କଥାରେ ଅଛି ମନ ହେଉଛି ଉଡ଼ନ୍ତା ଚଢେଇ ଟିଏ, ଯାହାକି ଅଚାନକ ଭାବରେ ପରିବର୍ତନ ଆସିଥାଏ l କେତେବେଳେ ଖରାପ ଚିନ୍ତା ଚାଲିଥାଏ ତ ଆଉ କେତେବେଳେ ପୁଣି ଭଲ ଚିନ୍ତା l ତେଣୁ ମନକୁ ନିୟନ୍ତ୍ରଣ କରିବା ସବୁଠୁ ଜରୁରୀ l ଅନେକ ସମୟରେ ମନରେ ଅନେକ କିଛି ଖରାପ ଚିନ୍ତା ଚାଲିଥାଏ ଯାହା ଉପରେ ଜୀବନ ଖୁବ ପ୍ରଭାବିତ ହୋଇଥାଏ l ତେଣୁ ନିଜର କିଛିଟା ଅଭ୍ୟାସ କୁ ପରିବର୍ତନ କରିବା ଜରୁରୀ l
– ପ୍ରତ୍ୟେକ ବ୍ୟକ୍ତି ନିଜକୁ ଖୁସି ରଖିବା ସହିତ ନିଜ ଭୁଲ କୁ ମଧ୍ୟ ସ୍ୱୀକାର କରିବା ଜରୁରୀ, ଜୀବନରେ ହାରିବା ରୁ ଆମେ ଜିତିବା ଶିଖିବା ଜରୁରୀ l
– ଯଦି ଆମେ ଖୁସି ରହିବାକୁ ଚାହୁଁଚୁ ତେବେ ମିଛ ଖୁସି ପଛରେ ଦୌଡିବା ଉଚିତ ନୁହେଁ , ସବୁବେଳେ ସତ୍ୟର ପରିସ୍ଥିତିକୁ ଗ୍ରହଣ କରିବା ଜରୁରୀ l
– ସର୍ବ ପ୍ରଥମେ ଆପଣ ନିଜ ମଧ୍ୟରେ ଭାବନା କୁ ତୁରନ୍ତ ପରିବର୍ତ୍ତନ କରନ୍ତୁ l ଅନ୍ୟକୁ କ୍ଷମା କରିବା ଶିଖନ୍ତୁ l ଏହାଦ୍ୱାରା ଆପଣଙ୍କ ମନକୁ ଶାନ୍ତି ମିଳିବ l ଏବଂ ମାନସିକ ଉତେଜନା ଦୂର ହେବ l
– ଯେଉଁ ବ୍ୟକ୍ତିମାନେ ଆପଣଙ୍କୁ ସବୁବେଳେ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି ସେଭଳି ବ୍ୟକ୍ତିଙ୍କ ନିକଟରୁ ଦୁରେଇ ରୁହନ୍ତୁ l ନଚେତ ଏହା ଆପଣଙ୍କ ମଧ୍ୟରେ ଷ୍ଟ୍ରେସ ବୃଦ୍ଧି କରିବ l
– ସେହି ସମସ୍ତ ସମ୍ପର୍କ ଠାରୁ ଦୁରେଇ ଯାଆନ୍ତୁ ଯାହାଦ୍ୱାରା ଆପଣଙ୍କର ମାନସିକ ଉତେଜନା ବୃଦ୍ଧି ହେଉଛି, ଏବଂ ମନ ଉପରେ ନକାରାତ୍ମକ ପ୍ରଭାବ ପଡୁଛି l
– ପରଚର୍ଚ୍ଚା ମଣିଷ କୁ ଭାରାକ୍ରାନ୍ତl କରି ପକାଇଥାଏ, ଏବଂ ମନକୁ ଖରାପ ଚିନ୍ତାରେ ଭରି ଦେଇଥାଏ l