Odisha news

ଏହିସବୁ ଅଭ୍ୟାସ ବ୍ଲଡ଼ ସୁଗାର ପାଇଁ ବିଷ ସଦୃଶ ହୋଇଥାଏ , ମଧୁମେହ ରୋଗୀ ମାନେ ତୁରନ୍ତ ହୋଇ ଯାଆନ୍ତୁ ସତର୍କ

0

ଯଦି ଆପଣ ଜଣେ ମଧୁମେହ ରୋଗୀ ତେବେ ଏହିସବୁ କଥାକୁ ନିହାତି ଜାଣି ରଖିବା ଜରୁରୀ, ଏଭଳି କିଛି ଅଭ୍ୟାସ ରହିଛି ଯାହା ଆମ ମଧ୍ୟରେ ସୁଗାର ସ୍ତର କୁ ସବୁବେଳେ ହାଇ କରି ରଖିଥାଏ l ଏହି ଅଭ୍ୟାସ ଗୁଡିକ ଏଭଳି ଯେ ମଧୁମେହ ଔଷଧ ମଧ୍ୟ ଆପଣଙ୍କ ସୁଗାର ଲେବୁଲ କୁ କମ କରିପାରିବ ନାହିଁ l ଆସନ୍ତୁ ଜାଣିବା ସେହି ଅଭ୍ୟାସ ଗୁଡିକ କଣ l

– ଯଦି ଆପଣ ସକାଳୁ ଉଠି ଡେରିରେ ଜଳଖିଆ ଖାଉଛନ୍ତି ତେବେ ଏହି ଅଭ୍ୟାସ କୁ ତୁରନ୍ତ ତ୍ୟାଗ କରନ୍ତୁ ଏହାଦ୍ୱାରା ଆପଣଙ୍କ ସୁଗାର ସ୍ତର ବୃଦ୍ଧି ହୋଇଥାଏ l

– ସୁଗାର ମେଡ଼ିସିନ ଖାଇବାର ନିର୍ଦ୍ଧିଷ୍ଟ ସମୟ ସୀମା ରଖନ୍ତୁ, ନଚେତ ଏହାଦ୍ୱାରା ଆପଣଙ୍କ ଶରୀରରେ ଇନ୍ସୁଲିନ ସ୍ତର ବିଗିଡ଼ିବାର ଅଧିକ ସମ୍ଭାବନା ରହିଥାଏ l

– ଯଦି ଆପଣ ନିଜ ଭୋଜନ ରେ ପ୍ରୋଟିନ ଓ ସବୁଜ ପନିପରିବା କମ ଖାଉଛନ୍ତି ତେବେ ଆପଣଙ୍କ ସୁଗାର ଲେବୁଲ ମେଣ୍ଟେନ ହୋଇ ରହିବ ନାହିଁ l

– ରାତ୍ରି ଭୋଜନ ଡେରିରେ କରିବା ଏବଂ ରାତିରେ ଡେରିରେ ଶୋଇବା ଦ୍ୱାରା ମଧ୍ୟ ଆପଣଙ୍କ ସୁଗାର ଲେବୁଲ ବୃଦ୍ଧି ହୋଇଥାଏ l

– ଯଦି ଆପଣ ଅଧିକ ଷ୍ଟ୍ରେସ ରେ ରହୁଛନ୍ତି ତେବେ ସୁଗାର ଲେବୁଲ ହାଇ ରହିଥାଏ l

– ଖାଇବାର ତୁରନ୍ତ ପରେ ଶୋଇ ପଡିବା ଉଚିତ ନୁହେଁ, ଏହାଦ୍ୱାରା ମଧ୍ୟ ସୁଗାର ସ୍ତର ବୃଦ୍ଧି ହୋଇଥାଏ l

– ଯଦି ଏଥି ମଧ୍ୟରୁ କୌଣସି ଅଭ୍ୟାସ ଆପଣଙ୍କର ରହିଛି ତେବେ ତୁରନ୍ତ ବଦଳାଇ ନିଅନ୍ତୁ ନଚେତ ସୁଗାର ସ୍ତର ହାଇ ରହିଥାଏ l

Leave A Reply