ଲୋକେ କୋରାପୁଟ ସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ସେଠାରେ ଚାରି ଦିନ ଚିକିତ୍ସା ପରେ କରୋନା ରେ ମୃତ୍ୟୁ ଘଟିଥିଲା।ମୃତ୍ୟୁ ବେଳ କୁ ସ୍ବର୍ଗତ ମାଝୀ ଙ୍କୁ ୫୪ ବର୍ଷ ହୋଇଥିଲା।କୋଭିଡ ଗାଇଡ଼ ଲାଇନ ଅନୁଯାୟୀ କୋରାପୁଟ ଶ୍ୱସାନ ରେ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା।ତାଙ୍କ ବିୟୋଗ ପରେ ଅଞ୍ଚଳ ରେ ଶୋକାକୁଳ ପରିବେଶ  ସୃଷ୍ଟି ହୋଇଛି। ।ସେ ଦୀର୍ଘ ଦିନ ଧରି ବିସିଂହପୁର ପଞ୍ଚାୟତ ରେ କଂଗ୍ରେସ ଦଳ ର କର୍ମୀ ଭାବେ ବେଶ ପରିଚିତ।୨୦ ବର୍ଷ ଧରି ରାଜନୀତି ରେ ସକ୍ରିୟ ରହି  ସାଙ୍ଗଠନିକ କାର୍ଯ୍ୟ ଜାରି ରଖିଥିଲେ। ତାଙ୍କର   ଜୀବନ କାଳ ରେ ସେ ଗରିବ ପରିବାର ରୁ ଜନ୍ମ ନେଇ ଗରିବ ଲୋକଙ୍କ ସମସ୍ୟା କୁ ସମାଧାନ କରାଯିବ ସେନେଇ ପ୍ରୟାସ ଜାରି ରଖିଥିଲେ। ସେ କେବଳ ଜଣେ କଂଗ୍ରେସ କର୍ମୀ ନୁହଁନ୍ତି ବରଂ ବି ସିଂହପୁର ଅଞ୍ଚଳରେ ଜଣେ ସମାଜସେବୀ ଭାବେ ବେଶ ପଟିଚିତ।ବିଭିନ୍ନ ସମୟରେ ଗରୀବ ମାନଙ୍କ ଦୁଃଖ ଓ ଦୁର୍ଦ୍ଦଶା ସମୟରେ ଠିଆ ହୋଇ ଗରୀବ ଙ୍କୁ ସାହାଯ୍ୟ କରିଥାନ୍ତି।ତାଙ୍କ ବିୟୋଗ ରେ ବୋରିଗୁମ୍ମା ବ୍ଳକ କଂଗ୍ରେସ କର୍ମୀ ଙ୍କ ମହଲରେ ଶୋକ ର ଛାୟା ଖେଳିଯାଇଛି।  ପ୍ରକାଶ ଥାଉକି ସ୍ବର୍ଗତ ମାଝୀ ହେଉଛନ୍ତି ସାମ୍ବାଦିକ ସୁକାନ୍ତ କୁମାର ମାଝୀ ଙ୍କ ବଡ଼ ଭାଇ ଅଟନ୍ତି।

Comments are closed.