Odisha news

ଭାଜପା ନେତାଙ୍କୁ ଚାପୁଡ଼ା ମାରି ଚର୍ଚ୍ଚାକୁ ଆସିଥିବା ପ୍ରିୟା ବର୍ମା କଲେ ବିବାହ, ସୋସିଆଲ ମିଡିଆରେ ଲେଖିଲେ ଏହିପରି

0

ନୂଆଦିଲ୍ଲୀ : ମଧ୍ୟ ପ୍ରଦେଶ ର ଦେବାସ ଜିଲ୍ଲା ସ୍ଥିତ କନୌଦ ରେ ଏସଡ଼ିଏମ ପୋଷ୍ଟ ରେ ଥିବା ପ୍ରିୟା ବର୍ମା ବିବାହ କଲେ l ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପ୍ରିୟା ଏହି ସୂଚନା ଦେଇଛନ୍ତି l ତାଙ୍କର ଫଟୋ କୁ ସମସ୍ତେ ଖୁବ ପସନ୍ଦ କରୁଛନ୍ତି l ଇଏ ହେଉଛନ୍ତି ସେହି ପ୍ରିୟା ବର୍ମା ଯିଏ କି ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ ରେ ରାଲି କରୁଥିବା ଭାଜପା ନେତାଙ୍କୁ ଚାପୁଡ଼ା ମାରିଥିଲେ l ପ୍ରିୟା ଙ୍କର ଏହି ଭିଡିଓ ଖୁବ ଭାଇରଲ ହୋଇଥିଲା l

ପ୍ରିୟା ମଧ୍ୟପ୍ରଦେଶ ର ଇନ୍ଦୋର ର ମୁଖ୍ୟ ବାସିନ୍ଦା ଅଟନ୍ତି l ପ୍ରିୟା ଆଶିଷ ପଟେଲଙ୍କୁ ବିବାହ କରିଛନ୍ତି, ଆଶିଷ ପଟେଲ ଡ଼ିଏସପି ପଦବୀରେ ମୁତୟନ ଅଛନ୍ତି l ଶୁକ୍ରବାର ଦିନ ଉଭୟ ବିବାହ ବନ୍ଧନରେ ଆବଧ ହୋଇଛନ୍ତି l ପ୍ରିୟା ସୋସିଆଲ ମିଡ଼ିଆ ରେ ନିଜର ଫଟୋ ସେୟାର କରି ଲେଖିଛନ୍ତି ” ହଜାର ହଜାର ଚିନ୍ତାଧାରା, ଅନେକ ଅନେକ ସ୍ମୃତି, ଅନେକ ଉଦ୍ଧିପନା କେବଳ ଜଣଙ୍କ ପାଇଁ l ”

୨୦୧୭ ରେ ହୋଇଥିଲେ ଡେପୁଟି କଲେକ୍ଟର l ୨୦୧୪ ରେ ମଧ୍ୟ ପ୍ରଦେଶ ର ଲୋକ ସେବା ଆୟୋଗ ର ପରୀକ୍ଷା ରେ ସଫଳତା ହାସଲ କରିଥିଲେ l ୨୦୧୫ ରେ ଡ଼ିଏସପି ହୋଇଗଲେ l କିନ୍ତୁ ସେ ନିଜ ଚେଷ୍ଟା ଜାରି ରଖିଥିଲେ l ୨୦୧୭ ରେ ତାଙ୍କର ଚୟନ ହୋଇଥିଲା କଲେକ୍ଟର ହେଲେ l ମିଳିଥିବା ସୂଚନା ଅନୁସାରେ ପ୍ରିୟା ଦିନକୁ ୧୪ ଘଣ୍ଟା ପାଠ ପଢୁ ଥିଲେ l

ପ୍ରିୟା ବର୍ମା ଯେତେବେଳେ ରାଜଗଡ ରେ ଏସଡ଼ିଏମ ଭାବରେ ପୋଷ୍ଟିଙ୍ଗ ପାଇଥିଲେ ସେତେବେଳେ ସେ ଭାଜପା ନେତାଙ୍କୁ ଚାପୁଡ଼ା ମାରିଥିଲେ l ସେତେବେଳେ ଶିବରାଜ ସିଂହ ଚୌହାନ ଏହାକୁ
ନେଇ କ୍ଷୋବ ପ୍ରକାଶ କରିଛନ୍ତି l ଏହି ଘଟଣା ୨୦୨୦ ରେ ଘଟିଥିଲା l ସେତେବେଳେ ମଧ୍ୟ ପ୍ରଦେଶରେ କଂଗ୍ରେସର ଶାସନ ଭାର ଥିଲା ଓ ଶିବରାଜ ସିଂହ ଚୌହାନ ବିପକ୍ଷରେ ଥିଲେ l

Leave A Reply