ସରକାରୀ ଓକିଲ କରାଇଦେବା ପ୍ରଲଭୋନ ଦେଖାଇ ମୋହନ ଲାଲ ଶର୍ମାଙ୍କୁ ଏ କେସ୍ ଲଢ଼ିବା ପାଇଁ ପ୍ରତାପ ଦେବ ଓ ଦିବ୍ୟଶଙ୍କର ମିଶ୍ର ପ୍ରବର୍ତ୍ତାଇଛନ୍ତି ବୋଲି ଲୋକମାନେ କହୁଛନ୍ତି
ଗତ ୫ ବର୍ଷରେ ଆମ ରାଜ୍ୟରେ କେତେ ଶିଶୁ ନିଖୋଜ ଏବଂ ଅପହରଣ ହୋଇଛି ? ବିଧାନସଭାରେ ଏକ ପ୍ରଶ୍ନ ପଚାରିଥିଲି । ତାହାର ଉତ୍ତରରେ ରାଜ୍ୟ ସରକାର କହିଛନ୍ତି ତଥ୍ୟ ସଂଗ୍ରହ କରାଯାଉଛି
ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ ବିଜେଡ଼ି ଗଳାବାଟ ଖୋଜୁଛି
ଜନମାନସରୁ ବଞ୍ଚିବା ପାଇଁ ନୂଆ ନୂଆ କାହାଣୀ ରଚନା ରଚୁଛି ବିଜେଡ଼ି
୨୦୧୯ ନିର୍ବାଚନରେ ପ୍ରତାପ ଦେବ ଓ ଦିବ୍ୟଶଙ୍କର ମିଶ୍ର ମୋହନ ଲାଲ ଶର୍ମାଙ୍କୁ ବିଜେଡ଼ି ଟିକେଟ୍ ଦେବା ପାଇଁ ଚେଷ୍ଟା କରୁଥିଲେ ଏବଂ ଗୋବିନ୍ଦ ସାହୁ ଏହାର ମଧ୍ୟସ୍ଥି ସାଜିଥିଲେ
ବିଜେଡ଼ି ମମିତାକୁ ନ୍ୟାୟ ଦେବା ବଦଳରେ ପର ମୁଣ୍ଡରେ ଅଠା ବୋଳି ନିଜ ନେତାଙ୍କୁ ବଞ୍ଚାଇବାର ଅପଚେଷ୍ଟା କରୁଛନ୍ତି ପ୍ରତାପ ଦେବ ଏବଂ ମୁଖ୍ୟମନ୍ତ୍ରୀ
ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବଞ୍ଚାଇବା ପାଇଁ ଦଳ ଏବଂ ସରକାରୀ ବଳ ସବୁପକାର ଅପଚେଷ୍ଟା ଓ ଷଡଯନ୍ତ୍ର କରୁଛନ୍ତି
ପୂର୍ବରୁ ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କ ସହ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଫଟୋ ଲୋକଲୋଚନକୁ ଆସିଥିଲା
ସେହି ଦିନ ଆମ ପାଖରେ ଯେଉଁ ସୂଚନା ରହିଛି ଗୋବିନ୍ଦ ସାହୁ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବା ବେଳେ ପ୍ରତାପ ଦେବ ମଧ୍ୟ ଉପସ୍ଥିତ ଥିଲେ
ଭୁବନେଶ୍ୱର, ଡ଼ିସେମ୍ବର ୦୭ – ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମେତ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ ବିଜେଡ଼ି ଗଳାବାଟ ଦେଖୁଥିବା ବେଳେ ଜନମାନସରୁ ବଞ୍ଚିବା ପାଇଁ ନୂଆ ନୂଆ କାହାଣୀ ରଚନା କରୁଛନ୍ତି । ଏହି କ୍ରମରେ ଆଜି ବିଜେଡ଼ି ନେତା ପ୍ରତାପ ଦେବଙ୍କ ବକ୍ତବ୍ୟ ମମିତା ମେହେର ମାମଲାରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆଖୁବାଡ଼ି ଘଟଣାର ଆଉ ଏକ ସଂସ୍କରଣର ଉନ୍ମୋଚନ କରିଛନ୍ତି ବୋଲି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି ।
ଶ୍ରୀ ମହାଲିଙ୍ଗ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ମୋହନ ଲାଲ ଶର୍ମା ଆମ ଦଳରେ କୌଣସି ପଦ ପଦବୀରେ ନାହାନ୍ତି ଏବଂ ପ୍ରତାପ ଦେବଙ୍କ ମନ୍ତବ୍ୟକୁ ବିଜେପି ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରୁଛି । ପ୍ରକୃତିରେ ସରକାରୀ ଓକିଲ କରାଇଦେବା ପ୍ରଲଭୋନ ଦେଖାଇ ମୋହନ ଲାଲ ଶର୍ମାଙ୍କୁ ଏ କେସ୍ ଲଢ଼ିବା ପାଇଁ ପ୍ରତାପ ଦେବ ଓ ଦିବ୍ୟଶଙ୍କର ମିଶ୍ର ପ୍ରବର୍ତ୍ତାଇଛନ୍ତି ବୋଲି ଲୋକମାନେ କହୁଛନ୍ତି । ପ୍ରତାପ ଦେବ ଓ ଦିବ୍ୟଶଙ୍କର ମିଶ୍ରଙ୍କ ସହିତ ମୋହନ ଲାଲ ଶର୍ମାଙ୍କ ପୁରୁଣା ସମ୍ପର୍କ । କାଳେ ଏହି କଥା ଉନ୍ମୋଚନ ହୋଇଯିବ ସେଥିପାଇଁ ନିଜ ଆଡ଼ୁ ନିଜେ ସଫେଇ ଦେଲେ ପ୍ରତାପ ଦେବ । ପ୍ରତାପ ଦେବ ଓ ଦିବ୍ୟଶଙ୍କର ମିଶ୍ର ମୋହନ ଲାଲ ଶର୍ମାଙ୍କୁ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡ଼ି ଟିକେଟ୍ ଦେବା ପାଇଁ ଚେଷ୍ଟା କରୁଥିଲେ ଏବଂ ଗୋବିନ୍ଦ ସାହୁ ଏହାର ମଧ୍ୟସ୍ଥି ସାଜିଥିଲେ । ଗୋବିନ୍ଦ ସାହୁଙ୍କୁ ବଞ୍ଚାଇବା ପାଇଁ ଦିବ୍ୟଶଙ୍କର ମିଶ୍ର ଏବଂ ଦିବ୍ୟଶଙ୍କରଙ୍କୁ ବଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ଚେଷ୍ଟା କରୁଥିବା ବେଳେ ପ୍ରତାପ ଦେବ ଏହାର ମୁଖ୍ୟ ଅସ୍ତ୍ର ସାଜିଛନ୍ତି ।
ମମିତା ମେହେର ମାମଲାରେ ବିଜେଡ଼ିର ପଦକ୍ଷେପ ଓ ପ୍ରତାପ ଦେବଙ୍କ ବକ୍ତବ୍ୟ ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି । ରାଜ୍ୟବାସୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବୀ କରୁଥିବା ବେଳେ ବିଜେଡ଼ି ବିଚଳିତ ହୋଇ ମୁକୁଳିବା ପାଇଁ ବାଟ ଖୋଜୁଛି । ମମିତା ମେହେର ମାମଲାରେ ସିବିଆଇ ତଦନ୍ତ, ସମ୍ପୃକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବୀ ତଥା ମମିତାକୁ ନ୍ୟାୟ ନମିଳିବା ପର୍ୟ୍ୟନ୍ତ ବିଜେପି ଆନ୍ଦୋଳନ ଜାରୀ ରଖିଛି ଏବଂ ଆଗକୁ ରଖିବ ।
ବିଜେଡ଼ି ମମିତାକୁ ନ୍ୟାୟ ଦେବା ବଦଳରେ ପର ମୁଣ୍ଡରେ ଅଠା ବୋଳି ନିଜ ନେତାଙ୍କୁ ବଞ୍ଚାଇବାର ଅପଚେଷ୍ଟା କରୁଛନ୍ତି ପ୍ରତାପ ଦେବ ଏବଂ ମୁଖ୍ୟମନ୍ତ୍ରୀ । ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବଞ୍ଚାଇବା ପାଇଁ ଦଳ ଏବଂ ସରକାରୀ ବଳ ସବୁପକାର ଅପଚେଷ୍ଟା ଓ ଷଡଯନ୍ତ୍ର କରୁଛନ୍ତି । ପୂର୍ବରୁ ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କ ସହ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଫଟୋ ଲୋକଲୋଚନକୁ ଆସିଥିଲା ଏବଂ ସେହି ଦିନ ଆମ ପାଖରେ ଯେଉଁ ସୂଚନା ରହିଛି ଗୋବିନ୍ଦ ସାହୁ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବା ବେଳେ ପ୍ରତାପ ଦେବ ମଧ୍ୟ ଉପସ୍ଥିତ ଥିଲେ ।
ହୀନ ରାଜନୀତି କିଏ କରୁଛି ? ପରୀ ମାମଲା, ମାହାଙ୍ଗା ଡବଲ ମର୍ଡର ଓ ମମିତା ପ୍ରସଙ୍ଗରେ ବିଜେଡ଼ି ହୀନ ରାଜନୀତି କରୁଛି । ଗତ ୫ ବର୍ଷରେ ଆମ ରାଜ୍ୟରେ କେତେ ଶିଶୁ ନିଖୋଜ ଏବଂ ଅପହରଣ ହୋଇଛି ? ବିଧାନସଭାରେ ଏକ ପ୍ରଶ୍ନ ପଚାରିଥିଲି । ତାହାର ଉତ୍ତରରେ ରାଜ୍ୟ ସରକାର କହିଛନ୍ତି ତଥ୍ୟ ସଂଗ୍ରହ କରାଯାଉଛି । ରାଜ୍ୟ ସରକାର ଶିଶୁ ଓ ମହିଳାଙ୍କ ସୁରକ୍ଷାଙ୍କ ଉପରେ ଯଦି ରାଜ୍ୟ ସରକାର ତଥ୍ୟ ଦେଇପାରୁନାହାନ୍ତି, ତା ହେଲେ କେତେ ଏହି ଘଟଣାରେ ସମ୍ବେଦନଶୀଳ ଅଛନ୍ତି ତାହା ଜଣାପଡ଼ୁଛି ବୋଲି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି ।
ଏହି ଅବସରରେ ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ ଏବଂ ରାଜ୍ୟ ଗଣମାଧ୍ୟମ ବିଭାଗ ପ୍ରମୁଖ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।