Odisha news

ବିଜେଡି ପ୍ରବକ୍ତା ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ପରିବର୍ତେ କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ସ୍ପଷ୍ଟୀକରଣ ମାଗିବା ରାଜନୈତିକ ଅପରିପକ୍ୱତା- ସୂରଜ ସୂର୍ଯ୍ୟବଂଶୀ

0

 ବିଜେପି କାର୍ଯ୍ୟକର୍ତାଙ୍କୁ ଆକ୍ରମଣ ନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ରଖିବା ପାଇଁ ଦାବି
 ଶାସକ ଦଳ ଯେତେବେଳେ ଅଡୁଆରେ ପଡେ ସେଥିରୁ ମୁକୁଳିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ କଥା ଉଠାଏ
 ଯୁବକଙ୍କୁ ରୋଜଗାର ଦେବାରେ ବିଫଳ ବିଜେଡି ସରକାର
 ବିକ୍ଷୋଭ କରି ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କ ଏକାଡେମିକ୍ କ୍ୟାରିୟର ନଷ୍ଟ କଥା କହି ଧମକାଇବା ଦୁର୍ଭାଗ୍ୟଜନକ
 ପରୋକ୍ଷରେ ଧମକ ଦେଇ ଓଡ଼ିଆ ଯୁବକଙ୍କ ଆନେ୍ଦାଳନାତ୍ମକ ମନୋବୃତିକୁ ବିଜେଡି ଚାପି ପାରିବ ନାହିଁ
 ଗତକାଲି ପିଏମଜି ସ୍କୋୟାରକୁ ଚୀନର ଏକଚ୍ଛତ୍ରବାଦୀ ଶାସକଙ୍କ ପରି ତିଆନମେନ ସ୍କୋୟାରର ରୂପ ଦେବା ପାଇଁ ଶାସକ ଦଳ ମନ ବଳାଇବା ଉଦ୍ୟମକୁ ସଫଳ କରାଯିବ ନାହିଁ
 ପୋଲିସ ଅସାମାଜିକ ବ୍ୟକ୍ତିଙ୍କ ପରି ଅମାନୁଷିକ ଭାବେ ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତାଙ୍କୁ ବାଡେଇବା, ପ୍ରଶାସନ ନିୟନ୍ତ୍ରଣର ଆଭିମୁଖ୍ୟ କି?

ଭୁବନେଶ୍ୱର, ମାର୍ଚ୍ଚ ୦୧ – ଯେତେବେଳେ ଶାସକ ଦଳ ବିଜେଡି କୌଣସି ପ୍ରସଙ୍ଗରେ ଅଡୁଆରେ ପଡି ଉତର ରଖୁଥିବାର ଆବଶ୍ୟକତା ରଖୁଛି ସେହି ସମୟରେ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଥା ଉଠାଉଛନ୍ତି । ବିଜେପି କାର୍ଯ୍ୟକର୍ତାଙ୍କ ଉପରେ ହୋଇଥିବା ଆକ୍ରମଣ ଉପରେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କସ୍ପଷ୍ଟୀକରଣ ନ ମାଗି କେନ୍ଦ୍ରମନ୍ତ୍ରୀଙ୍କୁ ବିଜେଡି ମୁଖପାତ୍ର ସ୍ପଷ୍ଟୀକରଣ ମାଗିବା ରାଜନୈତିକ ଅପରିପକ୍ୱତାର ପ୍ରମାଣ ବୋଲି କହିଛନ୍ତି ବିଧାୟକ ସୂରଜ ସୂର୍ଯ୍ୟବଂଶୀ ।
ଗୃହ ବିଭାଗ ଅଧୀନରେ ଘଟିଥିବା ଏହି ଘଟଣାରେ ଗୃହ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ପଦୁଟିଏ କହିନାହାନ୍ତି । କିନ୍ତୁ ସେମାନେ କେନ୍ଦ୍ରମନ୍ତ୍ରୀଙ୍କ ଠୁ ସ୍ପଷ୍ଟୀକରଣ ଚାହୁଁଛନ୍ତି । ଯେତେବେଳେ ଶାସକ ଦଳ ଅକଳରେ କିମ୍ବା ଆଡୁ ରେ ପଡୁଛି ତାକୁ ଉତର ରଖିବାର ଆବଶ୍ୟକତା ରହୁଛି ସେତେବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଥା ଉଠାଉଛନ୍ତି । ଓଡିଶା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଅବଦାନ କଣ ସାରା ଓଡିଶାବାସୀ ଜାଣିଛନ୍ତି । ଏହି ଘଟଣାରେ କେନ୍ଦ୍ରମନ୍ତ୍ରୀଙ୍କୁ ଟାଣି ବିଜେଡି ନିଜର ରାଜନୈତିକ ଅପରିପକ୍ୱତାର ପରିଚୟ ଦେଇଛି । ବରଂ ଭଲ ହେବ ବିଜେପି କାର୍ଯ୍ୟକର୍ତାଙ୍କ ଉପରେ ହୋଇଥିବା ଆକ୍ରମଣ ଉପରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ସେ ଦାବି କରିଛନ୍ତି ।
ସେହିପରି ସାମ୍ବାଦିକ ସମ୍ମିିଳନୀରେ ବିଜେଡି ଓଡିଶାର ଯୁବକଙ୍କୁ ଧମକ ଦେବା ଭଳି କଥା କହୁଛି । ସେମାନେ ବିକ୍ଷୋଭ କରି ତାଙ୍କର ଏକାଡେମିକ୍ କ୍ୟାରିୟର ନଷ୍ଟ କରୁଥିବା କହୁଛନ୍ତି । ମାତ୍ର ଏ କଥା କହୁନାହାନ୍ତି ଯେ ବିଜେଡ଼ି ସରକାର ସେମାନଙ୍କୁ ନିଯୁକ୍ତି ଦେବାରେ ଅପାରଗ ସାଜିଛନ୍ତି । ଓଡ଼ିଶାର ବେକାରୀ ହାର ଜାତୀୟ ସ୍ତରରେ ଲଜ୍ୟାଜନକ ସ୍ଥିତିରେ ରହିଛି । ଓଡ଼ିଆ ଯୁବକଙ୍କ ଭାଗ୍ୟକୁ ବିଜେଡି କୁଠାରଘାତ କରୁଛନ୍ତି । ପରୋକ୍ଷ ପୂର୍ଣ୍ଣ ଧମକ ଦେଇ ଓଡ଼ିଆ ଯୁବକଙ୍କ ଆନେ୍ଦାଳନାତ୍ମକ ମନୋବୃତିକୁ ଯଦି ଚପାଇ ଦେବାକୁ ଚେଷ୍ଟା କଲେ ମଧ୍ୟ ସେହି କାମରେ ସଫଳ ହେବ ନାହି । ଗତକାଲି ପିଏମଜି ସ୍କୋୟାରକୁ ଚାଇନାର ଏକଚ୍ଛତ୍ରବାଦୀ ଶାସକଙ୍କ ପରି ତିଆନମେନ ସ୍କୋୟାରର ରୂପ ଦେବା ପାଇଁ ଶାସକ ଦଳ ମନ ବଳାଇ ଥିଲା । ତାହାକୁ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତା କରାଇଦେବ ନାହିଁ ।
ସେ କହିଛନ୍ତି ଯେ ଜଣେ ବ୍ୟକ୍ତିଙ୍କର ରାଜନୈତିକ ନ୍ୟସ୍ତ ସ୍ୱାର୍ଥକୁ ପୂରଣ କରିବା ପାଇଁ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ବିଧାନସଭା ଘେରାଓ କରିଛନ୍ତି ବୋଲି ବିଜେଡି କହିବା ହାସ୍ୟାସ୍ପଦ । ସମସ୍ତ ରାଜନୈତିକ ଦଳର ଆନେ୍ଦାଳନ କରିବାର ଅଧିକାର ରହିଛି । ଯୁବ ମୋର୍ଚ୍ଚା ପକ୍ଷରୁ ଶାନ୍ତିପୂର୍ଣ୍ଣ ଆନେ୍ଦାଳନ ଚାଲିଥିଲା । ସେ ସମୟରେ କିଛି ପୋଲିସ ମାନଙ୍କୁ ମୋହରା ସଜାଇ ବିଜେଡି ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆନେ୍ଦାଳନକାରୀଙ୍କ ଉପରେ ଆକ୍ରମଣ କରାଯାଇଥିଲା । ପୁରୁଷ ପୋଲିସ ମହିଳା କାର୍ଯ୍ୟକର୍ତାଙ୍କୁ ଖରାପ ଆଚରଣ କରିଛନ୍ତି ।
ଗତକାଲିର ଘଟଣାରେ ପୋଲିସ ଭଲ ଭାବେ ସ୍ଥିତିକୁ ନିୟନ୍ତ୍ରଣ କରିଥିବା ବିଜେଡିର ପ୍ରବକ୍ତା କହୁଛନ୍ତି । ମାତ୍ର ପୋଲିସ ଅସାମାଜିକ ବ୍ୟକ୍ତିଙ୍କ ପରି ଅମାନୁଷିକ ଭାବେ ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତାଙ୍କୁ ବାଡେଇବା, ପ୍ରଶାସନ ନିୟନ୍ତ୍ରଣର ଆଭିମୁଖ୍ୟ କି ବୋଲି ସେ ପ୍ରଶ୍ନ କରିଛନ୍ତି ।

 

Leave A Reply