Odisha news

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ‘ଫିଡ୍ ଦି ନିଡି’, ‘ମାସ୍କ ଫର ଅଲ୍’, ‘ପିଏମ କେୟାର ଫଣ୍ଡ’, ‘ଆରୋଗ୍ୟ ସେତୁ ଆପ୍’ କାର୍ଯ୍ୟରେ ନିୟୋଜିତ ବିଜେପି କାର୍ଯ୍ୟକର୍ତା କରୋନା ସଙ୍କଟ ଦୂର ନହେବା ପର୍ଯ୍ୟନ୍ତ ସେବା କାର୍ଯ୍ୟ ଜାରି ରହିବ : ବିଜେପି

0

 ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଶ୍ରୀ ପ୍ରତାପ ଷଡଙ୍ଗୀ ଏବଂ ବରିଷ୍ଠ ନେତୃବୃନ୍ଦଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଜେପି କାର୍ଯ୍ୟକର୍ତାମାନେ ସେବା କାର୍ଯ୍ୟକୁ ସଂପାଦନା କରୁଛନ୍ତି
 ପ୍ରତ୍ୟେକ ଜିଲ୍ଲାରେ କମୁ୍ୟନିଟି କିଚେନ ଖୋଲାଯାଇ ୧୨ ଲକ୍ଷରୁ ଉଦ୍ଧ୍ୱର୍ ଲୋକଙ୍କୁ ରନ୍ଧାଖାଦ୍ୟ, ଶୁଖିଲା ଖାଦ୍ୟ ପୁଡିଆ, ରାସନ ସାମଗ୍ରୀ ଆଦି ବଂଟନ କରାଯାଇଛି
 ଘରେ ତିଆରି କରି ୮ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ମାସ୍କ ବଂଟନ କରିଛନ୍ତି ମହିଳା ମୋର୍ଚ୍ଚା ଏବଂ ବିଜେପି କାର୍ଯ୍ୟକର୍ତା
 ବିଜେପି କାର୍ଯ୍ୟକର୍ତା, ବଦାନ୍ୟ ବ୍ୟକ୍ତି ବିଶେଷଙ୍କ ସମେତ ସାମାଜିକ ଓ ବେସରକାରୀ ଅନୁଷ୍ଠାନଗୁଡିକ ପିଏମ କେୟାର୍ସ ଫଣ୍ଡକୁ ୯୦ ଲକ୍ଷ ରୁ ଉଦ୍ଧ୍ୱର୍ ଅର୍ଥ ପଠାଇଛନ୍ତି
 ୩ ଲକ୍ଷରୁ ଉଦ୍ଧ୍ୱର୍ ଲୋକ ‘ଆରୋଗ୍ୟ ସେତୁ’ ମୋବାଇଲ ଆପ୍ଲିକେସନକୁ ନିଜ ମୋବାଇଲରେ ବ୍ୟବହାର କରୁଛନ୍ତି

ଭୁବନେଶ୍ୱର, ତା.୨୦/୦୪: ବୈଶ୍ୱିକ ମହାମାରୀ କରୋନା କବଳରେ ସମଗ୍ର ବିଶ୍ୱ । ଏହି ମହାମାରୀ କରୋନା ବିରୁଦ୍ଧ ଯୁଦ୍ଧରେ ବିଶ୍ୱର ସମସ୍ତ ରାଷ୍ଟ୍ର ଲଢେଇ କରୁଛନ୍ତି । ବିଶ୍ୱର ପ୍ରାୟ ସମସ୍ତ ବିକଶିତ ରାଷ୍ଟ୍ର ଆଜି ଅସହାୟ ହୋଇପଡିଥିବାବେଳେ ଭାରତବର୍ଷରେ ଏହି ଯୁଦ୍ଧର ନେତୃତ୍ୱ ନେଇ ମାନ୍ୟବର ପ୍ରଧାନମନ୍ତ୍ରୀ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛନ୍ତି । ସମଗ୍ର ବିଶ୍ୱ ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିବା ସହିତ ସଂକଟରୁ ମୁକ୍ତି ପାଇବା ପାଇଁ ପରାମର୍ଶ ନେଉଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପକୁ ପ୍ରଶଂସା କରିଛି । ଦେଶରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ବିଜେପି କାର୍ଯ୍ୟକର୍ତାମାନେ ‘ଫିଡ୍ ଦି ନିଡି’, ‘ମାସ୍କ ଫର ଅଲ୍’, ‘ପିଏମ କେୟାର ଫଣ୍ଡ’, ‘ଆରୋଗ୍ୟ ସେତୁ ଆପ୍’ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି । ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଶ୍ରୀ ପ୍ରତାପ ଷଡଙ୍ଗୀ ଏବଂ ବରିଷ୍ଠ ନେତୃବୃନ୍ଦଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଜେପି କାର୍ଯ୍ୟକର୍ତାମାନେ ସରକାରଙ୍କ ନିଦେ୍ର୍ଦଶନାମାକୁ ପାଳନ କରିବା ସହ ସାମାଜିକ ଦୂରତାକୁ ବଜାୟ ରଖି ଏହି ସମସ୍ତ କାର୍ଯ୍ୟକୁ ସଂପାଦନା କରୁଛନ୍ତି ବୋଲି ରାଜ୍ୟ ମୁଖପାତ୍ର ତଥା ‘ଫିଡ୍ ଦି ନିଡି – ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା’ର ରାଜ୍ୟ ସଂଯୋଜକ ଶ୍ରୀ ଗୋଲକ ମହାପାତ୍ର ସୁଚନା ଦେଇଛନ୍ତି । ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଅନ୍ତ୍ୟୋଦୟ ବିଚାରରେ ଅନୁପ୍ରାଣିତ ହେବା ସହ ଭାରତୀୟ ପରମ୍ପରା ‘ନର ସେବା – ନାରାୟଣ ସେବା’କୁ ସମ୍ମାନ ଜଣାଇ ଲକ୍ଡାଉନ ସମୟରେ ବିଜେପି କାର୍ଯ୍ୟକର୍ତାମାନେ ସ୍ୱେଚ୍ଛାକୃତ ଭାବେ ସେମାନଙ୍କ ଅଂଚଳରେ ବାସ କରୁଥିବା ଗରିବ, ଦିନମଜୁରିଆ, ଦୁଖୀଜନ ତଥା ଅଭାବୀ ଲୋକ, ଖଟିଖିଆଙ୍କୁ ସରକାରଙ୍କ ନିଦେ୍ର୍ଦଶନାମା ଓ ସାମାଜିକ ଦୂରତ୍ୱକୁ ବଜାୟ ରଖି ‘ଫିଡ୍ ଦି ନିଡି – ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା’ କାର୍ଯ୍ୟକ୍ରମ ଅନ୍ତର୍ଗତ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ରାସନ ସାମଗ୍ରୀ ବଂଟନ କରୁଛନ୍ତି । ବର୍ତମାନ ସୁଦ୍ଧା ୧୦ ହଜାରରୁ ଉଦ୍ଧ୍ୱର୍ ବିଜେପି କାର୍ଯ୍ୟକର୍ତା ରାଜ୍ୟର ୨୧ଟି ସଂସଦୀୟ କ୍ଷେତ୍ର, ୧୪୭ ଟି ବିଧାନସଭା କ୍ଷେତ୍ର, ୩୬ଟି ସାଙ୍ଗଠନିକ ଜିଲ୍ଲା, ୪୦୦ଟି ବ୍ଲକ ଓ ପୈାରପାଳିକାରେ ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂପାଦନା କରୁଛନ୍ତି । ପ୍ରତିଦିନ ପ୍ରତ୍ୟେକ ଜିଲ୍ଲାରେ କମୁ୍ୟନିଟି କିଚେନ ଖୋଲାଯାଇ ୧୨ ଲକ୍ଷରୁ ଉଦ୍ଧ୍ୱର୍ ଲୋକଙ୍କୁ ରନ୍ଧାଖାଦ୍ୟ, ଶୁଖିଲା ଖାଦ୍ୟ ପୁଡିଆ, ରାସନ ସାମଗ୍ରୀ ବଂଟନ କରାଯାଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଏହି ସଂକଟରୁ ରକ୍ଷା ପାଇବା ପାଇଁ ମୁହଁରେ ମାସ୍କ ପରିଧାନ ନିହାତି ଆବଶ୍ୟକ । ବଜାରରେ ମାସ୍କ ନିଅଂଟ ପରିମାଣ ଥିବାବେଳେ ଏହାର ଆବଶ୍ୟକତାକୁ ମେଂଟାଇବା ପାଇଁ ପାର୍ଟୀର ମହିଳାମୋର୍ଚ୍ଚାର କାର୍ଯ୍ୟକର୍ତାଙ୍କ ସହୟତାରେ ୮ ଲକ୍ଷରୁ ଉର୍ଦ୍ଧ ମାସ୍କ ବା ଫେସ କଭର ପ୍ରସ୍ତୁତ କରାଯାଇ ବଂଟନ କରାଯାଇଛି ।
ଅନ୍ୟ ପଟେ କରୋନା ଯୁଦ୍ଧକୁ ସାମ୍ନା କରିବା ପାଇଁ ବହୁମାତ୍ରାରେ ଅର୍ଥର ଆବଶ୍ୟକତା ରହିଛି । ଏହାକୁ ପୁରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସିଙ୍କୁ ଆଗେଇ ଆସି ପିଏମ କେୟାର ଫଣ୍ଡକୁ ଅର୍ଥ ଦାନ କରିବା ପାଇଁ ଅନୁରୋଧ ଜଣାଇଛନ୍ତି । ପିଏମ କେୟାର ଫଣ୍ଡର ରାଜ୍ୟ ସଂଯୋଜକ ସୁଦର୍ଶନ ଗୋୟଲଙ୍କ ପ୍ରଚେଷ୍ଟାରେ ବିଜେପି କାର୍ଯ୍ୟକର୍ତା, ବଦାନ୍ୟ ବ୍ୟକ୍ତି ବିଶେଷଙ୍କ ସମେତ ସାମାଜିକ ଓ ବେସରକାରୀ ଅନୁଷ୍ଠାନଗୁଡିକ ପିଏମ କେୟାର୍ସ ଫଣ୍ଡକୁ ବର୍ତମାନ ସୁଦ୍ଧା ୯୦ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ଅର୍ଥ ପ୍ରଦାନ କରିସାରିଛନ୍ତି ।
‘ଆରୋଗ୍ୟ ସେତୁ’ ମୋବାଇଲ ଆପ୍ଲିକେସନ ମାଧ୍ୟମରେ ସାଧାରଣ ଜନତା କରୋନା ଭୂତାଣୁ ସଂକ୍ରମଣଠାରୁ ନିଜକୁ ଦୂରେଇ ରଖିପାରିବେ । ଏହି ଆପ୍କୁ ନିଜ ନିଜ ମୋବାଇଲ ଜରିଆରେ ବ୍ୟବହାର କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ବାରମ୍ବାର ଦେଶବାସୀଙ୍କୁ ଅନୁରୋଧ କରୁଛନ୍ତି । ବିଶେଷ ଭାବେ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତା ଓ ବିଜେପିର କାର୍ଯ୍ୟକର୍ତାଙ୍କ ପ୍ରଚେଷ୍ଟା କାରଣରୁ ବର୍ତମାନ ସୁଦ୍ଧା ୩ ଲକ୍ଷରୁ ଉଦ୍ଧ୍ୱର୍ ରାଜ୍ୟବାସୀ ‘ଆରୋଗ୍ୟ ସେତୁ’ ମୋବାଇଲ ଆପ୍ଲିକେସନକୁ ନିଜ ମୋବାଇଲରେ ବ୍ୟବହାର କରୁଛନ୍ତି ।
ଏହି ବୈଶ୍ୱିକ ସଂକଟ କରୋନା ଯୁଦ୍ଧର ପ୍ରଥମ ଧାଡିରେ ରହି ଯୁଦ୍ଧ କରୁଥିବା ଡାକ୍ତର, ସ୍ୱାସ୍ଥ୍ୟ କର୍ମଚାରୀ, ସଫେଇ କର୍ମଚାରୀ, ବ୍ୟାଂକ ଓ ପୋଷ୍ଟାଲ କର୍ମଚାରୀ, ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଯୋଦ୍ଧାମାନଙ୍କୁ ବିଜେପି ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଉଛି ।
କରୋନାକୁ ମୁକାବିଲା କରିବା ପାଇଁ ସାରା ଦେଶ ଏକାଠୀ ହୋଇଛି । ଏହି ସଂକ୍ରମଣକୁ ରୋକିବା ପାଇଁ ସବୁ ସ୍ତରରେ ବିଭିନ୍ନ ପ୍ରୟାସ ଅବ୍ୟାହତ ରହିଛି । ନିଜ ଘରେ ରହିବା, ମୁହଁରେ ମାସ୍କ ଲଗାଇବା ଏବଂ ସାମାଜିକ ଦୂରତାକୁ ବଜାୟ ରଖିଲେ ଆମେ କରୋନା ସଂକ୍ରମଣରୁ ନିଜକୁ ଏବଂ ସମଗ୍ର ସମାଜକୁ ରକ୍ଷା କରିପାରିବା ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ବୋଲି ଶ୍ରୀ ମହାପାତ୍ର ଜଣାଇଛନ୍ତି ।

Leave A Reply