Odisha news

ଧାମନଗର ଉପନିର୍ବାଚନ ବିଜୟ ହେବ ବିଷ୍ଣୁ ଭାଇଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳୀ : ସମୀର ମହାନ୍ତି

0

 ବିଜୟ ପାଇଁ ମା ଭଦ୍ରକାଳୀ ଓ ବାବା ଆଖଣ୍ଡଳମଣୀଙ୍କ ଆର୍ଶୀବାଦ ଲୋଡିଲେ ରାଜ୍ୟ ସଭାପତି

 ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ସୁରଜ୍

 କେନ୍ଦ୍ରର ଯୋଜନା ରାଜ୍ୟରେ ସଫଳତା ହାସଲ କରିଛି

ଭଦ୍ରକ/ଭୁବନେଶ୍ୱର,ତା.୧୦/୧୦: ବିରୋଧୀ ଦଳ ଉପନେତା ତଥା ବିଧାୟକ ସ୍ୱର୍ଗତଃ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଧାମନଗରରେ ସୁରଜ୍ଙ୍କୁ ବିଜେପି ପ୍ରାର୍ଥୀ ଚୟନ କରିଛି । ସ୍ୱର୍ଗତଃ ବିଷ୍ଣୁଙ୍କ ସୁପୁତ୍ର ସୂର୍ଯ୍ୟବଂଶୀ ସୁରଜ୍ । ବିଧାୟକ ସ୍ୱର୍ଗତଃ ବିଷ୍ଣୁ ସେଠୀଙ୍କ ଦେହାନ୍ତର ତିନି ସପ୍ତାହ ପରେ ଶୋକସନ୍ତପ୍ତ ପରିବେଶ ଭିତରେ ଉପନିର୍ବାଚନ ହେଉଛି । ବିଜେପିର କାର୍ଯ୍ୟକର୍ତା, ମନ୍ତ୍ରୀ, ନେତା, ଧାମନଗରବାସୀ ଓ ପରିବାର ବର୍ଗ ସହଯୋଗରେ ଉପନିର୍ବାଚନ ଲାଗି ସୁରଜ୍ଙ୍କୁ ବିଜେପି ପ୍ରାର୍ଥୀ କରିଛି । ସୁରଜ୍ ଜଣେ ଉଚ୍ଚଶିକ୍ଷିତ, ଆଇଟି କମ୍ପାନୀରେ କାର୍ଯ୍ୟ କରିବା ସହ ବାପା ସ୍ୱର୍ଗତଃ ବିଷ୍ଣୁ ସେଠୀଙ୍କୁ ନିର୍ବାଚନରେ ସାହାଯ୍ୟ ସହଯୋଗ କରୁଥିଲେ । ସୁରଜ୍ଙ୍କ ପ୍ରତିଭାକୁ ଦେଖି ବିଜେପି ପ୍ରାର୍ଥୀଭାବେ ଚୟନ କରିଥିବା ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

ଦଳୀୟ ପ୍ରାର୍ଥୀ ସୁରଜ୍ଙ୍କ ସପକ୍ଷରେ ପ୍ରଚାର ଆରମ୍ଭ କରିବା ଅବସରରେ ଯୋଗଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ, ଏକ ଦୁଃଖଦ ସମୟରେ ଉପନିର୍ବାଚନ ହେଉଛି ଓ ବିଜେପିର ସମସ୍ତ କାର୍ଯ୍ୟକର୍ତା ମନକୁ ସୁଦୃଢ଼ କରି ନିର୍ବାଚନ ଲଢ଼ିବାର ସାହସ ଯୋଗାଉଛନ୍ତି । ସୁରଜ୍ଙ୍କ ବିଜୟ ଲାଗି ଆଜି ସକାଳେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ ଓ ବାବା ଆଖଣ୍ଡଳମଣି ମନ୍ଦିରରେ ଶ୍ରୀ ମହାନ୍ତି ପୂଜା ଅର୍ଚ୍ଚନା କରି ଆର୍ଶୀବାଦ ଭିକ୍ଷା କରିଥିଲେ । ଶ୍ରୀ ମହାନ୍ତି କହିଛନ୍ତି ଯେ, ମା ଭଦ୍ରକାଳୀ ଓ ବାବା ଆଖଣ୍ଡଳୀମଣି ସୁରଜ୍ଙ୍କୁ ଆର୍ଶୀବାଦ ଓ ଶକ୍ତି ଦିଅନ୍ତୁ । ସ୍ୱର୍ଗତ ବିଷ୍ଣୁ ଭାଇ ଛାଡି ଯାଇଥିବା ବିଶାଳ ପରିବାରକୁ ସୁରଜ୍ ସୁଚାରୁ ରୂପେ ପରିଚାଳନା କରିବାର ଅସୀମ ଧର୍ଯ୍ୟ ଦିଅନ୍ତୁ ମା ଭଦ୍ରକାଳୀ ଓ ବାବା ଆଖଣ୍ଡଳମଣି । ଏହି ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଶ୍ରୀ ସୂର୍ଯ୍ୟବଂଶୀଙ୍କୁ ଧାମନଗରବାସୀ ଆସ୍ଥା ପ୍ରକଟ କରି ବିଜୟ ମୁକୁଟ ପିନ୍ଧାଇବେ ତାହା ସ୍ୱର୍ଗତଃ ବିଷ୍ଣୁ ଭାଇଙ୍କ ପ୍ରତି ଅସଲ ଶ୍ରଦ୍ଧାଞ୍ଜଳି ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଭାରତୀୟ ଜନତା ପାର୍ଟିର ବିଚାରଧାରାକୁ ଭଲପାଉଥିଲେ ସ୍ୱର୍ଗତଃ ସେଠୀ । ସ୍ୱର୍ଗତଃ ସେଠୀଙ୍କ ସୁପୁତ୍ର ସୁରଜ୍ ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିବେ । ଗଣତନ୍ତ୍ରରେ ଜନତା ମାଲିକ, କେହି ଅପରାଜୟ ନୁହେଁ । କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର ୮ବର୍ଷ ଶାସନ ପୂରଣ କରିଥିବାବେଳେ ରାଜ୍ୟରେ ଅପାରଗ ୨୩ବର୍ଷର ବିଜେଡି ସରକାର ଶାସନ କରୁଛି । କିନ୍ତୁ ବିଜୁ ଜନତା ଦଳ ଶାସନରେ ରହି ରାଜ୍ୟରେ ସଫଳତା ଆଣିବାରେ ବିଫଳ ସାବ୍ୟସ୍ତ ହେବା ସହ କେନ୍ଦ୍ରର ଯୋଜନାକୁ ନିଜ ଯୋଜନା ବୋଲି ଡିଣ୍ଡିମ ପିଟୁଛି । ୮ବର୍ଷର ମୋଦି ସରକାରରେ ମୋଦିଜୀ ପ୍ରତ୍ୟେକ ଘରେ ପାନୀୟ ଜଳ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଜନସାଧାରଣଙ୍କୁ ସ୍ୱଚ୍ଛଳ କରାଇଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ରାଜ୍ୟ ସଭାପତି ଆଜି ଧାମନଗର ନିର୍ବାଚନ ମଣ୍ଡଳୀର ଅସୁରାଇ, ଧୁସୁରୀ, ପଧାନୀ, ଧାମନଗର ଏନଏସି, ଚୁଡାକୋଟି, ବୋଡକା ଓ ଗୁଆମାଳରେ ବୁଲି ଦଳୀୟ କାର୍ଯ୍ୟକର୍ତାଙ୍କ ସହ ସାଂଗଠନିକ ଏବଂ ସାଧାରଣ ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ଆଗାମୀ ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି ଯେପରି ବିଜୟୀ ହେବ ଓ କେନ୍ଦ୍ରର ଯୋଜନା ସାଧାରଣ ଲୋକେ ପାଇ ସ୍ୱଚ୍ଛଳ ହେବେ ଏହାର ସ୍ଥିତି ମଧ୍ୟ ପରଖିଛନ୍ତି ଶ୍ରୀ ମହାନ୍ତି ।

ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରାଜ୍ୟ ସଂପାଦକ ତଥା ଜିଲ୍ଲା ପ୍ରଭାରୀ କାଳନ୍ଦୀ ସାମଲ ଓ ଭଦ୍ରକ ଲୋକସଭା ପ୍ରାର୍ଥୀ ତଥା ରାଜ୍ୟ ସଂପାଦକ ଅଭିମନୁ୍ୟ ସେଠୀ, ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରି ନାରାୟଣ ଧଳ ପ୍ରମୁଖ ଉପସ୍ଥିତ ଥିଲେ ।

 

Nalco
Leave A Reply