Odisha news

ଚଳିତ ସମବାୟ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ : ବିଜେପି

0

 ସମବାୟ ନିର୍ବାଚନ ଏକ ପ୍ରହସନରେ ପରିଣତ ହୋଇଛି
 ଋଣ ଖିଲାପକାରୀ ଚାଷୀ ବିଜେଡି ସମର୍ଥôତ ହୋଇଥିଲେ ମଧ୍ୟ ନିର୍ବାଚନ ଆଇନ ଉଲଘଂନ କରି ନିର୍ବାଚନ ଲଢ଼ିବାର ସୁଯୋଗ ଦିଆଯାଇଅଛି
 ଚଳିତ ସମବାୟ ନିର୍ବାଚନ ପ୍ରାର୍ଥôପତ୍ରରେ ବ୍ୟାପକ ଅଶୁଦ୍ଧି ପରିଲକ୍ଷିତ ହେଉଛି
ଭୁବନେଶ୍ୱର, ତା.୦୯/୦୬ : ରାଜ୍ୟର ସମବାୟ ବ୍ୟବସ୍ଥାକୁ ସଂପୂର୍ଣ୍ଣ ଭାବେ ଧ୍ୱସ୍ତ ବିଧ୍ୱସ୍ତ କରାଯାଇଛି । ପଂଚାୟତ ଓ ପୈାର ନିର୍ବାଚନ ଭଳି ସମବାୟ ନିର୍ବାଚନକୁ ମଧ୍ୟ ଚଂଚକତା କରି ହାତେଇବାର ହୀନ ପ୍ରୟାସ କରିବା ଦ୍ୱାରା ସମବାୟ ବ୍ୟବସ୍ଥା ସଂପୂର୍ଣ୍ଣ ଧୁଳିସାତ ହେବାକୁ ଯାଉଛି । ସମବାୟ ନିର୍ବାଚନ କେବଳ ଗରୀବ ଚାଷୀମାନଙ୍କ ପାଇଁ ଉଦ୍ଦିଷ୍ଟ ଏବଂ ଚାଷୀମାନେ ନିଜ ନିଜ ଗଣତାନ୍ତ୍ରୀକ ମତଦାନ ସାବ୍ୟସ୍ତ କରି ନିଜ ନିଜ ଅଂଚଳରେ ଲ୍ୟାମ୍ପ୍ସ କିମ୍ବା ପ୍ୟାକ୍ସ ରେ ଏକ ପରିଚାଳନା କମିଟି ଗଠନ କରନ୍ତି । ଚଳିତ ସମବାୟ ନିର୍ବାଚନରେ ପ୍ରାଥମିକ ସ୍ତରରେ ହେଉଥିବା ଲ୍ୟାମ୍ପ୍ସ ଓ ପ୍ୟାକ୍ସ ନିର୍ବାଚନରେ ଶାସକ ବିଜେଡି ସରକାରୀ କର୍ମଚାରୀଙ୍କ ସହାୟତାରେ ନିର୍ବାଚନକୁ ସଂପୂର୍ଣ୍ଣ ଭାବେ ପ୍ରଭାବିତ କରିବା ସହିତ ଚାଷୀମାନଙ୍କୁ ଧୋକା ଦେଉଛି । ଏପରିକି ସାଧାରଣ ଚାଷୀଟି ସମବାୟ ନିର୍ବାଚନରେ ଭୋଟଦାନରୁ ବଂଚିତ ହେବାକୁ ଯାଉଛି । ଫଳରେ ଆସନ୍ତା ସମବାୟ ନିର୍ବାଚନ ଏକ ପ୍ରହସନରେ ପରିଣତ ହେବାକୁ ଯାଉଛି ବୋଲି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତ୍ରୀ ଶ୍ରୀମତୀ ସୁରମା ପାଢୀ କହିଛନ୍ତି ।

ପ୍ରଥମତଃ, ସମବାୟ ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ପଦାଧିକାରୀମାନଙ୍କ ସମବାୟ ବ୍ୟବସ୍ଥା ଉପରେ ସଂପୂର୍ଣ୍ଣ ଜ୍ଞାନ ନାହିଁ । ରାଜ୍ୟ ସରକାରଙ୍କ ଅଧିନସ୍ଥ ପଂଚାୟତରାଜ ବିଭାଗରେ କାର୍ଯ୍ୟରତ ପିଇଓ, ଭିଏଲ୍ଡବ୍ଲୁ୍ୟ ଭଳି ସରକାରୀ କର୍ମଚାରୀମାନଙ୍କୁ ନିର୍ବାଚନ ଅଧିକାରୀ କରାଇବା ପରେ ଚାପ ପ୍ରୟୋଗ କରି ଶତ ପ୍ରତିଶତ ନିର୍ବାଚନ ଜିତିବା ଲକ୍ଷ୍ୟରେ ଶାସକ ବିଜେଡି ରହିଛି । ବିଗତ ତିନି ବର୍ଷରେ ନିଯୁକ୍ତ ଆଡମିନିଷ୍ଟ୍ରେଟରମାନେ ସଭ୍ୟ ସଂଗ୍ରହ, ଡିପୋଜିଟ ମୋବିଲାଇଜେସନ ନକରି ସଂଗୃହୀତ ଅର୍ଥ ପରିମାଣର ରସିଦ ନଦେଇ, ବ୍ୟାଂକ ଖାତା ଚାଷୀଙ୍କୁ ହସ୍ତାନ୍ତର ନକରି ସୋସାଇଟିରେ ବିଶୃଙ୍ଖଳା ସୃଷ୍ଟି କରିଛନ୍ତି । ଯାହାକି ଭୋଟର ତାଲିକାରୁ ସ୍ପଷ୍ଟ ଭାବେ ଜଣାପଡୁଛି । ଲ୍ୟାମ୍ପ୍ସ ଓ ପ୍ୟାକ୍ସ ଗୁଡିକର ଭୋଟର ତାଲିକାକୁ ଚଂଚକତା ସହ ପ୍ରସ୍ତୁତି କରାଯାଇଛି ଏବଂ ଏହା ଦ୍ୱାରା ସାଧାରଣ ଚାଷୀଟି ଭୋଟଦାନରୁ ବଂଚିତ ରହିବ । ସେହିପରି ଭୋଟର କ୍ରମାଙ୍କ ଆଧାରରେ ପ୍ରସ୍ତୁତ ଭୋଟର ତାଲିକାକୁ ନେଇ କରାଯାଇଥିବା ୧୫ଟି ଜୋନମାନଙ୍କରେ ଯୋଗ୍ୟ ଭୋଟର ତାଲିକାରେ ଅସନ୍ତୁଳନ ଦେଖାଦେଉଛି । ପୁଣି ଅନେକ ଯୋଗ୍ୟ ଅର୍ଥାତ ଅଂଶଧନ, ୫୦୦ ବା ୧୦୦ ଟଙ୍କା ଡିପୋଜିଟ ରଖିଥିବା ଚାଷୀଙ୍କ ନାମ ଯୋଗ୍ୟ ଭୋଟର ଭାବେ ନଥିବାବେଳେ ଏ ସଂକ୍ରାନ୍ତରେ ଅଭିଯୋଗକୁ ଗ୍ରହଣ କରାଯାଉନାହିଁ । ଋଣ ଖିଲାପକାରୀ ନିର୍ବାଚନ ଲଢି ପାରିବେ ନାହିଁ ବୋଲି ଆଇନ ଥିବା ସତ୍ୱେ ଶାସକ ବିଜେଡି ସମର୍ଥିତ ଋଣ ଖିଲାପକାରୀଙ୍କୁ ସୁଯୋଗ ଦିଆଯାଉଛି । ସମବାୟ ଅଧିନିୟମ ୨୮/୨ / (ପି) ମୁତାବକ ୧୯୯୫ ମସିହା ୧ ତାରିଖ ପରେ ତୃତୀୟ ସନ୍ତାନ ଲାଭ କରିଥିବା ଦଂପତି ଲଢିବା ବା ପ୍ରସ୍ତାବକ ଓ ସମର୍ଥକ ନହୋଇପାରିବା ଭଳି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି ବୋଲି ଶ୍ରୀମତୀ ପାଢୀ କହିଛନ୍ତି ।

ବିଶେଷକରି ବିଜେଡି ସମର୍ଥôତ ଚାଷୀ ଋଣ ଖିଲାପକାରୀ ହୋଇଥିଲେ ମଧ୍ୟ ନିର୍ବାଚନ ଆଇନ ଉଲଘଂନ କରି ନିର୍ବାଚନ ଲଢ଼ିବାର ସୁଯୋଗ ଦିଆଯାଇଅଛି । ଏସମ୍ବଦ୍ଧରେ ପଚାରିଲେ ନିର୍ବାଚନ ଅଧିକାରୀ ଆପତି ଅଭିଯୋଗ ଗ୍ରହଣ ନକରି କୌଣସି ଆପତି ଆସିଲା ନାହିଁ ବୋଲି ଉତର ଦେଉଛନ୍ତି । ସମବାୟ ଅଧିନିୟମ ଏସ୍ଇସି ୨୮/୨(ପି)ରେ ଥିବା ନିୟମ ମୁତାବକ ୧ଜାନୁୟାରୀ ୧୯୯୫ପରେ ତୃତୀୟ ସନ୍ତାନ ଲାଭ କରିଥିବା ଦମ୍ପତି ନିର୍ବାଚନ ଲଢ଼ିବା ବା ପ୍ରସ୍ତାବକ ସମର୍ଥକ ହୋଇନପାରିବା ଭଳି ନିୟମ ଖୋଲା ଉଲଘଂନ ହେବା ଦେଖାଦେଉଛି । ଅନେକ ପ୍ରାଥମିକ ସମବାୟ ସମିତିରେ ଶାସକ ଦଳକୁ ନିର୍ବାଚିତ କରିବା ପାଇଁ ଅନ୍ୟ ସମସ୍ତଙ୍କ ପ୍ରାର୍ଥୀପତ୍ରକୁ ବିଭିନ୍ନ ମିଥ୍ୟା ଆଳ ଦେଖାଇ ପ୍ରାର୍ଥôପତ୍ରକୁ ନାକଚ କରି ସୋସାଇଟମାନଙ୍କୁ ଅପ୍ରତିଦ୍ୱନ୍ଦ୍ୱି ନିର୍ବାଚିତ ଘୋଷଣା କରାଯାଉଛି ବୋଲି ବିଜେପି ସମବାୟ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ଶ୍ରୀ ପବିତ୍ର ଦାଶ କହିଛନ୍ତି ।

ଶାସକ ବିଜେଡି ନେତା ଓ ମନ୍ତ୍ରୀମାନଙ୍କ ପ୍ରରୋଚନାରେ ନିର୍ବାଚନ ଅଧିକାରୀ ଦାୟୀତ୍ୱରେ ଥିବା ସରକାରୀ କର୍ମଚାରୀମାନେ ପ୍ରତ୍ୟକ୍ଷ ଭାବେ ବିଜଡେି ସମର୍ଥିତ ପ୍ରାର୍ଥୀମାନଙ୍କୁ ସହାୟତା କରିବା ଦ୍ୱାରା ସାଧାରଣ ପ୍ରାର୍ଥୀଟିଏ ନାମାଙ୍କନ କରିବାରେ ବିଫଳ ହେଉଛନ୍ତି । ସୋସାଇଟିର ଋଣ ଖିଲାପକାରୀ ଶାସକ ବିଜେଡି ସମର୍ଥିତ ପ୍ରାର୍ଥୀପତ୍ରକୁ ନାକଚ କରାନଯିବା ସମବାୟ ନିର୍ବାଚନ ନିୟମକୁ ଉଲ୍ଲଂଘନ କରୁଛି । ସର୍ବପରି ସ୍ଥାନୀୟ ନିର୍ବାଚନ ଅଧିକାରୀ, ଜିଲ୍ଲା ନିର୍ବାଚନ ଅଧିକାରୀ କିମ୍ବା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାବି ଯେ, ଯେଉଁ ସମସ୍ତ ସୋସାଇଟର ଅଦ୍ୟାବଧି ଅଭିଯୋଗ ମେଲ ଜରିଆରେ ବା ଦରଖାସ୍ତ ଆଧାରରେ ପାଇଛନ୍ତି ତାର ପୁନଃ ନିର୍ବାଚନ ତାରିଖ ଘୋଷଣା କରାଯାଉ । ଅନ୍ୟ ଯେଉଁ ସ୍ଥାନରେ ନିର୍ବାଚନ ହେବାକୁ ଅଛି ଆଇନତ ସଠିକଭାବେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚନ କରାନ୍ତୁ ରାଜ୍ୟ ସରକାର ବୋଲି ଶ୍ରୀ ଦାଶ ଦାବୀ କରିଛନ୍ତି ।
ନିର୍ବାଚନରେ ପ୍ରାର୍ଥôୀ ନାମାଙ୍କନ ପତ୍ର ଶୁଦ୍ଧ ଓ ସଠିକ ହେବାକୁ ଥିବାବେଳେ ଚଳିତ ସମବାୟ ନିର୍ବାଚନରେ ଏହି ପ୍ରାର୍ଥôପତ୍ରରେ ବ୍ୟାପକ ଅଶୁଦ୍ଧି ପରିଲକ୍ଷିତ ହେଉଛି । ମନୋନୟନ ପତ୍ରରେ କେବଳ ସମର୍ଥକ ଓ ପ୍ରସ୍ତାବକଙ୍କ ନାମ ଦର୍ଶାଇବା ପାଇଁ ସ୍ଥାନ ଥିବାବେଳେ ତାଙ୍କ ଦସ୍ତଖତ ପାଇଁ ସ୍ଥାନ ନାହିଁ । ଯାହାର ଆଧାରରେ ନିର୍ବାଚନ ଅଧିକାରୀ ସ୍ଥଳ ବିଶେଷରେ ବିଜୁ ଜନତା ଦଳର ପ୍ରାର୍ଥୀମାନଙ୍କର ପ୍ରାର୍ଥୀପତ୍ର କାୟାମ ରଖିବାବେଳେ ବିରୋଧିମାନଙ୍କ ନାମାଙ୍କନ ନାକଚ କରିଚାଲିଛନ୍ତି । ଏହା ଏକ ସଂପୂର୍ଣ୍ଣ ଅସାମ୍ବିଧାନିକ ବ୍ୟବସ୍ଥା ହୋଇଥିବାରୁ ଏହାକୁ ଅସିଦ୍ଧ ଘୋଷଣା କରିବାକୁ ଶ୍ରୀ ଦାସ କହିଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦୁଝର ଜିଲ୍ଲା ସଂଯୋଜକ ଅଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Nalco
Leave A Reply