Odisha news

କ୍ୱାରେନଟାଇନ ସେଣ୍ଟର ରୁ ୯୩୭ ପ୍ରବାସୀ ଓଡ଼ିଆ ନିଜ ଘରକୁ ଫେରିଲେ।

0
ବୋରିଗୁମ୍ମା (କେ.ସାକିଲି ଦୋରା)—-ରାଜ୍ୟ ସରକାର ମହାମାରୀ କରୋନା କୁ ପ୍ରତିହତ କରିବା ନିମନ୍ତେ ବହୁ ଯୋଜନା କରିଛନ୍ତି। ଦେଶ ଓ ରାଜ୍ୟ ବାହାରେ ବସବାସ କରୁଥିବା ପ୍ରବାସୀ ଓଡିଆମାନେ କିପରି ନିଜ ଘର କୁ ଫେରିବେ,ସେହି ଯୋଜନା ଆରମ୍ଭ କରିଥିଲେ। ଓଡ଼ିଶାର ବହୁ ଓଡ଼ିଆ ଭାଇ ଭଉଣୀ ମାନେ ରାଜ୍ୟ ବାହାରେ ବସବାସ କରୁଛନ୍ତି। କିଏ ତାମିଲନାଡୁ ରେ ରହିଛି ତ କିଏ ଗୁଜରାଟ, କେରଳ ,ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ କର୍ଣ୍ଣାଟକ ଭଳି ରାଜ୍ୟରେ ନିଜ ଗୁଜରାଣ ମେଣ୍ଟାଇବାକୁ ସେଠାରେ ରହି ଆସୁଥିଲେ। ଓଡିଶା ଫେରିବା ପରେ ସେମାନେ ୧୪ ଦିନ ସରକାରୀ କ୍ୱାରେନଟାଇନ ରେ ରହିବା ସହ ଥଣ୍ଡା, କାଶ ଓ ଗଳା ରେ କଷ୍ଟ ହେଉଥିବା ବ୍ୟକ୍ତିଙ୍କ ଠାରୁ ସ୍ୱାବ ଟେଷ୍ଟ କରାଯାଉ।
ବୋରିଗୁମ୍ମା ବ୍ଲକ ର ୩୧ ଗୋଟି ସରକାରୀ କ୍ୱାରେନଟାଇନ ସେଣ୍ଟର ରୁ  ୯୩୭ ଜଣ ୧୪ ଦିନ ବିତାଇ ନିଜ ନିଜ ର ଘରକୁ ଫେରିଛନ୍ତି।ତେବେ କ୍ୱାରେନଟାଇନ ରେ ଥିବା ପ୍ରବାସୀ ଓଡିଆ ମାନଙ୍କ ପାଖରୁ କୌଣସି କରୋନା ଚିହ୍ନଟ ହୋଇନାହିଁ ବୋଲି ସୂଚନା ଦେଇଛନ୍ତି ବ୍ଲକ ପ୍ରଶାସନ। ଏହି କ୍ରମରେ ଅଂଚଲା ପଂଚାୟତ ରୁ ୫୦ ଜଣ,ଆଉଁଳି ପଞ୍ଚାୟତ ରୁ ୨୯ ଜଣ, ବି ସିଂହପୁର ରୁ ୮୨ ଜଣ, ବାଣ୍ଡିଗୁଡା ରୁ ୧୧ଜଣ,ବେଣା ଗାଁ ରୁ ୩୨ ଜଣ,ବେଣାସୁର ରୁ ୪୦ ଜଣ, ବିଜାପୁର ରୁ ୧୩ ଜଣ, ବୋଡିଗାଁ ରୀ  ୫୭ ଜଣ, ବୋରିଗୁମ୍ମା ରୁ ୭୫ ଜଣ,ଚମ୍ପାପଦର ରୁ ୭ ଜଣ, ଡେଂଗପଦର ରୁ ୩୫ ଜଣ, ଗୁଜୁନିଗୁଡା ରୁ ୧୦ ଜଣ, ଗୁମୁଡା ରୁ ୨୪ ଜଣ, ହରଡ଼ାଗୁଡା ରୁ ୬ ଜଣ,ହରଦଳି ରୁ ୫୨ ଜଣ, ଜୁଝାରୀ ରୁ ୭ ଜଣ, କାମରା ରୁ ୩୬ ଜଣ,କାମତା ରୁ ୩୧ ଜଣ, କାଠର ଗଡା ରୁ ୬୭ ଜଣ, କଣା ଗାଁ ରୁ ୨୨ଜଣ, କୁମୁଲି ରୁ ୨୯ ଜଣ, ମାଲଦା ରୁ ୯ ଜଣ, ମୁଂଜା ରୁ ୨୦ ଜଣ, ନାରୀ ଗାଁ ରୁ ୨୪ ଜଣ, ନୂଆଗାଁ ରୁ ୧୦ ଜଣ, ପଣ୍ଡସଗୁଡା ରୁ ୩୦ ଜଣ, ରଣସପୁର ରୁ ୪୫ ଜଣ ,ସାନ ପରିଆ ରୁ ୧୫ ଜଣ, ସର୍ଗିଗୁଡା ରୁ ୧୮ ଜଣ, ସେମାଲାଗୁଡା ରୁ ୨୧ଜଣ ଓ ସସାହାଣ୍ଡି ପଞ୍ଚାୟତ ରୁ ୨୮ ଜଣ ପ୍ରବାସୀ ଓଡ଼ିଆ ନିଜ ଘରକୁ ଫେରିଛନ୍ତି। ଅନ୍ୟ ପଟେ ବର୍ତ୍ତମାନ ବୋରିଗୁମ୍ମା କ୍ଲଷ୍ଟର ରେ ୩୬ ଜଣ, କାଠରଗଡା କ୍ଲଷ୍ଟର ରେ ୮ ଜଣ, କାମତା କ୍ଲଷ୍ଟର ରେ ୧୯ ଜଣ ପ୍ରବାସୀ ଓଡ଼ିଆ ସରକାରୀ କ୍ୱାରେନଟାଇନ ରେ ରହିଛନ୍ତି।

Leave A Reply