Odisha news

ଆଞ୍ଚଳିକ ବଣିକ ମହାସଂଘ ର ଦଶମ ବାର୍ଷିକ ଉତ୍ସବ

0
 ବୋଲଗଡ଼ :  ଆଞ୍ଚଳିକ ବଣିକ ମହାସଂଘ ବୋଲଗଡ଼ର ୧୦ମ ବାର୍ଷିକ ଉତ୍ସବ ସ୍ଥାନୀୟ ମା ଭୁଇଁଆଣିଙ୍କ ପୀଠରେ ମଙ୍ଗଳ ବାର ମଧ୍ୟାହ୍ନ ରେ ଅନୁଷ୍ଟିତ ହୋଇଯାଇଛି ।ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସାହୁ ଯୋଗଦେଇ ବଣିକ ମହାସଂଘର ଏକତା ବଜାୟ ରହିଥିବା ଓ ୭ଗୋଟି ବଜାରକୁ ନେଇ ମହାସଂଘ ଗଠିତ ହୋଇ ତାହା ଶାନ୍ତି ଶୃଙ୍ଖଳାର ସହିତ ୧୦ ବର୍ଷର ପଦାର୍ପଣ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ମୁଖ୍ୟ ବକ୍ତା ଭାବେ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ରବିନ୍ଦ୍ର କୁମାର ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରତି ରଞ୍ଜନ ଷଣ୍ଢ , ମହାସଂଘ ନିର୍ମାତା ଲଲାଟ କେଶ୍ୱରି ସିଂହ ,ସଭାପତି ଦୁର୍ଗା ଚରଣ ଦଳବେହେରା ,ସମ୍ପାଦକ ଅରୁପ କୁମାର ପରିଡ଼ା ପ୍ରମୁଖ ମଞ୍ଚାସିନ ଥିଲେ । ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ବଣିକ ସଂଘର ସଦସ୍ୟ ପରଲୋକ ଲୋକ ହୋଇଯାଇଥିବା ମାନଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରାଯାଇ ୨ ମିନିଟି ନୀରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମରେ ବହୁ ବରିଷ୍ଟ ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ପୂଜ୍ୟ ପୂଜା କରାଯାଇଥିଲା ।ପରି ଶେଷରେ ସମସ୍ତ ବଣିକ ଭାଇ ମାନଙ୍କର ଏକତା ଓ ସଦଭାବନା ରହିବା ପାଇଁ ଶପଥ କରାଯାଇଥିଲା ।ଅନୁଷ୍ଟିତ କାର୍ଯ୍ୟକ୍ରମରେ ୭ଗୋଟି ବଜାରର ବ୍ୟବସାୟୀ ମାନେ କୋଭିଡ କଟକଣାକୁ ମାନି ଉପସ୍ଥିତ ଥିଲେ ।
Leave A Reply