ପ୍ରତିଟି ମଣିଷଙ୍କ ସ୍ଵଭାଵ ଜଣଙ୍କ ନିକଟରୁ ଆଉ ଜଣଙ୍କର ପୃଥକ ହୋଇଥାଏ l ସେହିଭଳି ଅଲଗା ଅଲଗା ବ୍ଲଡ଼ ଗୃପ ଲୋକଙ୍କର ବ୍ୟକ୍ତିତ୍ୱ ମଧ୍ୟ ଅଲଗା ଅଲଗା ହୋଇଥାଏ l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଜି ଆମେ ଜାଣିବା O+ ବ୍ଲଡ଼ ଗୃପ ବ୍ୟକ୍ତିଙ୍କର ସ୍ଵଭାଵ ବିଷୟରେ l
– O+ ବ୍ଲଡ଼ ଗୃପ ର ବ୍ୟକ୍ତି ସର୍ବଦା ଅନ୍ୟକୁ ସାହାଯ୍ୟ କରିବାରେ ଆନନ୍ଦ ଲାଭ କରି ଥାଆନ୍ତି l ଅନ୍ୟର ମନ ଭାବକୁ ବୁଝିବାରେ ଏହି ବ୍ଲଡ଼ ଗୃପ ର ବ୍ୟକ୍ତି ବହୁତ ନିପୁଣ ଅଟନ୍ତି l
– ଏହି ବ୍ଲଡ଼ ଗୃପ ର ବ୍ୟକ୍ତି ସମ୍ପୂର୍ଣ ଜୀବନ ଅନ୍ୟର ସେବା କରିବାରେ ଲଗାଇ ଦିଅନ୍ତି l ସେଥିରେ ସେମାନେ ଆନନ୍ଦ ଲାଭ କରି ଥାଆନ୍ତି l
– ଏମାନେ ଛନ୍ଦ କପଟ ସ୍ୱଭାବର ହୋଇ ନଥାଆନ୍ତି l କିନ୍ତୁ ଯେଉଁଠାରୁ ଠାରେ ଦୁରେଇ ଯାଆନ୍ତି ଯୋଡ଼ିହେବା ଏମାନଙ୍କ ପକ୍ଷରେ କଷ୍ଟକର ଅଟେ l
– O+ ବ୍ଲଡ଼ ଗୃପ ବ୍ୟକ୍ତି ସବୁବେଳେ ଅନ୍ୟକୁ ଖୁସି ରଖିବାକୁ ଚେଷ୍ଟା କରନ୍ତି l ଯେପରିକି ତାଙ୍କ ନିକଟରେ ଥିବା ବ୍ୟକ୍ତି କଦାପି ଦୁଖୀ ନହେଉ l
– ଏହି ବ୍ଲଡ଼ ଗୃପ ର ବ୍ୟକ୍ତି ସର୍ବଦା ମନରେ ସକାରାତ୍ମକ ଭାବନା ରଖି ଜୀବନରେ ଆଗକୁ ବଢି ଥାନ୍ତି l ସହଜ ରେ କୌଣସି କାର୍ଯ୍ୟରେ ହାର ମାନନ୍ତି ନାହିଁ l
– O+ ବ୍ଲଡ଼ ଗୃପ ବ୍ୟକ୍ତିଙ୍କର ଭଲ ଲିଡରସିପ କ୍ୱାଲିଟି ରହିଛି l ସେମାନେ ପ୍ରତିନିଧିତ୍ବ କରିବାରେ ପାରଙ୍ଗମ ଅଟନ୍ତି l
– O+ ବ୍ଲଡ଼ ଗୃପ ବ୍ୟକ୍ତି ଖୁବ ସୋସିଆଲ ଅଟନ୍ତି ଓ ଖୁବ କମ ସମୟରେ ନିଜ ଆଡକୁ ଅନ୍ୟକୁ ଆକର୍ଷିତ କରି ପାରନ୍ତି l