ବୋଲଗଡ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ସୋମବାର ଦିନ ଠାରୁ ଆରମ୍ଭ ହୋଇଛି ନାମାଙ୍କନଫର୍ମ ବିକ୍ରୀ ଓ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଏହା ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବାକୁ ଥିବା ବେଳେ ୨୨ ତାରଖରେ ପ୍ରାର୍ଥିପତ୍ର ଯାଂଚ ଓ ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଜିବା ସହ ଉକ୍ତଦିନ ହିଁ ଚୁଡାନ୍ତ ପ୍ରାର୍ଥି ତାଲିକା ଘୋସଣା କରାଯିବ । ତେବେ ବୋଲଗଡ ବ୍ଲକର ୧୯ ଗୋଟି ପଞ୍ଚାୟତ ର ସରପଞ୍ଚ ଓ ସମିତିସଭ୍ୟ ପଦବୀ ପାଇଁ ବହୁ ଆଶାୟୀ ପ୍ରାର୍ଥି ଥିବା ବେଳେ ଆଜି ତୃତୀୟ ଦିନରେ ସରପଞ୍ଚ ପଦବୀ ପାଇଁ ୩୪ ଟି ସମିତିସଭ୍ୟ ପଦବୀ ପାଇଁ ୧୬ଟି ଓ ୱାଡ ମେମ୍ବର ପାଇଁ ୨୦୫ ନାମାଙ୍କନପତ୍ର କ୍ରୟ କରାଯାଇଛି । ସେଥିମଧ୍ୟରୁ ସମିତି ସଭ୍ୟ ପଦବୀ ପାଇଁ ୨୭ ନାମାଙ୍କନ ପତ୍ର ଦାଖଲ ହୋଇଥିବା ବେଳେ ସରପଞ୍ଚ ପଦବୀ ପାଇଁ ୧୫ ଟି ପଞ୍ଚାୟତର ୩୭ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ସୁଚନା ମିଳିଛି । ବ୍ଲକର ବଡକୁମ୍ଭାରୀ ଗ୍ରାମ ପଞ୍ଚାୟତରୁ ହେଭି ୱେଟ ନେତା ପ୍ରଫୁଲ୍ଲ କୁମାର ପ୍ରଧାନ ସରପଞ୍ଚ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ତାଙ୍କ ପତ୍ନୀ ହୁଲାସ ପ୍ରଧାନ ସମିତି ସଭ୍ୟ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତେବେ ହୁଲାସ ପ୍ରଧାନ ଜିତିଲେ ବ୍ଲକ୍ ଅଧ୍ୟକ୍ଷ ପଦପାଇଁ ଆଶାୟୀ ଅଛନ୍ତି । ଏହି ବ୍ଲକର ୧୯ ଗୋଟି ପଞ୍ଚାୟତରେ ତୃତୀୟ ଦିନ ସୁଦ୍ଧା ସରପଞ୍ଚ ପଦବୀ ପାଇଁ ସମୁଦାୟ ୭୮ ନାମାଙ୍କନ କ୍ରୟ କରାଯାଇଥିବା ବେଳେ ୪୩ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।ସମିତି ପାଇଁ ୬୬ ନାମାଙ୍କନ ପତ୍ର କ୍ରୟ କରାଯାଇଥିବାବେଳେ ୨୯ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ୩୧୬ ଟି ଓ୍ବାର୍ଡ ମେମ୍ବର ପଦବୀ ପାଇଁ ୫୧୦ ଟି ନାମାଙ୍କନପତ୍ର ଖରିଦ୍ କରାଯାଇଥିବା ବେଳେ ସେଥିମଧ୍ୟରୁ ୩୧୪ ଟି ପ୍ରାର୍ଥିପତ୍ର ଦାଖଲ ହୋଇଥିବାର ସୌମ୍ୟରଞନ ରାୟ ସୁଚନା ପ୍ରଦାନ କରିଛନ୍ତି ।