ରାଜ୍ୟ ଜନସଂଖ୍ୟାର ସର୍ବାଧିକ ୫୪ ପ୍ରତିଶତ ଓବିସି ଓ ଏସଇବିସି ବର୍ଗଙ୍କୁ ତାଙ୍କ ସାମ୍ବିଧାନିକ ଅଧିକାର ସୁନିଶ୍ଚିତ କରି ପ୍ରଥମେ ସଂରକ୍ଷଣ ପ୍ରଦାନ କରନ୍ତୁ
ବିଭାଗୀୟ ସଚିବ, ମୁଖ୍ୟ ଶାସନ ସଚିବ, ରାଜ୍ୟ ଓବିସି କମିଶନ ଏବଂ ରାଜ୍ୟ ସରକାରଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୈାଣସି ସୁଫଳ ମିଳିଲା ନାହିଁ
ରାଜ୍ୟ ଓବିସି କମିଶନଙ୍କୁ କ୍ଷମତା ପ୍ରଦାନ କରନ୍ତୁ ରାଜ୍ୟ ସରକାର
ଭୁବନେଶ୍ୱର, ତା.୩୧/୦୧ : ଓଡ଼ିଶାରେ ଓବିସି ଓ ଏସିବିସି ବର୍ଗର ସାମାଜିକ, ଆର୍ଥôକ, ଚାକିରୀ ଓ ଶିକ୍ଷା କ୍ଷେତ୍ରରେ ଉତ୍ଥାନ ଚାହୁଁ ନାହିଁ ବିଜେଡି ସରକାର । ରାଜ୍ୟ ଜନସଂଖ୍ୟାର ସର୍ବାଧିକ ୫୪ ପ୍ରତିଶତ ଯାହାକି ପାଖାପାଖି ୨.୫ କୋଟି ଓବିସି ଓ ଏସଇବିସି ବର୍ଗର ଲୋକଙ୍କୁ ତାଙ୍କ ସାମ୍ବିଧାନିକ ଅଧିକାରରୁ ବଂଚିତ ରଖାଯାଉଛି । ପଂଚାୟତ ଓ ମୁ୍ୟନିସପାଲଟି ନିର୍ବାଚନ ପୂର୍ବରୁ ରାଜ୍ୟରେ ଓବିସି ଓ ଏସଇବିସି ବର୍ଗଙ୍କ ସର୍ଭେ ଯଥାଶୀଘ୍ର କରିବାକୁ ବିଧାନସଭାରେ ସଂକଳ୍ପ ପାରିତ ହୋଇଥିଲେ ମଧ୍ୟ ଆଜି ସୁଦ୍ଧା ଏ ସଂପର୍କରେ ରାଜ୍ୟ ସରକାର କୈାଣସି ପଦକ୍ଷେପ ନେଲେ ନାହିଁ । ବିହାର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ୟୁପି ସରକାର ଓବିସି ଜନଗଣନା କରି ତାଲିକା ପ୍ରସ୍ତୁତ କରିଥିବାବେଳେ ‘ଆମ ପାଖରେ ଓବିସି ଓ ଏସଇବିସିଙ୍କର କୈାଣସି ତଥ୍ୟ ନାହିଁ’ ବୋଲି କହି ରାଜ୍ୟ ସରକାର ମାନ୍ୟବର ହାଇକୋର୍ଟଙ୍କୁ ସତ୍ୟପାଠ ଦାଖଲ କରି ବିନା ଓବିସି ସଂରକ୍ଷଣରେ ନିର୍ବାଚନ କରାଇଲେ । “ସର୍ଭେ ଦାୟୀତ୍ୱ ଆମର ନୁହେଁ, ଏହା କେନ୍ଦ୍ର ସରକାରଙ୍କ” ବୋଲି କହି ନିଜ କାନ୍ଧରୁ ଦାୟୀତ୍ୱକୁ ଖସାଇ ଚାଲିଛି ବିଜେଡି ସରକାର । ଭାରତୀୟ ଜନତା ପାର୍ଟି ତରଫରୁ ଓବିସି ଓ ଏସଇବିସିଙ୍କ ସର୍ଭେ କରାଯାଇ ଆନୁପାତିକ ପ୍ରତିଶତ ନିର୍ଦ୍ଧାରଣ କରି ସଂରକ୍ଷଣ ସୁନିଶ୍ଚିତ କରାଇବାକୁ ରାଜ୍ୟ ଓବିସି କମିଶନ ଏବଂ ରାଜ୍ୟ ସରକାରଙ୍କୁ ବାରମ୍ବାର ଅବଗତ କରାଯାଇଛି । ବିଜେପିର ବାରମ୍ବାର ଆନେ୍ଦାଳନ ପରେ ୩ ବର୍ଷ ପୂର୍ବରୁ ଗଠିତ ହୋଇଥିବା ରାଜ୍ୟ ଓବିସି କମିଶନ ବର୍ତମାନ ମଧ୍ୟ ସ୍ଥାଣୁ ପାଲଟିଛନ୍ତି । ଏପରିକି ତାଙ୍କ ପାଖରେ କୈାଣସି କ୍ଷମତା ନଥିବାର ସେ ନିଜେ ସ୍ୱୀକାର ମଧ୍ୟ କରିଛନ୍ତି । ଭାରତୀୟ ଜନତା ପାର୍ଟୀ ତରଫରୁ ଏ ସଂପର୍କରେ ବିଭାଗୀୟ ସଚିବ ଓ ମୁଖ୍ୟ ଶାସନ ସଚିବଙ୍କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୈାଣସି ସୁଫଳ ମିଳିଲା ନାହିଁ । ବିଜେଡି ସରକାର ଦ୍ୱାରା ଅଗଣିତ ଓବିସି ବର୍ଗ ଭାଇ ଓ ଭଉଣୀମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୋଧରେ ହସ୍ତକ୍ଷେପ କରି ବିହୀତ ପଦକ୍ଷେପ ଗହଣ କରିବାକୁ ବିଜେପି ତରଫରୁ ଆଜି ଓବିସି ମୋର୍ଚ୍ଚା ରାଷ୍ଟ୍ରୀୟ କମିଶନ ଶ୍ରୀ ହଂସରାଜ ଗଙ୍ଗାରାମ ଅହିରଙ୍କୁ ଦିଲ୍ଲୀସ୍ଥିତ କାର୍ଯ୍ୟାଳୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।
ସେହିପରି ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଓବିସି ବର୍ଗଙ୍କୁ ପ୍ରତାରଣା କରିଆସୁଛି ବିଜେଡି ସରକାର । ଓବିସି ବର୍ଗଙ୍କ ପାଇଁ ଉଦ୍ଧିଷ୍ଟ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ରାଜ୍ୟ ସରକାର କ୍ରମାଗତ ଭାବେ ଅଣଦେଖା କରିଆସୁଥିବାରୁ ବହୁ ସଂଖ୍ୟାରେ ଆର୍ଥିକ ଅନଗ୍ରସର ଓ ପଛୁଆ ବର୍ଗର ଛାତ୍ରଛାତ୍ରୀ ଆଜି ସମାଜର ବିକାଶ ସ୍ରୋତରେ ସାମିଲ ହେବାରୁ ବଂଚିତ ହେଉଛନ୍ତି । ପଛୁଆ ବର୍ଗର ଯୁବକ ଯୁବତୀମାନଙ୍କ ପାଇଁ ଥିବା ‘ପଛୁଆ ବର୍ଗ ଫାଇନାନ୍ସ ଆଣ୍ଡ ଡେଭେଲପମେଂଟ କୋଅପରେଟିଭ କର୍ପୋରେସନ’ ମଧ୍ୟ ଅଚଳ ହୋଇପଡିଥିବାରୁ ଆର୍ଥିକ ବିକାଶ ସମ୍ଭବ ହେଉନାହିଁ । ରାଜ୍ୟରେ ବାସ କରୁଥିବା ପଛୁଆ ବର୍ଗଙ୍କ ସ୍ୱାର୍ଥ ପାଇଁ ଜାତୀୟ ଓବିସି କମିଶନ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିନିଧି ଦଳ ଦାବୀ ଜଣାଇଛନ୍ତି ।
ଏହି ପ୍ରତିନିଧି ଦଳରେ ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦୁଷ୍ମନ୍ତ କୁମାର ଦାସ, ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଜ୍ଞାନେନ୍ଦ୍ର କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।