Odisha news

ଦରଦାମ ବୃଦ୍ଧି ପ୍ରସଙ୍ଗରେ ବିଜେଡି ସରକାରଙ୍କ କୁମ୍ଭୀର କାନ୍ଦଣା ଅତ୍ୟନ୍ତ ହାତ୍ସ୍ୟାସ୍ପଦ : ମୋହନ ମାଝୀ

ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଗ୍ୟାସ ଉପରେ ରାଜ୍ୟ ସରକାରଙ୍କୁ ମିଳୁଥିବା ତାଙ୍କ ଅଂଶରୁ ସିଂହଭାଗ ଟଙ୍କାକୁ ଛାଡ କରନ୍ତୁ

0

ଭୁବନେଶ୍ୱର, ତା.୦୨/୦୩: ଦେଶରେ ରୋଷେଇ ଗ୍ୟାସର ଚାହିଦାକୁ ପୁରଣ କରିବା ପାଇଁ ଅନ୍ୟ ଦେଶ ଉପରେ ନିର୍ଭରଶୀଳ ଭାରତବର୍ଷ । ଆନ୍ତର୍ଜାତୀୟ ସ୍ତରରେ ନିର୍ଦ୍ଧାରିତ ହେଉଥିବା ଦରକୁ ନେଇ ରୋଷେଇ ଗ୍ୟାସର ମୁଲ୍ୟ ନିର୍ଦ୍ଧାରଣ କରାଯାଏ । ଏହି କାରଣରୁ ଗ୍ୟାସ ଦର ତଳ ଉପର ହୋଇଥାଏ । ଗ୍ୟାସ ଭଳି ପଦାର୍ଥର ଦରଦାମ ଉପରେ ସରକାରଙ୍କ କୈାଣସି ନିୟନ୍ତ୍ରଣ ନଥାଏ । ଏହି କ୍ରମରେ ବର୍ତମାନ ଗ୍ୟାସ ମୂଲ୍ୟରେ ବୃଦ୍ଧି ପାଇଛି ଏବଂ ଆଗାମୀ ଦିନରେ ହ୍ରାସ ମଧ୍ୟ ପାଇବ । ଏହା ଏକ ନିରନ୍ତର ପ୍ରକ୍ରିୟା । ଦରଦାମ ବୃଦ୍ଧି ନେଇ ବିଜେଡିର ଅଭିଯୋଗର କୈାଣସି ଭିତିଭୁମି ନାହିଁ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ମାଝୀ କହିଛନ୍ତି ।

କ୍ରମାଗତ ୧୮ ବର୍ଷ ଧରି ବିତୀୟ ବଳକା ରାଜ୍ୟ ଭାବେ ଓଡିଶା ଥିବାର ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି । ସେହିଭଳି ଗ୍ୟାସ ଉପରେ ଲାଗୁ ହେଉଥିବା ଟ୍ୟାକ୍ସରେ ରାଜ୍ୟ ସରକାରଙ୍କ ମଧ୍ୟ ବଡ ଅଂଶ ରହିଛି । ଗ୍ୟାସ ଦରବୃଦ୍ଧିକୁ ନେଇ ଶାସକ ବିଜେଡି ରାଜନୀତି କରିବା ଅତ୍ୟନ୍ତ ହାତ୍ସ୍ୟାସ୍ପଦ । ବରଂ ଏଭଳି ପରିସ୍ଥିତିରେ ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାରଙ୍କୁ ମିଳୁଥିବା ତାଙ୍କ ଅଂଶରୁ ସିଂହଭାଗ ଟଙ୍କାକୁ ଛାଡ କରନ୍ତୁ ବୋଲି ଶ୍ରୀ ମାଝୀ ଦାବୀ କରିଛନ୍ତି ।

ବୈ÷ଶ୍ୱିକ ମହାମାରୀ କରୋନା ସଂକଟ ସମୟରେ ମୋଦି ସରକାର ୮୦ କୋଟି ଦେଶବାସୀଙ୍କୁ ମାଗଣାରେ ଚାଉଳ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଦେଇଥିଲେ । କରୋନା ସଂକଟ ଶେଷ ହେବା ପର୍ଯ୍ୟନ୍ତ ଏହି ମାଗଣା ଚାଉଳ ଦିଆଯାଇଥିଲା । ବର୍ତମାନ ସଂପୂର୍ଣ୍ଣ ମାଗଣାରେ ଚାଉଳ ଦେଉଛନ୍ତି ମୋଦି ସରକାର । ଚାଉଳ ଦେବାରେ କେବେହେଲେ କଂଜୁସି କରିନାହାନ୍ତି ବରଂ ଚାଉଳ ଦେବାରେ ମୋଦି ସରକାର ରେକର୍ଡ କରିଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି ।

ଦୀର୍ଘ ୨୩ ବର୍ଷ ଧରି ନିରୁଙ୍କଶ ଶାସନ କ୍ଷମତାରେ ରହି ସୁଦ୍ଧା ଆଳୁ, ପିଆଜ ଭଳି ନିତିଦିନିଆ ଅତ୍ୟାବଶ୍ୟକୀୟ ଘରୋଇ ଜିନିଷର ଦରଦାମ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ବିଜେଡି ସରକାରଙ୍କ ଦରଦାମ ବୃଦ୍ଧି ପ୍ରସଙ୍ଗରେ କୁମ୍ଭୀର କାନ୍ଦଣା ଅତ୍ୟନ୍ତ ହାତ୍ସ୍ୟାସ୍ପଦ ବୋଲି ଶ୍ରୀ ମାଝୀ କହିଛନ୍ତି ।

 

Nalco
Leave A Reply