Odisha news

ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀରେ ବିଜେପିର ମିଶ୍ରଣ ପର୍ବ : ବିଜେପିରେ ସାମିଲ ହେଲେ ବୀରପୁରୁଷତମ ପଂଚାୟତର ଶତାଧିକ ବିଜେଡି କର୍ମୀ ଏବଂ ସ୍ୱଂୟ ସହାୟିକା ମହିଳା

ଭୁବନେଶ୍ୱର/ପିପିଲି-ଡେଲାଙ୍ଗ : ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡାଜୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପିପିଲି ନିର୍ବାଚନମଣ୍ଡଳୀ ବୀରପୁରୁଷତମପୁର ଗ୍ରାମପଂଚାୟତର ଶତାଧିକ ବିଜେଡି କର୍ମୀ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଉପରେ ଆସ୍ଥା ପ୍ରକଟ ଓ ସମର୍ଥନ ଜଣାଇ ବିଜେପିରେ ସାମିଲ ହୋଇଛନ୍ତି ।

ବୀରପୁରୁଷତମପୁର ପଂଚାୟତର ପୂର୍ବତନ ୱାର୍ଡ ମେମ୍ବର ଧନ ବେହେରା, ପାନ ବେହେରା, ଗୀତାଞ୍ଜଳି ନାୟକ, ମଂଚ ସଭାନେତ୍ରୀ ମଂଜୁଳା ସେଠୀ, ସୁଭଦ୍ରା ବେହେରା, ସୁକାନ୍ତି ମହାନ୍ତି, ବାସନ୍ତୀ ଜେନା, ମାନିନୀ ବେହେରା, କୁସୁମ ବେହେରା, ମଂଜୁ ସେଠୀ, ରାଧା ବେହେରା, ଅନୁପମା ମହାନ୍ତିଙ୍କ ସମେତ ନାରୀ ନେତ୍ରୀ ଓ ଶତାଧିକ ସ୍ୱଂୟ ସହାୟିକା ମହିଳା ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ।

ଶ୍ରୀ ହରିଚନ୍ଦନ ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଏବଂ ଟୋପି ପିନ୍ଧାଇ ବିଦ୍ଧିବଦ୍ଧ ଭାବେ ଦଳରେ ସାମିଲ କରାଇଛନ୍ତି । ଏହି ମିଶ୍ରଣ ଦ୍ୱାରା ଦଳ ଆହୁରି ମଜବୁତ୍ ହେବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଅନ୍ୟପଟେ ଫୋନି ବାତ୍ୟା କ୍ଷତିପୂରଣ ଟଙ୍କା ମହିଳାଙ୍କୁ ନମିଳିବା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ବ୍ୟକ୍ତିଙ୍କୁ ଘର ନମିଳିବାରୁ କ୍ଷୋଭ ପ୍ରକାଶ କରି ବିଜେପିରେ ସାମିଲ ହୋଇଛନ୍ତି ବୋଲି ସଦ୍ୟ ଯୋଗ ଦେଇଥିବା ମହିଳାମାନେ କହିଛନ୍ତି ।

ପିପିଲିରେ ବିକାଶର ପୂର୍ଣ୍ଣଛେଦ ଟାଣି ହୋଇଯାଇଛି । ବିଶେଷକରି ଫୋନି ସହାୟତାରେ ବ୍ୟାପକ ଭଷ୍ଟ୍ରାଚାର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ୱଚ୍ଛଭାରତ ଅନ୍ତର୍ଗତ ଶୌଚାଳୟ ନିର୍ମାଣ, ଧାନ କିଣାରେ ଦୁର୍ନୀତି, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା, ବିଦ୍ୟାଳୟରେ ଶିକ୍ଷକ ଅଭାବ, ପିପିଲିରେ ବସଷ୍ଟାଣ୍ଡ ନହେବା ଆଦି ସମସ୍ୟା ବିରୁଦ୍ଧରେ ଜନଅସନ୍ତୋଷ ସ୍ୃଷ୍ଟି ହୋଇଛି । ପୂର୍ବତନ ବିଧାୟକ କେନ୍ଦ୍ରର ଗରିବ କଲ୍ୟାଣ ଯୋଜାନାକୁ ପିପିଲିରେ ଲାଗୁ କରିବାରେ ବିଫଳ ହୋଇଛନ୍ତି ।

ପିପିଲି ଅଂଚଳ କୃଷି ପ୍ରାଧାନ୍ୟ ଅଂଚଳ ହୋଇଥିବା ସତ୍ୱେ ଶୀତଳ ଭଣ୍ଡାରର ଅଭାବ, ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା ଆଜି ପ୍ରମୁଖ ସମସ୍ୟା ଭାବେ ଛିଡା ହୋଇଛି । ପିପିଲିରେ ବିଜେଡିର ଦୁର୍ନୀତି ଏବଂ ବିଜେପିର ବିକାଶ ଧାରାରେ ସାମିଲ ହେବା ପାଇଁ ପିପିଲି–ଡେଲାଙ୍ଗ ବାସୀ ମନବଳାଇଛନ୍ତି । ଆଗାମୀ ପିପିଲି ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ଭୋଟ ଦେଇ ପିପିଲିର ବିକାଶରେ ନିଜକୁ ସାମିଲ କରିବା ପାଇଁ ଶ୍ରୀ ହରିଚନ୍ଦନ ପିପିଲିବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।

ଏହି ମିଶ୍ରଣ ପର୍ବରେ ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ବିଜେପି ନେତା ନିରଜଂନ ମିଶ୍ର, ଆଲୋକ ସେଠୀ, ଯାଜ୍ଞସେନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

IEC 2 years

Comments are closed.