ସଦ୍ୟ ପ୍ରକାଶିତ ନୀତି ଆୟୋଗ ରିପୋର୍ଟରେ ରାଜ୍ୟର ଦାରିଦ୍ରତା ଏବଂ ରାଜ୍ୟ ସରକାରଙ୍କ ଆଦିବାସୀମାରଣ ନୀତିକୁ ପଦାରେ ପକାଇଛି
ଦୀର୍ଘ ୨୨ ବର୍ଷ ବିଜେଡି ଶାସନ ପରେ ମଧ୍ୟ ରାଜ୍ୟରେ ଗରୀବି ନହଟିବା ଅତ୍ୟନ୍ତ ଲଜ୍ଜାଜନକ
ପ୍ରଚାର ସର୍ବସ୍ୱ ରାଜ୍ୟ ସରକାର କେବଳ ମିଛ ପ୍ରଚାର କରି ସରଳ ଓ ନୀରିହ ଆଦାବାସୀମାନଙ୍କୁ ପ୍ରତାରଣା କରୁଛି
ରାଜ୍ୟ ସରକାରଙ୍କ ଆଦିବାସୀମାରଣ ନୀତି ବିରୁଦ୍ଧରେ ଭାରତୀୟ ଜନତା ପାର୍ଟୀ ରାଜ୍ୟରେ ଦୁର୍ବାର ଆନେ୍ଦାଳନ କରିବ
ଭୁବନେଶ୍ୱର, ତା.୦୫/୧୨: ଆଦିବାସୀମାନଙ୍କ ବିକାଶରେ ବାଧକ ସାଜିଛି ଶାସକ ବିଜେଡି । ରାଜ୍ୟରେ ପ୍ରତି ୩ ଜଣରେ ୧ ଗରୀବ । ସଦ୍ୟ ପ୍ରକାଶିତ ନୀତି ଆୟୋଗ ରିପୋର୍ଟରେ ରାଜ୍ୟର ଦାରିଦ୍ରତା ଏବଂ ରାଜ୍ୟ ସରକାରଙ୍କ ଆଦିବାସୀମାରଣ ନୀତିକୁ ପଦାରେ ପକାଇଛି । ଦୀର୍ଘ ୨୨ ବର୍ଷ ବିଜେଡି ଶାସନ ପରେ ମଧ୍ୟ ରାଜ୍ୟରେ ଗରୀବି ନହଟିବା ଅତ୍ୟନ୍ତ ଲଜ୍ଜାଜନକ । ବିଶେଷ ଭାବେ ରାଜ୍ୟର ଆଦିବାସୀବହୁଳ ଜିଲ୍ଲା ମାନଙ୍କରେ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ । ନବରଙ୍ଗପୁର ଜିଲ୍ଲାରେ ୫୯.୩୨ ପ୍ରତିଶତ; ମାଲକାନଗିରି ଜିଲ୍ଲାରେ ୫୮.୭୧ପ୍ରତିଶତ; କୋରାପୁଟ ଜିଲ୍ଲାରେ ୫୧.୧୪ ପ୍ରତିଶତ; ରାୟଗଡା ଜିଲ୍ଲାରେ ୪୮.୧୪ ପ୍ରତିଶତ; କଳାହାଣ୍ଡି ଜିଲ୍ଲାରେ ୪୭.୨୮ ପ୍ରତିଶତ; ମୟୁରଭଞ୍ଜ ଜିଲ୍ଲାରେ ୪୪.୯ ପ୍ରତିଶତ; କନ୍ଧମାଳ ଜିଲ୍ଲାରେ ୪୪.୭ ପ୍ରତିଶତ ଜନତା ଗରିବୀ ସୀମା ରେଖା ତଳେ ବାସ କରୁଥିବାର ନୀତି ଆୟୋଗ ରିପୋର୍ଟରେ ଖୁଲାସା ହୋଇଛି । ଆଜି ବି ରାଜ୍ୟର ଆଦିବାସୀବହୁଳ ଜିଲ୍ଲାମାନଙ୍କରେ ସ୍ୱାସ୍ଥ୍ୟ, ଶିକ୍ଷାର ମୈାଳିକ ଭିତିଭୁମିର ଘୋର ଅଭାବ ରହିଛି । ଆବଶ୍ୟକୀୟ ଶିକ୍ଷକ ଓ ଡାକ୍ତରୀ ପଦବୀ ବହୁ ସଂଖ୍ୟାରେ ଖାଲି ପଡିଛି । ପ୍ରଚାର ସର୍ବସ୍ୱ ରାଜ୍ୟ ସରକାର କେବଳ ମିଛ ପ୍ରଚାର କରି ସରଳ ଓ ନୀରିହ ଆଦାବାସୀମାନଙ୍କୁ ପ୍ରତାରଣା କରୁଛି । ଏହା ବିରୁଦ୍ଧରେ ଆଗାମୀ ଦିନରେ ବ୍ୟାପକ ଆନେ୍ଦାଳନ କରାଯିବ ବୋଲି ବିଜେପି ଅନୁସୁଚିତ ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ତଥା ବିଧାୟକ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।
ରାଜ୍ୟରେ ପ୍ରାୟ ୧ କୋଟି ୧୦ ଲକ୍ଷ ଆଦିବାସୀ ବାସ କରୁଛନ୍ତି । କିନ୍ତୁ ରାଜ୍ୟ ସରକାର ଆଦିବାସୀମାନଙ୍କ ସ୍ୱାର୍ଥକୁ ଅଣଦେଖା କରିବା ସହିତ ସେମାନଙ୍କୁ ତାଙ୍କ ମୈାଳିକ ହକ୍ ପ୍ରଦାନରୁ ବଂଚିତ କରୁଛନ୍ତି । ଆଦିବାସୀମାନଙ୍କ ବିକାଶ ପାଇଁ କେନ୍ଦ୍ର ସରକାର କୋଟି କୋଟି ଟଙ୍କାର ଆର୍ଥିକ ଅନୁଦାନ ଦେଉଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ ଅବହେଳା ଏବଂ କେନ୍ଦ୍ରୀୟ ଅନୁଦାନର ବାଟମାରଣ କାରଣରୁ ରାଜ୍ୟର ଆଦିବାସୀବହୁଳ ଜିଲ୍ଲାଗୁଡିକର ବିକାଶ ହୋଇପାରୁନାହିଁ । ଶାସକ ବିଜେଡିର ୨୨ ବର୍ଷ ଶାସନ ପରେ ବି ଆଜି ରାଜ୍ୟର ଆଦିବାସୀ ଭୋକ ଉପାସରେ ଶୋଉଛନ୍ତି । ଆଦିବାସୀମାନଙ୍କ କଲ୍ୟାଣ ପାଇଁ ଗତ ୪ ବର୍ଷରେ ୪୭୨୨୯କୋଟି ଟଙ୍କା କେନ୍ଦ୍ରରୁ ଆସିଥିବାବେଳେ ୫୫୨ କୋଟିରୁ ଉର୍ଦ୍ଧ ଟଙ୍କାର ୟୁସି ରାଜ୍ୟ ସରକାର ଦେଇନାହାନ୍ତି । ସେହିପରି ଅନ୍ୟ ଏକ ଯୋଜନାରେ ଗତ ୩ ବର୍ଷରେ କେନ୍ଦ୍ରୀୟ ଅନୁଦାନ ୪୨୮୬୪ କୋଟି ଟଙ୍କାରୁ ୭୦୯୬ କୋଟି ଟଙ୍କାର ୟୁସି ଦେଇନାହାନ୍ତି ରାଜ୍ୟ ସରକାର । ଏହା ରାଜ୍ୟ ସରକାରଙ୍କ ଅବହେଳାକୁ ସ୍ପଷ୍ଟ ଦର୍ଶାଉଛି ବୋଲି ରାଜ୍ୟ ସାଧାରଣ ସଂପାଦକ ତଥା ପୁର୍ବତନ ବିଧାୟକ ଶ୍ରୀ ରବି ନାଏକ କହିଛନ୍ତି ।
ଜମି ପଟ୍ଟା ବଂଟନ କରିବାର ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର । ମାତ୍ର ସେ କାଗଜର କୈାଣସି ମୂଲ୍ୟ ନାହିଁ । ସେ ପଟ୍ଟାକୁ ନେଇ ହିତାଧିକାରୀ ନା ଋଣ ପାଉଛି ନା ଅନ୍ୟ କୈାଣସି ସୁବିଧା ପାଉଛି । ଡିଏମଏଫ ଫଣ୍ଡ ଆଦିବାସୀମାନଙ୍କ ବିକାଶ କ୍ଷେତ୍ରରେ ଖର୍ଚ୍ଚ କରାଯାଉନାହି ବୋଲି ଶ୍ରୀ ନାଏକ କ୍ଷୋଭ ପ୍ରକାଶ କରି କହିଛନ୍ତି ।
ଏ ସମସ୍ତ ପ୍ରସଙ୍ଗକୁ ନେଇ ବିଜେପି ରାଜ୍ୟରେ ବସବାସ କରୁଥିବା ଆଦିବାସୀଙ୍କ ନିକଟକୁ ଯିବ । ରାଜ୍ୟ ସରକାରଙ୍କ ଆଦିବାସୀମାରଣ ନୀତି ବିରୁଦ୍ଧରେ ଭାରତୀୟ ଜନତା ପାର୍ଟୀ ରାଜ୍ୟରେ ଦୁର୍ବାର ଆନେ୍ଦାଳନ କରିବ ବୋଲି ଶ୍ରୀ ନାଏକ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଭବାନୀ ଭୋଇ, କୁସୁମ ଟେଟେ, ଡ.ବୁଧନ ମୁର୍ମୁ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଖାମ ସିଂ ମାଝୀ, ମୋର୍ଚ୍ଚାର ରାଜ୍ୟ ସାଧାରଣ ସଂପାଦକ ଗୋବର୍ଦ୍ଧନ ଭୋଇ, କୈଳାସ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।