ବୋଲଗଡ : ବୋଲଗଡ ସଦର ମହକୁମାରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦.୦୫.୧୯୯୫ରେ ଏକ ସବରେଜିଷ୍ଟାର କାର୍ଯ୍ୟାଲୟ ଖେଲାଯାଇଥିଲା । ଏହା ପୂର୍ବରୁ ଜମୀ କ୍ରୟ ବିକ୍ରୟ କରିବା ନିମନ୍ତେ ବାୟା ଓ ମୁସ୍ତରୀ ଜମୀ ରେଜେଷ୍ଟ୍ରି କରିବା ନିମନ୍ତେ ଜିଲ୍ଲା ସଦର ମହକୁମାକୁ ଯାଉଥିଲେ । ଦୂର ଦୂରାନ୍ତରୁ ଜିଲ୍ଲା ସଦର ମହକୁମାକୁ ଯାଇ ଜମୀ ଜମା ସଂକ୍ରାନ୍ତୀୟ କାର୍ଯ୍ୟ ସମ୍ପାଦିତ କରିବା କଷ୍ଟ ଦାୟକକୁ ଲାଘବ କରିବାକୁ ସରକାର ଉପଲବ୍ଧି କରି ବ୍ଲକସଦର ମହକୁମାରେ ଏହି କାର୍ଯ୍ୟାଳୟକୁ ଲୋକମାନଙ୍କ ସେବା ନିମନ୍ତେ ଖୋଲିଥିଲେ । ସେତେବେଳେ ଏହି କାର୍ଯ୍ୟାଳୟରେ ମାନୁଆଲ ସିଷ୍ଟମ ଦ୍ୱାରା ରେଜିଷ୍ଟ୍ରେସନ ହେଉଥିବା ହେତୁ ବାର୍ଷିକ ପ୍ରାୟତଃ ୧୪ଶହରୁ ଉର୍ଦ୍ଧ ଦଲିଲ ସମ୍ପାଦିତ ହୋଇ ବହୁ ପରିମାଣର ରାଜସ୍ୱ ସରକାରଙ୍କ ରାଜକୋଷକୁ ଯାଉଥିଲା ।
ଏହିକାର୍ଯ୍ୟାଳୟ ଅଧିନରେ ମାଣିକଗୋଡା,ପିଚୁକୁଳି,ବୋଲଗଡ,ବାଙ୍କୋଇ ଓ ଧଳାପଥର ଏହିପରି ୫ଗୋଟି ଆର.ଆଇ ସର୍କଲ ଥିବାବେଳେ ୧୫୭ଗୋଟି ରାଜସ୍ୱ ଗ୍ରାମର ଲୋକମାନେ ରେଜିଷ୍ଟ୍ରେସନ କାର୍ଯ୍ୟ କରିବା ନିମନ୍ତେ ନିର୍ଭରଶୀଳ । ବିକ୍ରୟ କବଲା,ପାର୍ଟିସନ,ଦତ୍ତପତ୍ର ,ଲିଜ୍, ଉଇଲନାମା,ବ୍ୟାଙ୍କ ମଡ୍ଗେଜ୍ ସହିତ ରେଜିଷ୍ଟ୍ରେସନ ମ୍ୟାରେଜ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ଦଲିଲ ରେଜିଷ୍ଟ୍ରେସନ ମାଧ୍ୟମରେ କରାଯାଉଅଛି । ମାତ୍ର ଏହି ଦଲିଲ ପ୍ରସ୍ତୁତ କରିବା ନିମନ୍ତେ ବିଭାଗୀୟ ଜଣେ ସବରେଜିଷ୍ଟ୍ରାରଙ୍କ ନିହାତି ଆବଶ୍ୟକ ଥିବାବେଳେ ଏହି କାର୍ଯ୍ୟାଳୟ ପ୍ରାରମ୍ଭରୁ ଜଣେ ବରିଷ୍ଠ କିରାଣୀରେ କାର୍ଯ୍ୟ ସମ୍ପାଦିତ ହୋଇ ଆସୁଥିଲା । ସରକାରଙ୍କ ନିଦେ୍ର୍ଦଶକ୍ରମେ ତା୨୬.୧୦.୨୦୧୦ମସିହା ଠାରୁ ଡିଜିଟାଲ ଦସ୍ତଖତ ଦ୍ୱାରା କାର୍ଯ୍ୟାସମ୍ପାଦିତ ହୋଇଆସୁଅଛି । ଯାହା ଫଳରେ ଏହି ଦିବସ ଠାରୁ ସ୍ଥାନୀୟ ତହସିଲଦାରମାନେ ସବରେଜିଷ୍ଟାରଙ୍କ ଦାୟିତ୍ୱରେ ରହି ଦଲିଲ ସମୁହମାନ ସମ୍ପାଦିତ କରୁଛନ୍ତି । ଅଧିକାଂଶ ଦିବସରେ ତହସିଲଦାର କୈାଣସି ଜରୁରୀ ସରକାରୀ କାର୍ଯ୍ୟରେ ବ୍ଲକରେ ସଦର ମହକୁମାରେ ଅନୁପସ୍ଥିତ ରହିଲେ ରେଜିଷ୍ଟ୍ରସନ କାର୍ଯ୍ୟ ହୋଇପାରୁନାହିଁ ।
ଫଳରେ ଦୁର ଦୂରାନ୍ତରୁ ଆସିଥିବା ବାୟା ଓ ମୁସ୍ତରୀ ଉଭୟପକ୍ଷମାନେ କାର୍ଯ୍ୟ ସମ୍ପାଦିତ ନକରି ଫେରିଯାଉଛନ୍ତି । ତେଣୁ ଅଦ୍ୟାବଧି ବାର୍ଷିକ ୧୪ଶହରୁ ଉର୍ଦ୍ଧ ଦଲିଲ ସମ୍ପାଦିତ ବଦଳରେ ମାତ୍ର ୮ଶହ ଦଲିଲ ମଧ୍ୟରେ ସିମୀତ ରହିବାରୁ ବହୁ ରାଜସ୍ୱ ହାନୀ ହେଉଅଛି । ଅପରପକ୍ଷେ ଏହିକାର୍ଯ୍ୟାଳୟର ନିଜସ୍ୱ ଘର ନାହିଁ । ତକ୍ରାଳୀନ ତହସିଲ କାର୍ଯ୍ୟାଳୟର ରେକର୍ଡରୁମ ହୋଇଥିବା ଗୃହରେ ସବରେଜିଷ୍ଟାରଙ୍କ କାର୍ଯ୍ୟାଳୟ ଚାଲୁଅଛି । ସୂଚନା ଯୋଗ୍ୟ ପୂର୍ବତନ ବିଧାୟକ ପ୍ରଶାନ୍ତ କୁମାର ଜଗଦେ୍ଦବ ତାଙ୍କ ନିଜସ୍ୱ ବିଧାୟକ ପାଣ୍ଠିରୁ ୬୩ଲକ୍ଷରୁ ଉର୍ଦ୍ଧ ଟଙ୍କା ନିଜସ୍ୱ ଗୃହ ନିର୍ମାଣ ନିମନ୍ତେ ମଞ୍ଜୁର କରିଥିଲେ ମଧ୍ୟ ତାହା ଅଦ୍ୟାବଧି ଗୃହ ନିର୍ମାଣ ନହୋଇ ପଡିରହିଅଛି ।
ଅନୁରୁପ ଭାବେ କାର୍ଯ୍ୟାଳୟରେ ଦୁଇଜଣ କନିଷ୍ଠ କିରାଣୀ ଓ ଜଣେ ଡାଟା ଏଣ୍ଟ୍ରି ଅପରେଟର କାର୍ଯ୍ୟ କରୁଅଛନ୍ତି । ଏଣୁ ଏଠାରେ ଜଣେ ସବରେଜିଷ୍ଟାର କିମ୍ବା ଜଣେ ବିଭାଗୀୟ ବରିଷ୍ଠ କିରାଣୀଙ୍କୁ ଅବସ୍ଥାପିତ କରାଗଲେ କାର୍ଯ୍ୟାଳୟ ସଠିକ୍ ଭାବେ ଚାଲିବା ସହିତ ବହୁ ରାଜସ୍ୱ ଆଦାୟ ହୋଇପାରିବ ବୋଲି ଅଞ୍ଚଳବାସୀଙ୍କ ପକ୍ଷରୁ ଚର୍ଚ୍ଚା ଜୋର ଧରିଛି ।
