Odisha news

ବାଲି ଚୋରୀ, ନଦୀ ଶଯ୍ୟା ଜବରଦଖଲ କାର୍ଯ୍ୟରେ ଶାସକ ବିଜେଡିର ସଂପୃକ୍ତି କାରଣରୁ ବ୍ୟାପକ କୃତ୍ରିମ ବନ୍ୟା ସୃଷ୍ଟି ହେଉଛି : ମହେଶ୍ୱର ସାହୁ

 ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ତରଫରୁ ବ୍ୟାପକ ଆନେ୍ଦାଳନ କରାଯିବ
 ନଭେମ୍ବର ୧୯ତାରିଖ ଦିନ କାର୍ତିକ ପୂର୍ଣ୍ଣିମା ଅବସରରେ ସାରା ରାଜ୍ୟରେ ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ତରଫରୁ ବୋଇତ ବନ୍ଧାଣ କାର୍ଯ୍ୟକ୍ରମ କରାଯିବ

ଭୁବନେଶ୍ୱର,ତା.୦୬/୧୧: ଓଡିଶା ରାଜ୍ୟରେ ପ୍ରବାହିତ ନଦୀମାନଙ୍କର ଜଳ, କଳକାରଖାନାର ଦୂଷିତ ମଇଳା ପାଣି ଓ ସହରମାନଙ୍କର ଦୂଷିତ ପାଣି ଦ୍ୱାରା ସମ୍ପୂର୍ଣ୍ଣ ଭାବେ ପ୍ରଦୂଷିତ ହେଇ ଘୋର ସଙ୍କଟଜନକ ପରିସ୍ଥିତି ସୃଷ୍ଟି କରିଛି । ତତ୍ ସହିତ ନଦୀର ବାଲି ସରକାରୀ ଦଳର ବାଲିମାଫିଆ ମାନଙ୍କ ଦ୍ୱାରା ହରିଲୁଟ ହେଉଛି । ନଦୀ ଶଯ୍ୟାକୁ ଜବରଦଖଲ କରାଯାଇ ଆଗାମୀ ଦିନ ପାଇଁ ଘୋର ସଙ୍କଟ ପରିସ୍ଥିତି ସୃଷ୍ଟି ହୋଇଛି । ଏପରିକି କୃତ୍ରିମ ବନ୍ୟା ସୃଷ୍ଟି କରାଯାଉଛି । ଏହା ଅତ୍ୟନ୍ତ ବିପଦଜନକ ଏବଂ ଏହି କାର୍ଯ୍ୟରେ ଶାସକ ବିଜେଡିର ସିଧାସଳଖ ସଂପୃକ୍ତି ରହିଛି । ଆଗାମୀ ଦିନମାନଙ୍କରେ ଏହି ବିଷୟରେ ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ତରଫରୁ ବ୍ୟାପକ ଆନେ୍ଦାଳନ କରାଯିବ ବୋଲି ରାଜ୍ୟ ବିଜେପି ନଦୀ ସୁରକ୍ଷା ସମିତିର ରାଜ୍ୟ ସଂଯୋଜକ ଶ୍ରୀ ମହେଶ୍ୱର ସାହୁ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଶ୍ରୀ ସାହୁଙ୍କ ସଭାପତିତ୍ୱରେ ରାଜ୍ୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ନଭେମ୍ବର ୧୯ତାରିଖ ଦିନ କାର୍ତିକ ପୂର୍ଣ୍ଣିମା ଅବସରରେ ସାରା ରାଜ୍ୟରେ ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ତରଫରୁ ବୋଇତ ବନ୍ଧାଣ କାର୍ଯ୍ୟକ୍ରମ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି । ଏହି ବୈଠକରେ ରାଜ୍ୟ ସହ-ସଂଯୋଜକ ଶ୍ରୀ ପ୍ରଦୀପ୍ କୁମାର ପଟ୍ଟନାୟକ, ଶୁଭ୍ରାଂଶୁ ପାଢୀ, ଅଶୋକ ରଥ, ଅଜୟ କୁମାର ସାହୁ, ବରିଷ୍ଠ ନେତା ସଜ୍ଜନ ଶର୍ମା, ନାରାୟଣ ମହାନ୍ତି, ସଞ୍ଜୀବ୍ ରଣା, ଦୁର୍ଯେ୍ୟଧନ ଲେଙ୍କା, ଅଜୟ ସାମନ୍ତରାୟ, ବିଜୟ ପଣ୍ଡା, ଶ୍ରୀମତୀ ସୁମନ ସିଂ, ଶ୍ରୀମତୀ ପ୍ରମିଳା ପଣ୍ଡା, ଶ୍ରୀମତୀ ପୂର୍ଣ୍ଣିମା ଦାଶ୍, ଶ୍ରୀମତୀ ନନ୍ଦିନୀ ଶତପଥି, ଲକ୍ଷ୍ମୀଧର ହାଉଡା, ଶଙ୍କର ଲୋହାର, ଶଙ୍କର ଜେନା, ଶ୍ରୀନିବାସ ପ୍ରଧାନ, ମହେନ୍ଦ୍ର କୁମାର ଦାସ, ଜଗନ୍ନାଥ ସ୍ୱାଇଁ, ତପନ ବେହେରା, ଜୀପିଟ୍ ଜେନା ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।

IEC 2 years

Comments are closed.