Odisha news

ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୈପଦୀ ମୁର୍ମୁଙ୍କ ନାମ ଘୋଷଣା ଓଡିଆ ଜାତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସର୍ବଶ୍ରେଷ୍ଠ ପୁରସ୍କାର : ସମୀର ମହାନ୍ତି

0

 ନିଜ ନିଷ୍ଠା ଓ ଧର୍ଯ୍ୟ ବଳରେ କାଉନସିଲରରୁ ରାଷ୍ଟ୍ରପତି ହେବାକୁ ଯାଉଥିବା ଶ୍ରୀମତୀ ଦୈ୍ରାପଦୀ ମୁର୍ମୁଙ୍କ ଜୀବନ ଏବଂ କାର୍ଯ୍ୟଶୈଳୀ ଆମ ସମସ୍ତଙ୍କୁ ପ୍ରଭାବିତ କରିଛି
 ସାଧାରଣ ପରିବାରରେ ଜନ୍ମିତ ଆଦିବାସୀ ମହିିଳାଙ୍କୁ ସର୍ବୋଚ୍ଚ ସମ୍ବିଧାନିକ ପଦବୀ ପାଇଁ ମନୋନୀତ କରିଥିବାରୁ ପ୍ରଧାନମନ୍ତ୍ରୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ରାଜ୍ୟବାସୀଙ୍କ ତରଫରୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି
ଭୁବନେଶ୍ୱର, ତା.୨୨/୦୬: ସ୍ୱାଧୀନତାର ୭୫ ବର୍ଷ ପୁର୍ତି ଅବସରରେ ଦେଶବ୍ୟାପୀ ଅମୃତ ମହୋତ୍ସବ ପାଳନ ଏବଂ ଅନ୍ୟ ପଟେ ୮ମ ଆନ୍ତର୍ଜାତିକ ଯୋଗ ଦିବସ ପାଳନରେ କେବଳ ଗତ କାଲିର ଖୁସି ସୀମିତ ହୋଇ ରହିଯାଇନଥିଲା । ଓଡିଶା ଏବଂ ଓଡିଆଙ୍କୁ ସମ୍ମାନିତ କରିବାକୁ ଯାଇ ଗତ କାଲିର ମୋଦି ସରକାରଙ୍କ ଐତିହାସିକ ନିଷ୍ପତି ଆମ ସମସ୍ତଙ୍କ ଖୁସିକୁ ଦ୍ୱିଗୁଣିତ କରିଦେଇଛି । ବିଜେପି ନେତୃତ୍ୱରେ ଏନଡିଏ ପକ୍ଷରୁ ଗତକାଲି ସର୍ବସମ୍ମତିକ୍ରମେ ଶ୍ରୀମତୀ ଦ୍ରୈ÷ାପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମ ଘୋଷଣା କରାଯାଇଛି । ପ୍ରଥମ ଥର ପାଇଁ ସମ୍ବିଧାନର ସର୍ବୋଚ୍ଚ ପଦବୀ ସକାଶେ ଜଣେ ଜନଜାତି ବର୍ଗର ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଓଡିଶା ରାଜ୍ୟରୁ ମନୋନୟନ କରିଛନ୍ତି ମୋଦି ସରକାର । ଅମୃତ କାଳଖଣ୍ଡରେ ଓଡିଆ ଜାତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହା ସର୍ବଶ୍ରେଷ୍ଠ ପୁରସ୍କାର ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ଜୀବନ ସଂଗ୍ରାମରେ ବହୁ ଝଡଝଞ୍ଜାକୁ ପ୍ରତିହିତ କରି ଶ୍ରୀମତୀ ମୁର୍ମୁ ଜୀବନ ପରିକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି । ନିଜ ନିଷ୍ଠା ଓ ଧର୍ଯ୍ୟ ବଳରେ କାଉନସିଲରରୁ ରାଜନୈତିକ ଜୀବନ ଆରମ୍ଭ କରି ରାଷ୍ଟ୍ରପତି ହେବାକୁ ଯାଉଥିବା ଶ୍ରୀମତୀ ଦୈ୍ରାପଦୀ ମୁର୍ମୁଙ୍କ ଜୀବନ ଏବଂ କାର୍ଯ୍ୟଶୈଳୀ ଆମ ସମସ୍ତଙ୍କୁ ପ୍ରଭାବିତ କରିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ‘ଅନ୍ତ୍ୟୋଦୟ’କୁ ମୁଳମନ୍ତ୍ର ଭାବେ ଆଧାର କରି ସମାଜର ଅନ୍ତିମ ଧାଡିରେ ବାସ କରୁଥିବା ଲୋକମାନଙ୍କ ପାଇଁ ନିରନ୍ତର କାର୍ଯ୍ୟ କରି ଆସୁଛନ୍ତି । ସେହିପରି ଦେଶ ବିକାଶର ଦୈାଡରେ ପଛରେ ରହିଯାଇଥିବା ପୂର୍ବ ଭାରତର ବିକାଶକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିଆସୁଛନ୍ତି । ଆଜି ଏହା ବାସ୍ତବରେ ରୁପାନ୍ତରିତ ହେବା ସହ ପୂର୍ବ ଭାରତର ପୂର୍ବଦ୍ୟୋୟ ଓଡିଶାରୁ ହୋଇଛି ଏବଂ ବିକାଶ ମଧ୍ୟ ଅନ୍ତିମ ଧାଡିରେ ଯାଇ ପହଂଚିଛି । ଅତୀତରେ ସର୍ବଦା ପଛୁଆ, ଉପେକ୍ଷିତ ଓ ଅବହେଳିତ ରାଜ୍ୟ ଭାବେ ପରିଗଣିତ ହେଉଥିବା ଓଡିଶା ରାଜ୍ୟ ଆଜି ମୋଦି ସରକାରଙ୍କ ଗତ ୮ ବର୍ଷର ଶାସନ କାଳରେ ବିକାଶ ଏବଂ ସମ୍ମାନ କ୍ଷେତ୍ରରେ ବହୁ ଆଗକୁ ଆସିପାରିଛି । ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓଡିଶାବାସିଙ୍କ ପଛରେ ଚଟ୍ଟାଣ ଭଳି ଛିଡା ହୋଇଛନ୍ତି । ଓଡିଶା ଏବଂ ଓଡିଆଙ୍କୁ ଭଲ ପାଉଥିବା ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସବୁବେଳେ ଓଡିଶା ଓ ଓଡିଆଙ୍କୁ ବିଶେଷ ସମ୍ମାନ ଦେଇ ଆସୁଛନ୍ତି । ମୋଦି ଶାସନରେ ଓଡିଆଙ୍କୁ ସମ୍ମାନ ମିଳିଛି । ଗୋଟିଏ ସାଧାରଣ ପରିବାରରେ ଜନ୍ମିତ ଆଦିବାସୀ ଅଧ୍ୟୁଷିତ ମୟୁରଭଂଜ ଜିଲ୍ଲାର ଜଣେ ମହିିଳାଙ୍କୁ ସର୍ବୋଚ୍ଚ ସମ୍ବିଧାନିକ ପଦବୀ ପାଇଁ ମନୋନୀତ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡାଙ୍କୁ ସମଗ୍ର ରାଜ୍ୟବାସୀଙ୍କ ତରଫରୁ ଶ୍ରୀ ମହାନ୍ତି ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ଗତ ୮ ବର୍ଷର ମୋଦି ସରକାର ଓଡିଶା ଏବଂ ଓଡିଆଙ୍କୁ ବିଭିନ୍ନ କ୍ଷେତ୍ରରେ ସମ୍ମାନିତ କରିଛନ୍ତି । ନିଜ ମନ୍ତ୍ରୀମଣ୍ଡଳଠାରୁ ଆରମ୍ଭ କରି ରାଜ୍ୟପାଳ, ସିଏଜି, ଆରବିଆଇ ଗଭର୍ଣ୍ଣର, ଆଇଏମଡି ମହାନିଦେ୍ଦର୍ଶକ, ଏନଡିଆରଏଫ ମହାନିଦେ୍ର୍ଦଶକ, ସେନା ଉପମୁଖ୍ୟ ଭଳି ଆଦି ଗୁରତ୍ୱପୂର୍ଣ୍ଣ ପଦପଦବୀରେ ଓଡିଆଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି । ସେହିପରି ପଦ୍ମ ପୁରସ୍କାରଠାରୁ ଆରମ୍ଭ କରି ସାହିତ୍ୟ, କଳା, ଐତିହ୍ୟ, ସଂସ୍କୃତି କ୍ଷେତ୍ରରେ ମଧ୍ୟ ଓଡିଆଙ୍କୁ ସମ୍ମାନିତ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟା କାରଣରୁ ପାଇକ ବିଦ୍ରୋହକୁ ମାନ୍ୟତା ଦେବା ସହ ୨୦୧୭ ମସିହାରେ ଓଡିଶା ଗସ୍ତରେ ଆସିଥିବାବେଳେ ପାଇକ ବଂଶଜଙ୍କୁ ରାଜଭବନଠାରେ ସମ୍ମାନିତ କରିଥିଲେ । ମୋଦି ସରକାର ସଦାସର୍ବଦା ଓଡିଆଙ୍କ କାର୍ଯ୍ୟ ଦକ୍ଷତାକୁ ବିଶ୍ୱସ୍ତରରେ ପରିଚିତ କରାଇଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ଅବସରରେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ଉପ ସଭାନେତ୍ରୀ ଅନୀତା ଶୁଭଦର୍ଶିନୀ, ରାଜ୍ୟ ସାଧାରଣ ସଂପାଦକ ରବି ନାଏକ, ଗୋଲକ ମହାପାତ୍ର ଓ ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ବିରଂଚି ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply