ଠାକୁରମୁଣ୍ଡା ତା ୨୫/୦୪ : ଭାରତୀୟ ଜନତା ପାର୍ଟି ପଶ୍ଚିମ ମୟୁରଭଞ୍ଜ ସାଙ୍ଗଠନିକ ଜିଲ୍ଲା ଠାକୁରମୁଣ୍ଡା ଓ ମହୁଲଡ଼ିହା ଶରତ ମଣ୍ଡଳ ର କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ରବିବାର ଦିନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ଠାକୁରମୁଣ୍ଡା ପ୍ରମିଳା ହୋଟେଲ ସଭାକକ୍ଷ ରେ ଅନୁଷ୍ଠିତ ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଶୁତୋଷ ପରିଡା,ରାମଚନ୍ଦ୍ର ସାହୁ ଯୋଗ ଦେଇଥିଲେ।ଏଥି ସହିତ ଠାକୁରମୁଣ୍ଡା ଓ ମହୁଲ ଡ଼ିହା ମଣ୍ଡଳ ସଭାପତି ରଣଜିତ ବେହେରା,ଜଗଦୀଶ ମହାନ୍ତ ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ୍ମଚରଣ ହାଇବୁରୁ,ଜିଲ୍ଲା ସମ୍ପାଦକ ବିମଳ କୁମାର ସେନାପତି,ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ରଞ୍ଜନ ମହାନ୍ତ,ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ଯୋଗେନ୍ଦ୍ରନାଥ ମହାନ୍ତ,ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବିଛେନ୍ଦ୍ର ବେହେରା,ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ତଥା ବ୍ଲକ ଉପାଧକ୍ଷ ସନ୍ତୋଷ କୁମାର ମହାନ୍ତ,ମଣ୍ଡଳ ଆଦିବାସୀ ମୋର୍ଚ୍ଚା ସଭାପତି ତଥା ହାତୀଗୋଡା ସମିତି ସଭ୍ୟ ପ୍ରତାପ ଚନ୍ଦ୍ର ନାଏକ,ପୋଡ଼ିଆବେଡା ସମିତି ସଭ୍ୟ ପ୍ରମୋଦ ନାଏକ ,ଜିଲ୍ଲା ପରିଷଦ ପ୍ରାଥିନି ରଂଜିତା ଗିରି ଯୋଗ ଦେଇଥିଲେ।ବୈଠକରେ ମଣ୍ଡଳ କାର୍ଯ୍ୟକର୍ତ୍ତା ଙ୍କ ସମେତ ନିର୍ବାଚନ ରେ ଦାଇତ୍ୱ ନେଇ କାର୍ଯ୍ୟ କରିଥିବା କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ।ବୈଠକରେ ଗ୍ରାମପଞ୍ଚାୟତ ନିର୍ବାଚନ ରେ ଦଳ ର ପରାଜୟ ର କାରଣ ଖୋଜା ଯାଇ ଆଗାମୀ ଦିନରେ ଦଳୀୟ ସଙ୍ଗଠନ କୁ କିପରି ସୁଦୃଢ କରାଯିବ ସେ ସମ୍ପର୍କରେ ଦଳୀୟ କର୍ମକର୍ତ୍ତା ମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରଯାଇଥିଲା।